ହାଇଦ୍ରାବାଦ: ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ମୁମ୍ବାଇ ଓ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଥିବା ରଣଜୀ ଟ୍ରଫି ଏଲିଟ୍ ଗ୍ରୁପ-ଡିର ଏକ ମ୍ୟାଚରେ ଦ୍ବିଶତକ ଅର୍ଜନ କରିଛନ୍ତି ମୁମ୍ବାଇ ବ୍ୟାଟର ସରଫରାଜ୍ ଖାଁ। ପ୍ରଥମ ଶ୍ରେଣୀ କ୍ରିକେଟରେ ଏହା ତାଙ୍କର ୫ମ ଦ୍ବିଶତକ। ସେ ମାତ୍ର ୨୦୬ଟି ବଲରୁ ଏହି ଦ୍ବିଶତକ ହାସଲ କରିଛନ୍ତି। ତାଙ୍କର ଏହି ଦ୍ବିଶତକ ସହ ସେ ପୁଣି ଥରେ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଉଦ୍ୟମ କରିଛନ୍ତି।
ଗୁରୁବାରଠାରୁ ଆରମ୍ଭ ହୋଇଥିବା ଏହି ମ୍ୟାଚ୍ରେ ହାଇଦ୍ରାବାଦ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ସରଫରାଜଙ୍କ ଦ୍ବିଶତକ ଓ ଶିଦ୍ଧେଶ ଲାଡ୍ ଙ୍କ ଦ୍ବିଶତକ ବଳରେ ୫୬୦ ରନ କରି ଅଲଆଉଟ ହୋଇଯାଇଥିଲା। ସରଫରାଜ ୨୨୭ ରନ କରିଥିବାବେଳେ ଶିଦ୍ଧେଶ ୧୦୪ ରନ କରିଥିଲେ। ସେହିପରି ଆକାଶ ଆନନ୍ଦ ଓ ମୁକେଶ ଅଙ୍କୋଲେକର ୩୫ ରନ ଲେଖାଏଁ କରିଥିଲେ। ହାଇଦ୍ରାବାଦ ପକ୍ଷରୁ ସିଟିଏଲ୍ ରକ୍ଷନ୍ ୪ଟି ଓ୍ବିକେଟ ନେଇଥିବାବେଳେ ରୋହିତ ରାୟଡୁ ୨ଟି ଓ୍ବିକେଟ୍ ନେଇଥିଲେ। ମୁମ୍ବାଇର ୫୬୦ ରନ ଜବାବରେ ବ୍ୟାଟିଂ କରିବାକୁ ବ୍ୟାଟିଂ ଆରମ୍ଭ କରିଥିବା ହାଇଦ୍ରବାଦ ସର୍ବଶେଷ ସୂଚନା ଅନୁସାରେ ୨ ଓ୍ବିକେଟ୍ ହରାଇ ୪୬ ରନ କରିଛି।
ଆହୁରି ପଢ଼ନ୍ତୁ: Paddy: ବୈଠକରେ ନିଷ୍ପତ୍ତି: ୨୩ରୁ କିଣା ଯିବ ଏସ୍ଏକ୍ୟୁମାନର ଧାନ
ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ୫୦୦୦ ରନ୍ ପୂରଣ
ଏହି ଲଢୁଆ ଦ୍ବିଶତକ ସହ ସରଫରାଜ୍ ପ୍ରଥମ ଶ୍ରେଣୀ କ୍ରିକେଟରେ ୫୦୦୦ ରନ ପୂରଣ କରିଛନ୍ତି। ସେ ପ୍ରଥମ ଶ୍ରେଣୀରେ ୬୧ଟି ମ୍ୟାଚ ଖେଳିବା ସହ ୧୭ଟି ଶତକ ଓ ୧୬ଟି ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ନିଜର ଏହି ଚମତ୍କାର ଫର୍ମ ବଜାୟ ରଖି ସେ ପୁଣି ଥରେ ଜାତୀୟ ଟେଷ୍ଟ ଦଳ ପାଇଁ ନିଜର ଦାବି ଉପସ୍ଥାପନ କରିଛନ୍ତି। ଶେଷ ଥର ପାଇଁ ସେ ୨୦୨୪ ନଭେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳା ଖେଳିଥିଲେ। ସେହି ମ୍ୟାଚର ଦ୍ବିତୀୟ ଇନିଂସରେ ସେ ୧୫୦ ରନ କରିଥିଲେ ବି ଭାରତ ୮ଓ୍ବିକେଟରେ ପରାଜିତ ହୋଇଥିଲା।
ଆହୁରି ପଢ଼ନ୍ତୁ: wife kill husband:ବିଜୟାୱାଡାରେ ବୟଫ୍ରେଣ୍ଡ ସହ ମିଶି ସ୍ବାମୀଙ୍କୁ ହତ୍ୟା କଲା ସ୍ତ୍ରୀ
Follow Us