କୋଲକାତା: ରବିବାର ରାତିରେ ଐତିହାସିକ ଇଡେନ୍ ପଡ଼ିଆରେ ଖେଳା ଯାଇଥିବା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ୍ ରାଇଡର୍ସ ମ୍ୟାଚ୍ରେ ସୁପରଷ୍ଟାର ଶାହାରୁଖ୍ ଖାନ୍ ଏବଂ ତାଙ୍କ ଝିଅ ସୁହାନା ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲେ। ବାପ-ଝିଅ ଗ୍ୟାଲେରିରେ ବସି ପୂରା ମ୍ୟାଚ୍ର ମଜା ନେଇଥିଲେ। ସେମାନଙ୍କୁ ପାଖରେ ପାଇ ଇଡେନ୍ ଦର୍ଶକ ବି ବେଶ୍ ଉଲ୍ଲସିତ ଥିଲେ। ଶାହାରୁଖ୍ କୋଲକାତା ନାଇଟ୍ ରାଇଡର୍ସର ମାଲିକ ହୋଇଥିଲା ବେଳେ ଅନେକ ସମୟ ତାଙ୍କୁ ନିଜ ଦଳର ଖେଳାଳିଙ୍କୁ ଉତ୍ସାହିତ କରୁଥିବାର ଦେଖିବାକୁ ମିଳେ। ହେଲେ ସୁହାନାଙ୍କୁ କ୍ୱଚିତ ଗ୍ୟାଲେରିରେ ବସିଥିବାର ଦେଖିବାକୁ ମିଲେ। ରବିବାର ବାପ-ଝିଅ କ୍ରିକେଟ୍ର ମଜା ନେବା ସହ ମଝିରେ ମଝିରେ ଖୁସି ଗପ କରୁଥିବା ଦେଖିବାକୁ ମିଳିଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us