ଶାସ୍ତ୍ରୀଙ୍କ ସ୍ପଷ୍ଟିକରଣ: ରାହାଣେଙ୍କ ସ୍ଥାନରେ ରୋହିତଙ୍କୁ ଚୟନ କରିବା ପଛରେ ରହିଛି କାରଣ

ଶାସ୍ତ୍ରୀଙ୍କ ସ୍ପଷ୍ଟିକରଣ: ରାହାଣେଙ୍କ ସ୍ଥାନରେ ରୋହିତଙ୍କୁ ଚୟନ କରିବା ପଛରେ ରହିଛି କାରଣ

ନୂଆଦିଲ୍ଲୀ: ଡରବାନ ଦିନିକିଆରେ ଭାରତ ଗୁରୁବାର ଦକ୍ଷିଣ ଆଫ୍ରିକାକୁ ୬ ଓ୍ଵିକେଟରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି। ଏଥି ସହିତ ବିରାଟଙ୍କ ଦଳ ୬ଟି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୧-୦ ଆଗରେ ରହିଛି। ଦକ୍ଷିଣ ଆଫ୍ରିକା ତରଫରୁ ଭାରତକୁ ୨୭୦ ରନ୍‌ ବିଜୟ ଲକ୍ଷ ମିଳିବା ପରେ ଭାରତ ଏହାକୁ ଅତି ସହଜରେ ହାସଲ କରିଛି। ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ଶତକ(୧୧୨) ଓ ଆଜିଙ୍କ୍ୟ ରାହାଣେଙ୍କ ଅର୍ଦ୍ଧଶତକ(୭୯) ବଳରେ ଭାରତ ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟ ହାସଲ କରିଛି।

ଗସ୍ତ ଆରମ୍ଭରୁ ଭାରତୀୟ ଦଳକୁ ଶୁଭ ଫଳ ମିଳି ନଥିଲା। କେପ୍‌ଟାଉନ ଓ ସେଞ୍ଚୁରିଅନ୍‌ ଟେଷ୍ଟରେ ପରାସ୍ତ ହେବା ପରେ ଜୋହାନେସବର୍ଗରୁ ଭାରତ ବିଜୟ ଯାତ୍ରା ଆରମ୍ଭ କରିଛି। ଡରବାନରେ ଭାରତୀୟ ଟିମ୍‌ ନିଜର ଲକ୍ଷ୍ୟ ପୁରା କରିଛି। ଘରୋଇ ଦକ୍ଷିଣ ଆଫ୍ରିକା ଟିମ୍‌କୁ ଭାରତୀୟ ଖେଳାଳିମାନେ ଦିନରେ ତାରା ଦେଖାଇ ଦେଇଛନ୍ତି। ଜାତୀୟ ଗଣମାଧ୍ୟମର ଏକ ସାକ୍ଷାତକାରରେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ କହିଛନ୍ତି, ଗସ୍ତ ପୂର୍ବରୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

publive-image

ପ୍ରଥମ ୨ଟି ଟେଷ୍ଟରେ ଆଜିଙ୍କ୍ୟ ରାହାଣେ ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇ ନ ଥିବା ପ୍ରସଙ୍ଗରେ ଶାସ୍ତ୍ରୀ କହିଛନ୍ତି, ‘ଟିମ୍‌ ପରିଚାଳନା ଭାବିଥିଲା ଯେ, ରୋହିତ ଫର୍ମରେ ଅଛନ୍ତି ଓ ରାହାଣେ ପଡ଼ିଆରେ ନ ଥାଇ ନେଟସ୍‌ରେ ସଂଘର୍ଷ କରୁଥିଲେ।’

ଶାସ୍ତ୍ରୀ କହିଥିଲେ, ରୋହିତଙ୍କ ଶ୍ରୀଲଙ୍କା ଗସ୍ତ ବେଳେ ଟେଷ୍ଟ ମ୍ୟାଚ୍‌ରେ ବ୍ୟାଟିଂ ହାରାହାରି ୨୦୦ରୁ ଅଧିକ ଥିଲା। ସେ ଦିନିକିଆ ଶୃଙ୍ଖଳାରେ ଭଲ ପ୍ରଦର୍ଶନ କରିଥିଲେ। ତେଣୁ ତାଙ୍କୁ କିଛି କହିବା ପାଇଁ ଟିମ୍‌ ପାଖରେ କିଛି ନ ଥିଲା।

ମୁଖ୍ୟ କୋଚ୍‌ ଶାସ୍ତ୍ରୀ କହିଥିଲେ, ‘ଆପଣ ପ୍ରଦର୍ଶନ ପ୍ରସଙ୍ଗରେ ଯଦି କହିବେ, ଏହି ପ୍ରଶ୍ନ ଉଠିବ ନାହିଁ। ଆମେ ରାହାଣେଙ୍କୁ ଭଲ ଭାବରେ ଜାଣିଛୁ କିନ୍ତୁ ଦକ୍ଷିଣ ଆଫ୍ରିକା ଆସିବା ପୂର୍ବରୁ ୨୦୧୭ରେ ତାଙ୍କର ବ୍ୟାଟିଂ ପ୍ରଦର୍ଶନ ହାରାହାରି ୩୦ ଥିଲା।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe