Image Courtesy of Outlook
ଟୋକିଓ: ପ୍ରଥମ କରି ଅଲିମ୍ପିକ୍ କ୍ରୀଡ଼ାରେ ଅଂଶ ଗ୍ରହଣ କରିଥିବା ଭାରତୀୟ କୁସ୍ତି ଖେଳାଳି ସତୀଶ କୁମାର ଆଜି +୯୧ କେଜି ମ୍ୟାଚ୍ରେ ଜାମାଇକାର ରିକାର୍ଡୋ ବ୍ରାଉନ୍ଙ୍କୁ ପ୍ରାରମ୍ଭିକ ପ୍ରତିଦ୍ବନ୍ଦ୍ବିତାରେ ଅନାୟାସରେ ପରାସ୍ତ କରି କ୍ବାର୍ଟର୍ଫାଇନାଲ୍କୁ ଉତ୍ତୀର୍ଣ୍ଣ ହୋଇଛନ୍ତି।
ଜାପାନର ଟୋକିଓରେ ଚାଲିଥିବା ୨୦୨୦ ଅଲିମ୍ପିକ୍ସ୍ରେ ଉଭୟ ସତୀଶ ଓ ରିକାର୍ଡୋ ହେଉଛନ୍ତି ପ୍ରଥମ କରି ଭାଗ ନେଇଥିବା ଖେଳାଳି। କିନ୍ତୁ, ଏଥିରେ ସତୀଶ ୪-୧ରେ ବ୍ରାଉନ୍ଙ୍କ ଠାରୁ ଅଗ୍ରଣୀ ରହି ବିଜୟୀ ହୋଇଛନ୍ତି।
ଭାରତ ପକ୍ଷରୁ ଦୁଇଥର ‘ଏସିଆନ୍ ଚାମ୍ପିଅନ୍ସିପ୍’ରେ କାଂସ୍ୟ ପଦକ ହାସଲ କରିଥିବା ୩୨ ବର୍ଷିୟ ସତୀଶ ଏହି ଖେଳରେ ଉତ୍ତମ ରୂପେ ପାଦଚାଳନା କରିପାରୁ ନ ଥିବା ୩୧ ବର୍ଷିୟ ବ୍ରାଉନ୍ଙ୍କୁ ଦକ୍ଷତାର ସହ ମୁକାବିଲା କରିଥିଲେ।
Image Courtesy of The Bridge୨୦୧୮ ‘କମନ୍ୱେଲ୍ଥ୍ ଗେମ୍ସ୍’ରେ ରୌପ୍ୟ ପଦକ ଜିଣିଥିବା ସତୀଶ ଡାହଣ ହାତ ଚାଳନା କରି ବ୍ରାଉନ୍ଙ୍କ ଉପରେ ଆଧିପତ୍ୟ ଜାହିର କରିବାରୁ ସେ ସନ୍ତୁଳନ ରକ୍ଷା କରି ନ ପାରି ବାରମ୍ବାର ଭୁଲ୍ କରି ବସୁଥିଲେ। ସମ୍ଭବତ ସତୀଶଙ୍କୁ ପରାସ୍ତ କରିବା ଲାଗି ବ୍ରାଉନ୍ ଦ୍ରୁଢ଼ ମୁଷ୍ଟି ପ୍ରହାର ଦେବାର ସୁଯୋଗ ଖୋଜୁଥିଲେ। ମାତ୍ର, ସେତେଟା ଚଳଚଞ୍ଚଳ ହୋଇ ନ ପାରିବାରୁ ତାହା ସମ୍ଭବ ହେଲା ନାହିଁ।
ଏହା ପରେ ସତୀଶ ଉଜ୍ବେକିସ୍ତାନର ବାଖୋଦିର ଜାଲୋଲୋଭ୍ଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବେ। ଜାଲୋଲୋଭ୍ ଗତ ୧୬ଟି ପ୍ରତିଦ୍ବନ୍ଦ୍ବିତାରେ ମହମ୍ମଦ୍ ଅବ୍ଦୁଲ୍ଲାୟେଭ୍ଙ୍କୁ ୫-୦ରେ ପରାସ୍ତ କରିଛନ୍ତି।
Follow Us