ଫ୍ରେଞ୍ଚ ଓପନ୍‌ ଟ୍ରଫି ଜିତିଲେ ସାତ୍ବିକ-ଚିରାଗ

Advertisment
ଫ୍ରେଞ୍ଚ ଓପନ୍‌ ଟ୍ରଫି ଜିତିଲେ ସାତ୍ବିକ-ଚିରାଗ

ପ୍ୟାରିସ: ଭାରତୀୟ ବ୍ୟାଡ୍‌ମିଣ୍ଟନ ଯୋଡ଼ି ସାତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଫ୍ରେଞ୍ଚ୍‌ ଓପନ୍‌ ସୁପର ୭୫୦ ଟ୍ରଫି କରାୟତ୍ତ କରିଛନ୍ତି। ରବିବାର ରାତିରେ ଖେଳାଯାଇଥିବା ପୁରୁଷ ଯୁଗଳ ଫାଇନାଲ୍‌ରେ ବିଶ୍ବର ଅଷ୍ଟମ ମାନ୍ୟତାପ୍ରାପ୍ତ ଏହି ଭାରତୀୟ ଯୋଡ଼ି ୨୧-୧୩, ୨୧-୧୯ରେ ଚାଇନିଜ୍‌ ତାଇପେର ଲୁ ଚିଙ୍ଗ ୟାଓ ଏବଂ ୟାଙ୍ଗ ପୋ ହାଁଙ୍କୁ ପରାସ୍ତ କରିଥିଲେ।

ଏହି ମ୍ୟାଚ୍‌ ଜିତିବାକୁ ସାତ୍ବିକ-ଚିରାଗଙ୍କୁ ୪୮ ମିନିଟ୍‌ ଲାଗିଥିଲା। ଚଳିତ ବର୍ଷ ଏହି ଭାରତୀୟ ଯୋଡ଼ି ଇଣ୍ଡିଆନ୍‌ ଓପନ୍‌ ସୁପର ୫୦୦ ଟ୍ରଫି, ରାଜ୍ୟଗୋ‌ଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ, ଥୋମାସ କପ୍‌ ମୁକୁଟ ଏବଂ ବିଶ୍ବ ଚାମ୍ପିଅନ୍‌ସିପ୍‌ରେ କାଂସ୍ୟ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି। ସାତ୍ବିକ ଓ ଚିରାଗଙ୍କ ଏହା ତୃତୀୟ ବିଶ୍ବ ଟୁର୍‌ ଟ୍ରଫି। ପୂର୍ବରୁ ଏମାନେ ୨୦୦୯ ଥାଇଲାଣ୍ଡ ଓପନ୍‌ ୫୦୦ ଏବଂ ଚଳିତ ବର୍ଷ ଇଣ୍ଡିଆନ୍‌ ଓପନ୍‌ ସୁପର ୫୦୦ ଟ୍ରଫି କରାୟତ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe