ବର୍ମିଂହାମ: ଚଳିତ ଅଲ୍ଇଂଲଣ୍ଡ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାର ଆରମ୍ଭରୁ ଭାରତର ୧ନମ୍ବର ପୁରୁଷ ଯୁଗଳ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ବିଦାୟ ନେଇଛନ୍ତି। ବିଶ୍ବର ଏହି ପୂର୍ବତନ ଏକ ନମ୍ବର ଯୋଡ଼ି ୨୩-୨୧, ୨୧-୧୨ରେ ମାଲେସିଆର ଆଗ୍ରାଓଁ ତାଇ ଓ ଖାଙ୍ଗ୍ ଖାଇ ଜିଙ୍କଠୁ ହାରିଯାଇଥିଲେ। ଏଥିସହ ୨୦୨୪ ବିଶ୍ବ କନିଷ୍ଠ ପ୍ରତିଯୋଗିତା ଜିତିଥିବା ୧୯ ବର୍ଷୀୟ ତାଇ ଓ ଜି’ ବରିଷ୍ଠ ବର୍ଗରେ ବଡ଼ ସଫଳତା ପାଇଛନ୍ତି। ଅଭିଜ୍ଞ ସାତ୍ତ୍ବିକ-ଚିରାଗ ପ୍ରଥମ ଗେମ୍ରେ ଏକଦା ୧୧-୬ରେ ଆଗୁଆ ଥିଲେ। ହେଲେ ତାଇ ଓ ଜି’ ଚମତ୍କାର ପ୍ରଦର୍ଶନ କରି ଲଗାତାର ୧୨ ପଏଣ୍ଟ କରାୟତ କରି ସ୍ଥିତି ୧୮-୧୬କୁ ଆଣିଥିଲେ। ଏହାପରେ ସ୍ଥିତି ୨୧-୨୧ ଟାଇ ରହିବା ପରେ ମାଲେସିଆ ଖେଳାଳି ୨ ପଏଣ୍ଟ ନେଇ ପ୍ରଥମ ଗେମ୍ ଜିତ ନେଇଥିଲେ। ଦ୍ବିତୀୟ ଗେମ୍ରେ ସାତ୍ତ୍ବିକ-ଚିରଗା ବହୁ ପଛରେ ପଡ଼ି ହାରି ମ୍ୟାଚ୍ ହାତଛଡ଼ା କରିଥିଲେ। ସେହିପରି ମହିଳା ଯୁଗଳ ଯୋଡ଼ି ତ୍ରୀଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ କଡ଼ା ସଂଘର୍ଷ କରି ୧୫-୨୧, ୨୧-୧୫, ୧୮-୨୧ରେ ଜାପାନର ସାୟାକା ହିରୋତା ଓ ଆୟାକୋ ସାକୁରାମୋତୋଙ୍କଠୁ ହାରି ବିଦାୟ ନେଇଛନ୍ତି। ଏହି ପ୍ରତିଯୋଗିତାରେ ଏକକରେ ଭାରତର ଏକ ନମ୍ବର ଖେଳାଳି ଲକ୍ଷ୍ୟ ସେନ୍ଙ୍କ ସହ ମିଶ୍ରିତ ଯୁଗଳ ଯୋଡ଼ି ଧ୍ରୁବ କପିଳ ଓ ତନିଶା କ୍ରାଷ୍ଟୋ ତିଷ୍ଠି ରହିଛନ୍ତି। ସେନ୍ ନିଜର ପ୍ରଥମ ମ୍ୟାଚ୍ରେ ଚୀନ୍ର ସି ୟୁକିଙ୍କୁ ୨୩-୨୧, ୧୯-୨୧, ୨୧-୧୭ରେ ଏବଂ କପିଳ ଓ ତନିଶା ୨୧-୧୭, ୨୧-୧୯ରେ ମାଲେସିଆର ହୁ ପାଙ୍ଗ ରନ୍ ଓ ଚେଙ୍ଗ ସି’ଙ୍କୁ ପରାସ୍ତ କରି ଆଗକୁ ବଢ଼ିଛନ୍ତି।
ଆହୁରି ପଢ଼ନ୍ତୁ: ଆମେରିକାକୁ ଶକ୍ତ ଧକ୍କା: ଇରାନ ଆକ୍ରମଣରେ କତାରସ୍ଥିତ ୯୦୦୦ କୋଟିର ସୁପର-ରାଡାର ଧ୍ୱଂସ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/03/05/img_satwik_chirag_2_1_r0c2gvns-2026-03-05-14-48-04.jpg)