ତେହେରାନ୍: ଇସ୍ରାଏଲ ଓ ଆମେରିକା ଆକ୍ରମଣର ଜବାବରେ ଉପସାଗରୀୟ ଦେଶଗୁଡ଼ିକରେ ଥିବା ଆମେରିକୀୟ ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରିବା ରଣନୀତିରେ ଇରାନ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ଇରାନ କତାରରେ ଥିବା ଏକ ଆମେରିକୀୟ ଘାଟିରେ କୋଟି କୋଟି ଡଲାର ମୂଲ୍ୟର ସର୍ବବୃହତ ରାଡାରକୁ ଧ୍ବଂସ କରିଦେଇଛି। ସାଟେଲାଇଟ୍ ଚିତ୍ରଗୁଡ଼ିକ ଘାଟିର ବ୍ୟାପକ କ୍ଷତିକୁ ଦର୍ଶାଇଛି।
ଆହୁରି ପଢନ୍ତୁ: Modi-Naveen: ବିଜୁଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦୀ-ନବୀନ
ଇରାନର ଏକ-ପାଖିଆ ଆକ୍ରମଣରେ ଡ୍ରୋନ୍ କିମ୍ବା ଅନ୍ୟ ପ୍ରୋଜେକ୍ଟାଇଲ୍, କତାରରେ ଥିବା ଆମେରିକୀୟ ମହାକାଶ ବାହିନୀର ''ଏଏନ୍/ଏଫପିଏସ୍-୧୩୨'' (ବ୍ଲକ୍ ୫) ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ରାଡାର ସିଷ୍ଟମକୁ କ୍ଷତି ପହଞ୍ଚାଇଛି। ଏହା କେବଳ ଆମେରିକା ପାଇଁ ସାମରିକ କ୍ଷତି ନୁହେଁ ବରଂ ଏକ ଆର୍ଥିକ ବିପର୍ଯ୍ୟୟ ମଧ୍ୟ ଆଣିଛି। ଇରାନୀ ଆକ୍ରମଣରେ ନଷ୍ଟ ହୋଇଥିବା ଆମେରିକୀୟ ରାଡାରର ମୂଲ୍ୟ ୧.୧ ବିଲିୟନ ଡଲାର ବୋଲି ଜଣାପଡ଼ିଛି।
ଆହୁରି ପଢନ୍ତୁ: Singer Abhijit Bhattacharya seeks help: ଦୁବାଇରେ ଫସି ରହିଥିବା ପୁଅ ପାଇଁ ସରକାରଙ୍କୁ ସାହାଯ୍ୟ ଲୋଡ଼ିଲେ ଅଭିଜିତ ଭଟ୍ଟାଚାର୍ଯ୍ୟ
କତାରରେ ନଷ୍ଟ ହୋଇଥିବା ରାଡାରଟି ପଶ୍ଚିମ ଏସିଆରେ ଆମେରିକା ଦ୍ୱାରା ପରିଚାଳିତ ସବୁଠାରୁ ବଡ଼ ରାଡାର ଥିଲା। ବିଶ୍ୱରେ କେବଳ ଛଅଟି ଏପରି ରାଡାର ଅଛି, ଯାହା ମଧ୍ୟରୁ ଗୋଟିଏ କତାରରେ ସ୍ଥାପିତ ହୋଇଥିଲା। ଏହି ରାଡାର ଆମେରିକୀୟ ସେନା ପାଇଁ ଜରୁରୀ ଦୂରଗାମୀ ଟ୍ରାକିଂ ବ୍ୟବସ୍ଥା ଥିଲା। ଇରାନ ଆକ୍ରମଣରେ ଏହାର କ୍ଷତି ଆମେରିକୀୟ ସେନାକୁ ଏକ କଷ୍ଟକର ସ୍ଥିତିରେ ପକାଇବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/03/05/c-2026-03-05-13-14-15.jpeg)