ଖ୍ରୀଷ୍ଟଚର୍ଚ୍ଚ: ଭାରତୀୟ ଦଳ ଅଧିନାୟକ ବିରାଟ କୋହଲିଙ୍କ ଖରାପ ସମୟ ଆଗକୁ ବଢ଼ିଛି। ଦ୍ବିତୀୟ ଟେଷ୍ଟ୍ର ପ୍ରଥମ ଦିନରେ କୋହଲିଙ୍କ ବିଫଳତା କାରଣରୁ ଭାରତକୁ ଭାଗ୍ୟ ପରିବର୍ତନର ବାଟ ମିଳିନାହିଁ। କୋହଲି ଶନିବାର ୨୩ ମିନିଟ୍ ଏବଂ ୧୫ ବଲ୍ ଖେଳି ମାତ୍ର ୩ ରନ୍ କରି ଟିମ୍ ସାଉଦିଙ୍କ ଦ୍ବାରା ଲେଗ୍ ବିଫୋର ୱିକେଟ୍ ହୋଇଥିଲେ। କୋହଲିଙ୍କୁ ପୁଣି ଥରେ ଆଉଟ୍ କରି ଟିମ୍ ସାଉଦି ମଧ୍ୟ ନିଜ ଖେଳ ଜୀବନର ଆଉ ଏକ ମାଇଲଖୁଣ୍ଟ୍ ଛୁଇଁଛନ୍ତି। ଦଶମ ଥର ପାଇଁ କୋହଲିଙ୍କୁ ଆଉଟ୍ କରିଛନ୍ତି ସାଉଦି। ସମସ୍ତ ଫର୍ମାଟରେ କୋହଲିଙ୍କୁ ସେ ଦଶମ ଥର ପାଇଁ ଆଉଟ୍ କରିଛନ୍ତି। ଟେଷ୍ଟ୍ରେ ୩, ଦିନିକିଆରେ ୬ ଏବଂ ଟି-୨୦ରେ ଥରେ କୋହଲିଙ୍କୁ ଆଉଟ୍ କରିଛନ୍ତି ସାଉଦି। ଏହା ପୂର୍ବରୁ ୭ଟି ସୀମିତ ଓଭର ପାଳିରୁ କୋହଲି ମାତ୍ର ୧୮୦ ରନ୍ କରିଥିଲେ। ୪ ଟି-୨୦ ପାଳିରୁ ୧୨୫ ଏବଂ ୩ ଦିନିକିଆରୁ ୭୫ ରନ୍ କରିଥିଲେ। ୩୧ ବର୍ଷୀୟ କୋହଲି ତାଙ୍କ ବିଗତ ୨୧ ପାଳିରେ ଥରେ ବି ତିନି ଅଙ୍କ ଛୁଇଁ ପାରିନାହାନ୍ତି। ଗତବର୍ଷ କୋଲକାତାର ଇଡେନ୍ ଗାର୍ଡେନ୍ସରେ ବାଂଲାଦେଶ ବିପକ୍ଷ ଦିବାରାତ୍ର ଟେଷ୍ଟ୍ରେ ଶେଷ ଥର ପାଇଁ କୋହଲି ଶତକ ହାସଲ କରିଥିଲେ। ଇତିମଧ୍ୟରେ କୋହଲି ମଧ୍ୟ ଆଇସିସି ଟେଷ୍ଟ୍ ମାନ୍ୟତାରେ ଶୀର୍ଷ ସ୍ଥାନ ହରାଇଛନ୍ତି। ଶନିବାର ମଧ୍ୟ କୋହଲି ସ୍ପଷ୍ଟ ଭାବେ ଲେଗ୍ ବିଫୋର ହେବା ସତ୍ତ୍ବେ ଡିଆରଏସ୍ ନେଇ ଏଥିରେ ବିଫଳ ହୋଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us