ପଞ୍ଜାବକୁ ପରାସ୍ତ କରି ରଣଜୀ ଟ୍ରଫି ସେମିରେ ସୌରାଷ୍ଟ୍ର

Advertisment

ସେମିରେ ମଧ୍ୟପ୍ରଦେଶ-ବେଙ୍ଗଲ, କର୍ଣ୍ଣାଟକ-ସୌରାଷ୍ଟ୍ର ମୁହାଁମୁହିଁ

ସେମିରେ ମଧ୍ୟପ୍ରଦେଶ-ବେଙ୍ଗଲ, କର୍ଣ୍ଣାଟକ-ସୌରାଷ୍ଟ୍ର ମୁହାଁମୁହିଁ

ରଣଜୀ ଟ୍ରଫି ଫାଇନାଲ୍‌: ସୌରାଷ୍ଟ୍ର ୧୪୩ ରନ୍‌ରେ ଆଗୁଆ

ରାଜକୋଟ: କର୍ଣ୍ଣାଟକ, ମଧ୍ୟପ୍ରଦେଶ ଏବଂ ବେଙ୍ଗଲ ପରେ ସୌରାଷ୍ଟ୍ର ଚତୁର୍ଥ ତଥା ଶେଷ ଦଳ ଭାବେ ଚଳିତ ବର୍ଷର ରଣଜୀ ଟ୍ରଫି ସେମିଫାଇନାଲ୍‌ ସ୍ଥାନ ପକ୍କା କରିନେଇଛି। କ୍ବାର୍ଟର ଫାଇନାଲ୍‌ ପର୍ଯ୍ୟାୟର ଶୁକ୍ରବାର ଚତୁର୍ଥ ଦିବସ ସୁଦ୍ଧା କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ବେଙ୍ଗଲ ବିଜୟ ହାସଲ କରି ସେମିଫାଇନାଲ୍‌ରେ ପହଞ୍ଚି ସାରିଥିଲା ବେଳେ ଶନିବାର ତୃତୀୟ କ୍ବାର୍ଟର ଫାଇନାଲ୍‌ର ପଞ୍ଚମ ତଥା ଅନ୍ତିମ ଦିବସରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିବା ସୌରାଷ୍ଟ୍ର ୭୧ ରନ୍‌ରେ ପଞ୍ଜାବକୁ ପରାସ୍ତ କରି ସେମିଫାଇନାଲ୍‌ ଯୋଗ୍ୟତା ହାତେଇ ନେଇଛି।

ଚତୁର୍ଥ ଦିବସ ସୁଦ୍ଧା ରୋମାଞ୍ଚକ ସ୍ଥିତିରେ ଥିବା ଏହି ମ୍ୟାଚ୍‌ର ଶେଷ ଦିନରେ ସୌରାଷ୍ଟ୍ର କିନ୍ତୁ ବାଜି ମାରି‌ନେଲା। ଶେଷ ଦିନରେ ମ୍ୟାଚ୍‌ ଜିତିବା ପାଇଁ ପଞ୍ଜାବକୁ ୨୦୦ ରନ୍‌ ଏବଂ ସୌରାଷ୍ଟ୍ରକୁ ୮ ୱିକେଟ୍‌ ଦରକାର ଥିଲା। ତେବେ ପାର୍ଥ ଭୁଟ୍‌ଙ୍କ ୫, ଧମେନ୍ଦ୍ରସିଂହ ଜାଦେଜାଙ୍କ ୩ ଓ ଯୁବରାଜସିଂହ ଦୋଦିୟାଙ୍କ ୨ ୱିକେଟ୍‌ ଦଖଲ ଯୋଗୁଁ ପଞ୍ଜାବ ଦ୍ବିତୀୟ ପାଳି ୧୮୦ ରନ୍‌ରେ ଶେଷ ହୋଇଗଲା। ଫଳରେ ୨୫୨ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରିଥିବା ପଞ୍ଜାବ ୭୧ ରନ୍‌ରେ ପରାଜୟ ବରଣ କଲା। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ପାର୍ଥ ଭୁଟ୍‌ (୧୧୧* ଓ ୫୧ ଏବଂ ୩/୧୧୪ ଓ ୫/୮୯) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସେ ଉଭୟ ପାଳିରେ ଶତକ ଓ ଅର୍ଦ୍ଧଶତକ ସହିତ ମୋଟ ୧୬୨ ରନ୍‌ ଏବଂ ୮ ୱିକେଟ୍‌ ଅକ୍ତିଆର କରି ସୌରାଷ୍ଟ୍ର ବିଜୟର ନାୟକ ବନିଯାଇଥିଲେ। ପ୍ରଥମ ପାଳିରେ ୧୨୮ ରନ୍‌ରେ ଅଗ୍ରଣୀ ହାସଲ କରିଥିବା ପଞ୍ଜାବ ଦ୍ବିତୀୟ ପାଳିରେ ଅଧିନାୟକ ମନ୍‌ଦୀପ ସିଂହ ୪୫, ପୁଖରାଜ ମାନ୍‌ ୪୨ ରନ୍‌ କରିଥିଲେ। ହେଲେ ନିୟମିତ ଅନ୍ତରାଳରେ ୱିକେଟ୍‌ ହରାଇବାରୁ ବିଜୟ ଲକ୍ଷ୍ୟଠୁ ବହୁ ଦୂରରେ ଅଟକି ଯାଇଥିଲା। ବିଶେଷକରି ତିନି ସ୍ପିନର ସୌରାଷ୍ଟ୍ରକୁ ବିଜୟ ଭେଟିଦେଲେ। ସଂକ୍ଷିପ୍ତ ସ୍କୋର୍‌: ସୌରାଷ୍ଟ୍ର ପ୍ରଥମ ପାଳି ୮୭ ଓଭରରେ ୩୦୩। ପଞ୍ଜାବ ପ୍ରଥମ ପାଳି ୧୨୪.୩ ଓଭରରେ ୪୩୧। ସୌରାଷ୍ଟ୍ର ଦ୍ବିତୀୟ ପାଳି ୧୨୦.୧ ଓଭରରେ ୩୭୯। ପଞ୍ଜାବ ଦ୍ବିତୀୟ ପାଳି ୮୯.୧ ଓଭରରେ ୧୮୦।

ସେମିରେ ମଧ୍ୟପ୍ରଦେଶ-ବେଙ୍ଗଲ, କର୍ଣ୍ଣାଟକ-ସୌରାଷ୍ଟ୍ର ମୁହାଁମୁହିଁ
ରଣଜୀ ଟ୍ରଫି ସେମିଫ‌ାଇନାଲ୍‌ ମୁକାବିଲା ଆସନ୍ତା ୮ ତାରିଖରୁ ଆରମ୍ଭ ହେବ। ଇନ୍ଦୋରରେ ପ୍ରଥମ ସେମିଫାଇନାଲ୍‌ରେ ମଧ୍ୟପ୍ରଦେଶ-ବେଙ୍ଗଲ ଏବଂ ବେଙ୍ଗାଲୁରୁରେ ଦ୍ବିତୀୟ ସେମିଫାଇନାଲ୍‌ କର୍ଣ୍ଣାଟକ-ସୌରାଷ୍ଟ୍ର ମୁହାଁମୁହିଁ ହେବେ। ଏହି ମୁକାବିଲା ୧୨ ତାରିଖରେ ଶେଷ ହେବା ପରେ ଫାଇନାଲ୍‌ ୧୬ ତାରିଖରୁ ଆରମ୍ଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe