‘ଚାରି ନମ୍ବର’ ବିତର୍କ, ଶ୍ରେୟସ୍ ଓ ମନୀଷଙ୍କ ସପକ୍ଷରେ ଗାଙ୍ଗୁଲି

Advertisment
ରାଜ୍ୟ ସ˚ଘ ନିର୍ବାଚନରେ ପ୍ରାର୍ଥୀଙ୍କ ପାଇଁ ନିୟମ କୋହଳ: ଲଢ଼ିପାରିବେ ଶ୍ରୀନିବାସନ, ଗାଙ୍ଗୁଲି, ଜୟ

କୋଲକାତା: ଦିନିକିଆ କ୍ରିକେଟ୍‌ରେ ଭାରତର ‘ଚାରି ନମ୍ବର’ ଚିନ୍ତା ଦୂର ହୋଇନାହିଁ। ଖରାପ ଫର୍ମ ପାଇଁ ଦଳରୁ ବାଦ ପଡ଼ିଥିବା ଲୋକେଶ ରାହୁଲ ବିଶ୍ବକପ୍ ପୂର୍ବରୁ ଏହି ସ୍ଥାନରେ ଖେଳୁଥିଲେ। ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଶ୍ରେୟସ୍ ଆୟର କିମ୍ବା ମନୀଷ ପାଣ୍ଡେଙ୍କ ମଧ୍ୟରୁ ଜଣକୁ ଖେଳାଇବାକୁ ପରାମର୍ଶ ଦେଇଛନ୍ତି। ରୋହିତ ଶର୍ମା ଏବଂ ଶିଖର ଧାୱନ୍ ହେଉଛନ୍ତି ଭାରତର ଶ୍ରେଷ୍ଠ ପ୍ରାରମ୍ଭିକ ଯୋଡ଼ି। ରାହୁଲ ସେଥିପାଇଁ ୪ ନମ୍ବରଙ୍କୁ ଖସିବେ। ହେଲେ ଏହି ସ୍ଥାନ ଲାଗି ତାଙ୍କୁ ଶ୍ରେୟସ୍ ଏବଂ ମନୀଷଙ୍କ ସହ କଡ଼ା ପ୍ରତିଦ୍ବନ୍ଦ୍ବିତା କରିବାକୁ ପଡ଼ିବ ବୋଲି ଗାଙ୍ଗୁଲି ନିଜ ସ୍ତମ୍ଭରେ ଲେଖିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଶ୍ରେୟସ୍ ୪ ନମ୍ବରରେ ବ୍ୟାଟିଂ କରି ଦୁଇଟି ମ୍ୟାଚ୍‌ରେ ଦୁଇଟି ଅର୍ଧଶତକ ଅର୍ଜନ କରିଥିଲେ। ଏହି ପ୍ରଦର୍ଶନ ଆଧାରରେ ତାଙ୍କୁ ଭାରତୀୟ ଟ୍ବେଣ୍ଟି-୨୦ ଦଳରେ ସ୍ଥାନ ମିଳିଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦ରେ ସେ ୧୬ ରନ୍‌ରେ ଅପରାଜିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe