ଜାତୀୟ ଯୁବ ଦୌଡ଼କୁଦରେ ସବିତାଙ୍କୁ ସ୍ବର୍ଣ୍ଣ

Advertisment
ଜାତୀୟ ଯୁବ ଦୌଡ଼କୁଦରେ ସବିତାଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ବର: ଭୋପାଳର ତାନ୍ତିଆ ଟୋପେ ଷ୍ଟାଡିୟମ୍‌ରେ ଶନିବାରଠାରୁ ଆରମ୍ଭ ହୋଇଥିବା ସପ୍ତଦଶ ଜାତୀୟ ଯୁବ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଶାର ସବିତା ଟପ୍ପୋ ସ୍ବର୍ଣ୍ଣିମ ସଫଳତା ହାସଲ କରିଛନ୍ତି। ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁଥିବା ଏହି ପ୍ରତିଯୋଗିତାର ପ୍ରଥମ ଦିବସରେ ସବିତା ୧୦୦ ମିଟର ହର୍ଡଲ୍‌ସ (ବାଧାଦୌଡ଼)ରେ ୧୪.୧୫ ସେ‌କେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ କରାୟତ କରିଥିଲେ। ଏହି ଇଭେଣ୍ଟରେ ତାମିଲନାଡୁର ସାଇନି ଗ୍ଲାଡ୍‌ସିଆ (୧୪.୬୭ ‌ସେକେଣ୍ଡ) ରୌପ୍ୟ ଏବଂ ତେଲେଙ୍ଗାନାର ଏରୋଲା ପ୍ରଣତୀ (୧୪.୭୨ ସେକେଣ୍ଡ) କାଂସ୍ୟ ପଦକ ପାଇଥିଲେ। ଅନ୍ୟପକ୍ଷରେ ସ୍ବାଗତ ବେହେରା ବାଳକ ଟ୍ରିପଲଜମ୍ପ୍‌ରେ ସପ୍ତମ ସ୍ଥାନରେ ରହିଥିଲେ। ତେବେ ସବିତା ଟପ୍ପୋ ଏବଂ ଜନୁନା ଟୁଡୁ ଲଙ୍ଗ୍‌ଜମ୍ପ୍‌ ଫାଇନାଲ୍‌କୁ ଯୋଗ୍ୟତା ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ୧୦ ଜଣିଆ ଓଡ଼ିଶା ଦଳ (୩ ବାଳିକା, ୭ ବାଳକ) ଭାଗ ନେଇଛି। ପ୍ରତିଯୋଗିତା ମଧ୍ୟ ଅକ୍ଟୋବର ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ କୁଏତ୍‌ରେ ଆୟୋଜିତ ହେବାକୁ ଯାଉଥିବା ଚତୁର୍ଥ ଏସୀୟ ଯୁବ ଦୌଡ଼କୁଦ ପ୍ରତିଯୋଗିତା ପାଇଁ ମନୋନୟନ ଟ୍ରାଏଲ୍‌ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe