ଭୁବନେଶ୍ବର: ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସ୍ବିଆଇ) ପକ୍ଷରୁ ରବିବାର ଗ୍ରିନ୍ ମାରାଥନ୍ ଦ୍ବିତୀୟ ସଂସ୍କରଣ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ଠାରେ ଆରମ୍ଭ ହୋଇଛି। ‘ରନ୍ ଫର୍ ଗ୍ରିନ୍ ଫ୍ୟୁଚର’ (ସବୁଜ ଭବିଷ୍ୟତ ପାଇଁ ଦୌଡ଼) ଶୀର୍ଷକକୁ ନେଇ ଆୟୋଜିତ ଏହି ମାରାଥନ୍ରେ ୨୧ କିମି ପୁରୁଷ ବର୍ଗରେ ଅଜିତ ସିଂହ (୧:୧୨:୩୫) ପ୍ରଥମ, ଦେବୀପ୍ରସାଦ ତରାଇ ଦ୍ବିତୀୟ ଓ ବିଷ୍ଣୁଚରଣ କଅଁର ତୃତୀୟ ରହି ପୁରସ୍କୃତ ହୋଇଥିଲେ। ୨୧ କିମି ଭେଟେରାନରେ ରଞ୍ଜିତ ମହାତ, ବିଖ୍ୟାତ ଦେଉରି ଓ ଦାନିଆଲ ଦିଗାଲ ଯଥାକ୍ରମେ ପ୍ରଥମ ୩ ସ୍ଥାନରେ ରହିଥିଲେ। ୨୧ କିମି ମହିଳାରେ ଲକ୍ଷ୍ମୀ ଲକ୍ଷ୍ମୀ ପ୍ରଥମ, ତବସୁବ୍ ଆରା ବେଗମ ଦ୍ବିତୀୟ ଓ ବିଜୟା ବର୍ମନ ତୃତୀୟ ସ୍ଥାନ ପାଇଥିଲେ। ୧୦ କିମି ପୁରୁଷରେ ଅଶୋକ ଦଣ୍ଡସେନା, ମୁକୁନ୍ଦ ବନ୍ରା, କୈଲେସ କୁମାର ଏବଂ ଭେଟେରାନ୍ରେ ଆର୍କେ ମୁର୍ତ୍ତି, ତରୁଣ କୁମାର ଶର୍ମା, ଅନୀଲ ମହାତ ପ୍ରଥମ ୩ ସ୍ଥାନରେ ରହିଥିଲେ। ମହିଳାରେ କସ୍ତୁରୀ ରାଓ, ଦୀପ୍ତି ଦାସ, ଅନିତା ରାଇ ଏବଂ ଭେଟେରାନରେ ମଧବୀ ଗର୍ଗ, ବବିତା ଦେବଦର୍ଶନୀ ଓ ପୁନମ ଗୁଣୱନ୍ତ ପ୍ରଥମ ୩ରେ ରହି ପୁରସ୍କାର ପାଇଥଲେ। ରବିବାର ସକାଳ ୫.୩୦ରେ କଳିଙ୍ଗ ସ୍ପୋର୍ଟ୍ସ କମ୍ପ୍ଲେକ୍ସଠାରେ ଏହି କାର୍ଯ୍ୟକ୍ରମ ୩୦୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।। ଏସ୍ବିଆଇ ଭୁବନେଶ୍ବର ସର୍କଲର ମୁଖ୍ୟ ମହାପ୍ରବନ୍ଧକ ପ୍ରବୀଣା କାଲା, ମହାପ୍ରବନ୍ଧକ ଦେବୀ ଶଙ୍କର ମିଶ୍ର, ଗୌତମ ଭଟ୍ଟାଚାର୍ଯ୍ୟ, ଏସ୍ବିଆଇ ଏମ୍ଡି ଓ ସିଇଓ ପୁସଣ ମହାପାତ୍ର, ଅଲିମ୍ପିଆନ୍ ୱିଲିୟମ ଜାଲ୍ଜୋ, ଅନୁରାଧା ବିଶ୍ବାଳ, ପ୍ରବୋଧ ତିର୍କି ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us