ସେମିଫାଇନାଲ୍‌ରେ ସ୍କାନ୍‌ ସ୍ପୋର୍ଟିଂ: ରାଜ୍ୟସ୍ତରୀୟ ନଳିନୀ ମହାନ୍ତିି ଚ୍ୟାଲେଞ୍ଜ କ୍ରିକେଟ୍‌

Advertisment
ସେମିଫାଇନାଲ୍‌ରେ ସ୍କାନ୍‌ ସ୍ପୋର୍ଟିଂ: ରାଜ୍ୟସ୍ତରୀୟ ନଳିନୀ ମହାନ୍ତିି ଚ୍ୟାଲେଞ୍ଜ କ୍ରିକେଟ୍‌

Cricket bat and ball on green grass of cricket pitch

ରାଜନଗର: ଦାଣ୍ଡିଠାରେ ଚାଲିଥିବା ରାଜ୍ୟସ୍ତରୀୟ ନଳିନୀକାନ୍ତ ମହାନ୍ତି ଚ୍ୟାଲେଞ୍ଜ୍‌ କ୍ରିକେଟ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ଭୁବନେଶ୍ୱରର ସ୍କାନ୍‌ ସ୍ପୋର୍ଟିଂ ପ୍ରବେଶ କରିଛି। ସୋମବାର ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍‌ରେ ଏହି ଦଳ ୮ ଓ୍ଵିକେଟ୍‌ରେ ଆଳିର ଖରାଖାଇ କ୍ରିକେଟ୍‌ ଦଳକୁ ପରାସ୍ତ କରିଛି।
ଆଳି ଦଳ ୨୨ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୫୧ ରନ୍‌ କରିଥିଲା। ସୁନୀଲ୍‌ ବରଜ ୪୦ ଓ ପ୍ରତାପ ରୟ ୩୬ ରନ୍‌ କରିଥିଲେ। ସ୍କାନ୍‌ ପକ୍ଷରୁ ନଦୀମ୍‌ ଖାନ୍‌ ୩ ଓ ଏସ୍‌କେ ସଲମନ୍‌ ୨ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ସ୍କାନ୍‌ ସ୍ପୋର୍ଟିଂ ମାତ୍ର ୨ ଓ୍ଵିକେଟ୍‌ ହରାଇ ୨୨ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଇଜ୍ରାଲ୍‌ ଖାନ୍‌ ୬୫ ରନ୍‌ ଓ ଆଲୋକ ସେଠୀ ୫୧ ରନ୍‌ କରିଥିଲେ। ଆଳି ପକ୍ଷରୁ ଗୌରାଙ୍ଗ ସାହୁ ଓ ରାଜେଶ୍‌ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ପାଇଥିଲେ। ବିଜୟୀ ଦଳର ଇଜ୍ରାଲ୍‌ ଖାନ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଅଂଜନ ବେହେରା, ନିରଂଜନ ଦାସ ଖେଳ ପରିଚାଳନା କରିଥିବା ବେଳେ ସୁଧୀର ବେହେରା, ସୌମ୍ୟରଂଜନ ବେହେରା, ସ୍ମୃତି ରଂଜନ ସିୟ ଧାରା ବିବରଣୀ ପ୍ରଦାନ କରିଥିଲେ। ତଟବନ୍ଧ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ଉମେଶ ଚନ୍ଦ୍ର ସ୍ୱାଇଁ, କନିଷ୍ଠଯନ୍ତ୍ରୀ ଭଂଜ କିଶୋର ରାଉତ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅରୁଣ କୁମାର ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ମଙ୍ଗଳବାର ଶ୍ରାବଣୀ କ୍ରିକେଟ୍‌ କ୍ଲବ (ସିଂହପୁର) ଓ ନିମ୍‌ପୁର କ୍ରିକେଟ୍‌ କ୍ଲବ୍‌ (ଜଗତପୁର) ମଧ୍ୟରେ ମ୍ୟାଚ୍‌ ଖେଳାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe