ଆଇପିଏଲ୍‌-୧୩ର ଖେଳସୂଚୀ ଘୋଷଣା ଆଜି

Advertisment

ଆଇପିଏଲ୍‌ ପାଇଁ ଆଇସିସି ଅମ୍ପାୟାର୍ ଅମଙ୍ଗ

ଆଇପିଏଲ୍‌ ପାଇଁ ଆଇସିସି ଅମ୍ପାୟାର୍ ଅମଙ୍ଗ

ୟୁଏଇ ପାଇଁ ଆନୁଷ୍ଠାନିକ ଅନୁମତି, ୧୮ ସୁଦ୍ଧା ଭିଭୋ ବିକଳ୍ପ ଘୋଷଣା

Image courtesy: tkbsen

ନୂଆଦିଲ୍ଲୀ/କୋଲକାତା : ବହୁ ପ୍ରତୀକ୍ଷିତ ତଥା ବହୁ ବିଳମ୍ବିତ ଆଇପିଏଲ୍‌-୧୩ର ଖେଳସୂଚୀ ଶୁକ୍ରବାର ଘୋଷଣା କରାଯିବ ବୋଲି ଶେଷରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସ୍ପଷ୍ଟ କରିଛନ୍ତି। ବିଭିନ୍ନ ପ୍ରତିବଂଧକ କାରଣରୁ ଏହା ବିଳମ୍ବିତ ହୋଇଥିଲେ ମଧ୍ୟ ଗୁରୁବାର ସୁଦ୍ଧା ସବୁ ସମାଧାନ ହୋଇଯାଇଛି। ଚୂଡାନ୍ତ ପର୍ଯ୍ୟାୟରେ ରହିଥିବାରୁ ଶୁକ୍ରବାର ଏହା ଘୋଷଣା କରାଯିବ ବୋଲି ଗାଙ୍ଗୁଲି ପ୍ରକାଶ କରିଛନ୍ତି। ୟୁଏଇର ୩ଟି ଷ୍ଟାଡିୟମ୍‌ ଦୁବାଇ, ସାରଜା ଏବଂ ଆବୁଧାବିରେ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ଏହା ଖେଳାଯିବ ବୋଲି ଘୋଷଣା କରାଯାଇଥିଲା। ସଙ୍ଗରୋଧ ନିୟମ, ଅନ୍ତଃନଗର ଯାତାୟତ କଟକଣା, କୋଭିଡ୍‌-୧୯ ଜନିତ ନିୟମ ଓ ପ୍ରୋଟୋକଲ୍‌ ଆଦିକୁ ନେଇ ରହିଥିବା ସମସ୍ୟାର ସମାଧାନ କରାଯାଇଛି। ଶେଷ ସମସ୍ୟାଟି ଥିଲା ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ)ର କିଛି ସଦସ୍ୟ ପଜିଟିଭ୍ ଆସିବାରୁ ସେମାନେ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳିବେ କି ନା। ପଜିଟିଭ୍ ଖେଳାଳି ସଙ୍ଗରୋଧରେ ଥିବା ଏବଂ ଅନ୍ୟମାନେ ନେଭେଟିଭ୍ ଆସିବାରୁ ସିଏସ୍‌କେ ଶୀଘ୍ର ଅଭ୍ୟାସ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି। ଜୈବ ସୁରକ୍ଷିତ ପ୍ରୋଟୋକଲ୍ ମଧ୍ୟରେ ଏହି ପ୍ରତିଯୋଗିତା ଲାଗି କିଭଳି ସୂଚୀ ପ୍ରସ୍ତୁତ ହୋଇଛି ଶୁକ୍ରବାର ସ୍ପଷ୍ଟ ହୋଇଯିବ। ପ୍ରଥମ ଚରଣ ମ୍ୟାଚ୍‌ଗୁଡିକ କେବଳ ଦୁବାଇ ଓ ସାରଜାରେ କରାଯିବାକୁ ନେଇ ହୋଇଥିବା ବିଚାର ସମ୍ପର୍କରେ ମଧ୍ୟ ଶୁକ୍ରବାର ଜଣାପଡିବ।

ଆଇପିଏଲ୍‌ ପାଇଁ ଆଇସିସି ଅମ୍ପାୟାର୍ ଅମଙ୍ଗ
ନୂଆଦିଲ୍ଲୀ/ବେଙ୍ଗାଲୁରୁ : କୋଭିଡ୍‌-୧୯ ମହାମାରୀ କାରଣରୁ ଏଥର ବିସିସିଆଇ ଅଧିକରୁ ଅଧିକ ଆଇସିସି ଏଲିଟ୍‌ ପ୍ୟାନେଲ୍‌ ଅମ୍ପାୟାରଙ୍କୁ ଆଇପିଏଲ୍‌ରେ ନିୟୋଜିତ କରିବାକୁ ଚାହୁଁଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଅଧିକାଂଶ ଅମଙ୍ଗ ଥିବା ଜଣାପଡିଛି। ବିଶେଷ କରି ଅନ୍ତର୍ଜାତୀୟ ମ୍ୟାଚ୍‌ ସୀମିତ ଥିବାରୁ ଏଲିଟ୍ ପ୍ୟାନେଲ୍‌ ଅମ୍ପାୟାର୍‌ ଅଧିକ ଉପଲବ୍‌ଧ ଅଛନ୍ତି। କିନ୍ତୁ‌ କୋଭିଡ୍‌-୧୯ ପରିସ୍ଥିତି କାରଣରୁ ସେମାନେ ଆଇପିଏଲ୍‌ଠାରୁ ଦୂରେଇ ରହିବାକୁ ପସନ୍ଦ କରୁଛନ୍ତି। କାରଣ ଆଇସିସି ଚୁକ୍ତିକୁ ନେଇ ସେମାନଙ୍କ ରୋଜଗାର ପ୍ରଭାବିତ ହୋଇନାହିଁ। ପ୍ରତି ବର୍ଷ ବିସିସିଆଇ ଆଇପିଏଲ୍‌ ପାଇଁ ୬ ଜଣ ଏଲିଟ୍ ପ୍ୟାନେଲ୍ ଅମ୍ପାୟାରଙ୍କୁ ନିଯୁକ୍ତ କରିଥାଏ। ଏଥର ଅଧିକ ଚାହୁଁଥିଲେ ମଧ୍ୟ ସେମାନେ ଆସିବାକୁ ନାରାଜ ଅଛନ୍ତି। ଉଦାହରଣ ଭାବେ କୁମାର ଧର୍ମସେନା ନମ୍ରଭାବେ ମନା କରିଦେଇଛନ୍ତି। ଶ୍ରୀଲଙ୍କା କ୍ରିକେଟ୍‌ ସହ ବ୍ୟସ୍ତ ଅଛନ୍ତି ବୋଲି କହି ସେ ଏଡ଼ାଇଯାଇଛନ୍ତି। ନ୍ୟୁଜିଲାଣ୍ଡର କ୍ରିସ୍ ଗଫାନି, ଇଂଲଣ୍ଡର ରିଚାର୍ଡ ଇଲିଙ୍ଗୱର୍ଥ ଓ ମାଇକେଲ୍‌ ଗଫ୍ ଏବଂ ଭାରତର ନବନିଯୁକ୍ତ ନିତୀନ ମେନନ କେବଳ ରାଜି ଅଛନ୍ତି। ଭାରତର ଅନ୍ତର୍ଜାତୀୟ ଅମ୍ପାୟାର୍‌ ଅନିଲ ଚୌଧୁରୀ, ସି ସାମସୁଦ୍ଦିନ, ବୀରେନ୍ଦ୍ର ଶର୍ମା, କେଏନ୍ ପଦ୍ମନାଭନ ଏବଂ ଏସ୍ ରବି ପ୍ରମୁଖଙ୍କ ନାମ ରହିଛି। ଅନ୍ୟମାନେ ଟିଭି ଅମ୍ପାୟାର୍‌ ତାଲିକାରେ ରହିଛନ୍ତି। ତେବେ ଅତୀତରେ ସମାଲୋଚିତ ହେଉଥିବା ଭାରତୀୟ ଅମ୍ପାୟାରମାନଙ୍କ ପାଇଁ ଏହା ବଡ଼ ସୁଯୋଗ ଆଣିବ ବୋଲି ବିସିସିଆଇ ଆଶା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe