ଇଂଲଣ୍ଡକୁ ହରାଇ ସ୍କଟ୍‌ଲାଣ୍ଡ୍‌ ରଚିଲା ଇତିହାସ

ଇଂଲଣ୍ଡକୁ ହରାଇ ସ୍କଟ୍‌ଲାଣ୍ଡ୍‌ ରଚିଲା ଇତିହାସ

ଏଡିନ୍‌ବର୍ଗ: ଏକମାତ୍ର ଦିନିକିଆରେ ଇଂଲଣ୍ଡ୍‌କୁ ରୋମାଞ୍ଚକ ଭାବେ ୬ ରନ୍‌ରେ ହରାଇ ସ୍କଟ୍‌ଲାଣ୍ଡ୍‌ ଐତିହାସିକ ବିଜୟ ହାସଲ କରିଛି। ରବିବାର କାଲମ୍‌ ମ୍ୟାକ୍‌ଲିୟଡ୍‌ଙ୍କ ଶତକ (୧୪୦*, ୯୪ ବଲ୍‌, ୧୬ ଚୌକା, ୩ ଛକା) ବଳରେ ସ୍କଟଲାଣ୍ଡ୍‌ ୩୭୧ ରନ୍‌ କରିଥିଲା। ଜବାବରେ ଇଂଲଣ୍ଡ ଶେଷ ପର୍ଯ୍ୟନ୍ତ ଲଢ଼େଇ କରିଥିଲେ ମଧ୍ୟ ୭ ବଲ୍‌ ପୂର୍ବରୁ ୬ ରନ୍‌ ଦୂରରେ ରହିଯାଇଥିଲା। ଜନି ବେୟାରଷ୍ଟୋ (୧୦୫, ୫୯ ବଲ୍‌, ୧୨ ଚୌକା, ୬ ଛକା) ବିସ୍ଫୋରକ ଶତକ (୫୪ ବଲ୍‌ରୁ) ହାସଲ କରିଥିଲେ ମଧ୍ୟ ଦଳକୁ ବିଜୟ ଦେଇ ପରିନଥିଲେ। ସ୍କଟ୍‌ଲାଣ୍ଡର ୩୭୧ ରନ୍‌ ହେଉଛି ଏହି ଦେଶର ସର୍ବାଧିକ ଦିନିକିଆ ସ୍କୋର୍‌। ସେହିଭଳି ଆଇସିସିର ସହଯୋଗୀ ସଦସ୍ୟ ରାଷ୍ଟ୍ର ଭାବେ ମଧ୍ୟ ସର୍ବୋଚ୍ଚ। ପୂର୍ବରୁ ଏହି କୀର୍ତିମାନ କେନିୟା (୩୪୭ ବନାମ ବାଂଲାଦେଶ, ୧୯୯୭) ନାମରେ ଥିଲା। ଇଂଲଣ୍ଡ ବିପକ୍ଷରେ ପଞ୍ଚମ ଥର ଖେଳି ସ୍କଟଲାଣ୍ଡ୍‌ ମଧ୍ୟ ପ୍ରଥମ ଥର ବିଜୟୀ ହୋଇଛି।

ସଂକ୍ଷିପ୍ତ ସ୍କୋର: ସ୍କଟ୍‌ଲାଣ୍ଡ୍‌ ୫୦ ଓଭରରେ ୩୭୧/୫ (ସ୍କଟ୍‌ କ୍ୟାଲମ୍‌ ମ୍ୟାକଲିୟଡ୍‌-୧୪୦*, କାଇଲ୍‌ କୋଏତ୍‌ଜର୍‌-୫୮, ହେନରି ଜର୍ଜ ମୁନ୍‌ସୀ-୫୫, ଆଦିଲ୍‌ ରସିଦ୍‌-୨/୭୨, ଲିଆମ୍‌ ପ୍ଲଙ୍କେଟ୍‌-୨/୮୫)। ଇଂଲଣ୍ଡ ୪୮.୫ ଓଭରରେ ୩୬୫ (ଜନି ବେୟାରଷ୍ଟୋ-୧୦୫, ମୋଇନ୍‌ ଅଲୀ-୪୬, ଲିଆମ୍‌ ପ୍ଲଙ୍କେଟ୍‌-୪୭*, ମାର୍କ ଓ୍ଵାଟ୍‌-୩/୫୫, ଆଲାସ୍‌ ଡାୟାର୍‌ ଇଭାନ୍‌ସ-୨/୫୦, ରିଚାର୍ଡ ଡଗ୍‌ଲାସ୍‌ ବାରିଙ୍ଗଟନ୍‌-୨/୬୭)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe