ପୁଲିସକୁ ସମ୍ପୂର୍ଣ୍ଣ ରୂପେ ସାହାଯ୍ୟ କରିବାକୁ ମୁଁ ପ୍ରସ୍ତୁତ: ଗୋଲକ ମହାପାତ୍ର

Advertisment

୨ୟ ଦଫାରେ ଗୋଲକଙ୍କ ବୟାନ ରେକର୍ଡ କଲା ପୁଲିସ

୨ୟ ଦଫାରେ ଗୋଲକଙ୍କ ବୟାନ ରେକର୍ଡ କଲା ପୁଲିସ

ପୁଲିସକୁ ସମ୍ପୂର୍ଣ୍ଣ ରୂପେ ସାହାଯ୍ୟ କରିବାକୁ ମୁଁ ପ୍ରସ୍ତୁତ: ଗୋଲକ ମହାପାତ୍ର

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମାଲାରେ ବିଜେପି ନେତା ଗୋଲକ ମହାପାତ୍ରଙ୍କୁ ଛତ୍ରପୁର ପୁଲିସ ବୁଧବାର ୨ୟ ଦଫାରେ ବୟାନ ରେକର୍ଡ କରିଛି। ଗୋଲକଙ୍କୁ ପୁଲିସ ୨ଟି ଯାକ ପର୍ଯ୍ୟାୟରେ ସମୁଦାୟ ୩ଘଣ୍ଟା ୧୩ ମିନିଟ ଜେରା କରିଛି। ୨ୟ ଦଫାରେ ଗୋଲକ ସନ୍ଧ୍ୟା ୭ଟା ୧୯ରେ ୨ଘଣ୍ଟା ୧୩ ମିନିଟ ବୟାନ ଦେବା ପରେ ଥାନା ପରିସରରୁ ବାହାରି ଥିଲେ। ପ୍ରତିକ୍ରିୟାରେ ଗୋଲକ କହିଛନ୍ତି, ପୁଲିସକୁ ସମ୍ପୂର୍ଣ୍ଣ ରୂପେ ସାହାଯ୍ୟ କରିବାକୁ ମୁଁ ପ୍ରସ୍ତୁତ ଅଛି।

ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ଜେରା କରିବା ପରେ ପୁଲିସ ମଧ୍ୟାହ୍ନ ଭୋଜନ ପାଇଁ ଗୋଲକଙ୍କୁ ଛାଡି ଦେଇଥିଲା। ଛତ୍ରପୁର ଥାନାରେ ଗୋଲକଙ୍କୁ ଅପରାହ୍ନ ୧ଟା ୧୦ରୁ ୨ଟା ୧୦ ପର୍ଯ୍ୟନ୍ତ ଜେରା କରାଯାଇଥିଲା। ଗୋଲକ ମହାପାତ୍ରଙ୍କୁ ପୁଲିସ ୧୬୧ରେ ବୟାନ ରେକର୍ଡ କରିଛି। ପୁଲିସର ଜେରାରେ ମୁଁ ସନ୍ତୋଷ ଅନୁଭବ କରୁଛି ବୋଲି ଗୋଲକ କହିଥିଲେ।

ନୋଟିସ୍‌ ପରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଗୋଲକ ମହାପାତ୍ର ଦଳୀୟ କର୍ମୀଙ୍କ ସହିତ ଥାନା ପରିସରରେ ପହଞ୍ଚିଥିଲେ। ସେଠାରେ ଅତିରିକ୍ତ ଏସ୍‌ପି ପ୍ରଦୀପ କୁମାର ମହାପାତ୍ର, ଅତିରିକ୍ତ ଏସ୍‌ପି ଅଜୟ ପ୍ରତାପ ସ୍ୱାଇଁ, ଏସ୍‌ଡିପିଓ ରମେଶ ଚନ୍ଦ୍ର ସେଠୀ, ଆଇଆଇସି ବିଷ୍ଣୁ ପ୍ରସାଦ ଓ ହାଇକୋର୍ଟ ଓକିଲ ପାର୍ଥ ସାରଥୀ ନାୟକଙ୍କ ଉପସ୍ଥିତିରେ ଗୋଲକଙ୍କୁ ଜେରା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe