ଦ୍ବିତୀୟ ଟେ‌ଷ୍ଟ୍‌: ମିଚେଲ ଓ ବ୍ଲଣ୍ଡେଲଙ୍କ ଶତକୀୟ ଭାଗୀଦାରି, ନ୍ୟୁଜିଲାଣ୍ଡ ୩୧୮/୪

ଦ୍ବିତୀୟ ଟେ‌ଷ୍ଟ୍‌: ମିଚେଲ ଓ ବ୍ଲଣ୍ଡେଲଙ୍କ ଶତକୀୟ ଭାଗୀଦାରି, ନ୍ୟୁଜିଲାଣ୍ଡ ୩୧୮/୪

Times of India

ନଟିଂହାମ : ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଶୁକ୍ରବାରଠାରୁ ନଟିଂହାମଠାରେ ଆରମ୍ଭ ହୋଇଛି ଦ୍ବିତୀୟ ଟେଷ୍ଟ। ଏଥିରେ ଘରୋଇ ଇଂଲଣ୍ଡ ଟସ୍‌ ଜିତି ଭ୍ରମଣକାରୀ ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ତେବେ ଡାରିଲ ମିଚେଲ ଏବଂ ଟମ୍‌ ବ୍ଲଣ୍ଡେଲଙ୍କ ଅସମାପ୍ତ ଶତକୀୟ ଭାଗୀଦାରି ବଳରେ ପ୍ରଥମ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ନ୍ୟୁଜିଲାଣ୍ଡ ୮୭ ଓଭରରେ ୪ ୱିକେଟ୍‌ ବିନିମୟରେ ୩୧୮ ରନ୍‌ କରିନେଇଛି। ମିଚେଲ (୮୧*, ୧୪୭ ବଲ୍‌) ଏବଂ ବ୍ଲଣ୍ଡେଲ (୬୭*, ୧୩୬ ବଲ୍‌) ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଛନ୍ତି। ଦୁହେଁ ଅସମାପ୍ତ ପଞ୍ଚମ ୱିକେଟ୍‌ରେ ୧୪୯ ରନ୍‌ ଯୋଡ଼ି ଇଂଲଣ୍ଡ ବୋଲରଙ୍କୁ ନିରାଶ କରିଛନ୍ତି।

ପ୍ରଥମ ୪ ବ୍ୟାଟର୍‌ ଭଲ ଆରମ୍ଭ କରିଥିଲେ ମଧ୍ୟ ସମସ୍ତେ ଅର୍ଦ୍ଧଶତକ ପୂର୍ବରୁ ପାଭିଲିୟନ ଫେରିଯାଇଥିଲେ। ଅଧିନାୟକ ଟମ୍‌ ଲାଥମ (୨୬, ୬୦ ବଲ୍‌) ଓ ୱିଲ ୟଙ୍ଗ (୪୭, ୭୦ ବଲ୍‌) ପ୍ରଥମ ୱିକେଟ୍‌ରେ ୮୪ ରନ୍ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ‌ତେ‌ବେ ଉଭୟେ ୪ ବଲ୍‌ ବ୍ୟବଧାନ ଏବଂ ସମାନ ସ୍କୋରରେ ଆଉଟ୍‌ ଯୋଇଯା‌ଇଥିଲେ। ଏହାପରେ ଡେଭନ କନୱେ (୪୬, ୬୨ ବଲ୍‌) ଓ ହେନ୍‌ରି ନି‌କୋଲାସ (୩୦, ୫୨ ବଲ୍‌) ତୃତୀୟ ୱିକେଟ୍‌ରେ ୭୭ ରନ୍ ଯୋଡ଼ି ସ୍ଥିତି ସୁଧାରି ନେଇଥିଲେ। ଏ ଦୁହେଁ ମଧ୍ୟ ୮ ରନ୍‌ ବ୍ୟବଧାନରେ ପାଭିଲିୟନ୍‌ ଫେରିଯିବାରୁ ଦଳ ୧୬୯/୪ରେ ସଂଘର୍ଷ କରିଥିଲା। ଜେମ୍‌ସ ଆଣ୍ଡରସନ୍‌ ଏବଂ ଅଧିନାୟକ ବେନ୍‌ ଷ୍ଟୋକ୍ସ ୨ଟି କରି ୱିକେଟ୍‌ ଦଖଲ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe