ଦ୍ବିତୀୟ ଟେଷ୍ଟ: ଶ୍ରୀଲଙ୍କା ୩୭୮, ପାକିସ୍ତାନ ୧୯୧/୭

ଦ୍ବିତୀୟ ଟେଷ୍ଟ: ଶ୍ରୀଲଙ୍କା ୩୭୮, ପାକିସ୍ତାନ ୧୯୧/୭

NDTV Sports

ଗଲ୍‌: ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଟେଷ୍ଟରେ ପାକିସ୍ତାନ ପ୍ରଥମ ପାଳିରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଶ୍ରୀଲଙ୍କା ଏହାର ପ୍ରଥମ ପାଳିରେ ୩୭୮ ରନ୍ କରିଥିବା ବେଳେ ଦ୍ବିତୀୟ ଦିବସ ଶେଷ ସୁଦ୍ଧା ଭ୍ରମଣକାରୀ ପାକିସ୍ତାନ ୧୯୧ ରନ୍‌ରେ ୭ ୱିକେଟ୍ ହରାଇ ସଙ୍କଟରେ ପଡ଼ିଛି। ପାକିସ୍ତାନ ହାତରେ ଏବେ ମାତ୍ର ୩ ୱିକେଟ୍‌ ଥାଇ ୧୮୭ ରନ୍‌ ପଛରେ ରହିଛି। ଦ୍ବିତୀୟ ଦିବସରେ ମୋଟ ୧୧ ୱିକେଟର ପତନ ଘଟିଛି। ଶ୍ରୀଲଙ୍କା ୩୧୫/୬ରୁ ଖେଳି ଅବଶିଷ୍ଟ ୪ ୱିକେଟ୍ ହରାଇବା ପୂର୍ବରୁ ସୋମବାର ୬୩ ରନ୍‌ ଯୋଡ଼ିଥିଲା। ଶ୍ରୀଲଙ୍କା ପକ୍ଷରୁ ୱିକେଟରକ୍ଷକ ନିରୋଶନ ଡିକୱାଲା (୫୧, ୫୪ ବଲ୍) ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ନସିମ୍ ସାହାଙ୍କ ତୃତୀୟ ଶିକାର ହୋଇଥିଲେ। ନିମ୍ନକ୍ରମରେ ରମେଶ ମେଣ୍ଡିସ୍‌ ମଧ୍ୟ ୩୫ ରନ୍‌ର ଉପଯୋଗୀ ପାଳି ଖେଳିଥିଲେ। ପାକିସ୍ତାନ ପକ୍ଷରୁ ନସିମ୍ ସାହା ଓ ୟାସିର୍‌ ସାହା ୩-୩ ୱିକେଟ୍‌ ନେଇଥିଲେ। ପାକିସ୍ତାନ ପାଳିକୁ କିନ୍ତୁ ଶ୍ରୀଲଙ୍କାର ବୋଲରମାନେ ସେଟ୍‌ ହେବାକୁ ଦେଇନଥିଲେ। ଆଘା ସଲମାନ ସର୍ବାଧିକ ୬୨ ରନ୍‌ କରିଥିବା ବେଳେ ତାଙ୍କ ୱିକେଟ୍‌ର ପତନ ସହିତ ଦ୍ବିତୀୟ ଦିନର ଖେଳ ଶେଷ ହୋଇଛି। ରମେଶ ମେଣ୍ଡିସ୍‌ ସର୍ବାଧିକ ୩ ୱିକେଟ୍ ନେଇଛନ୍ତି।

ସଂକ୍ଷିପ୍ତ ସ୍କୋର: ଶ୍ରୀଲଙ୍କା ପ୍ରଥମ ପାଳି: ୧୦୩ ଓଭରରେ ୩୭୮ (ଦୀନେଶ ଚାନ୍ଦିମାଳ-୮୦, ଓସାଦା ଫର୍ଣ୍ଣାଣ୍ଡୋ-୫୦, ନିରୋଶାନ ଡିକୱାଲା-୫୧, ନସିମ୍ ସାହା-୩/୫୮, ୟାସିର୍ ସାହା-୩/୮୩, ମହମ୍ମଦ ନୱାଜ-୨/୮୦, ନୌମନ ଅଲୀ-୧/୬୪)। ପାକିସ୍ତାନ ପ୍ରଥମ ପାଳି: ୬୯.୪ ଓଭରରେ ୧୯୧/୭ (ଆଘା ସଲମାନ-୬୨, ଇମାମ ଉଲ୍ ହକ୍‌-୩୨, ରମେଶ ମେଣ୍ଡିସ୍‌-୩/୪୨, ପ୍ରଭାତ ଜୟସୁରିଆ-୨/୫୯, ଧନଞ୍ଜୟ ଡି’ ସିଲଭା-୧/୧୫, ଅସିଥ ଫର୍ଣ୍ଣାଣ୍ଡୋ-୧/୪୯)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe