ଦ୍ୱିତୀୟ ମ୍ୟାଚ୍‌ ବି ଗୋଲ୍‌ ଶୂନ୍ୟ

Advertisment
ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌, ଆଜି ଚେନ୍ନାୟିନ୍‌-ଏଟିକେ ଫାଇନାଲ୍‌

ଗୌହାଟୀ: ଚଳିତ ଆଇଏସ୍‌ଏଲ୍‌ରେ ଦୁଇଟି ମ୍ୟାଚ୍‌ ପର୍ଯ୍ୟନ୍ତ ଗୋଲ୍‌ର ଦେଖା ନାହିଁ। ଶୁକ୍ରବାର ଖେଳାଯାଇଥିବା ଆଟଲେଟିକୋ ଡି କୋଲ୍‌କାତା ବନାମ କୋଚି ବ୍ଲାଷ୍ଟର୍ସ ମୁକାବିଲା ଗୋଲଶୂନ୍ୟ ରହିଥିଲା। ଶନିବାର ନର୍ଥଇଷ୍ଟ୍‍ ୟୁନାଇଟେଡ୍‌ ଏଫ୍‌ସି ଏବଂ ଜାମସେଦପୁର ଏଫ୍‌ସି ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍‌ ଏହି ଧାରାକୁ ଆଗକୁ ନେବାରୁ  ଉଭୟ ଦଳ ପଏଣ୍ଟ୍‌ ବାଣ୍ଟିଛନ୍ତି। ଏଥି ସହିତ ଟାଟା ଗ୍ରୁପ୍‌ର ପଦାର୍ପଣକାରୀ ଜାମସେଦପୁର ପଏଣ୍ଟ୍‌ ଅର୍ଜନରୁ ଅଭିଯାନ ଆରମ୍ଭ କରିଛି। ରବିବାର ଦୁଇଟି ମ୍ୟାଚ୍‌ ଖେଳାଯିବ। ଅପରାହ୍‌ଣ ୫.୩୦ରେ ଚେନ୍ନାଇ ଏଫ୍‌ସି ସହିତ ଗୋଆ ଏଫ୍‌ସି ଏବଂ ରାତି ୮ଟାରେ ବେଙ୍ଗାଲୁର୍‌ ଏଫ୍‌ସି ସହିତ ମୁମ୍ବାଇ ସିଟି ମୁକାବିଲା କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe