କାକରକୁ ଦେଖି ଅତିରିକ୍ତ ବୋଲର୍‌ ଖେଳାଇବା ନିଷ୍ପତ୍ତି ନେବୁ: ଶାସ୍ତ୍ରୀ

Advertisment
ଭାରତରେ କିଛି ଈର୍ଷାପରାୟଣ ମୋ ବିଫଳତା ଚାହୁଁଥିଲେ: ଶାସ୍ତ୍ରୀ

ଦୁବାଇ: ଆସନ୍ତା ୨୪ ତାରିଖରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ସହ ପ୍ରଥମ ମ୍ୟାଚ୍‌ ଖେଳି ଭାରତ ଟି-୨୦ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବ। ଏହା ପୂର୍ବରୁ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ସହ ଭାରତ ଦୁଇଟି ଅଭ୍ୟାସ ମ୍ୟାଚ୍‌ ଖେଳିଥିବାରୁ ଫର୍ମ ଏବଂ ଫିଟ୍‌ନେସ୍‌କୁ ଭିତ୍ତି କରି ଖେଳାଳିଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବ। ତେବେ ଟି-୨୦ ବିଶ୍ବକପ୍‌ରେ ଭାରତ ତା’ର ସମସ୍ତ ମ୍ୟାଚ୍‌ ସଂଧ୍ୟା‌ ବେଳେ ଖେଳିବାର ସୂଚୀ ରହିଛି। ରାତିରେ ହିଁ କାକର ପଡ଼ିବ। ଏହା ମଧ୍ୟ ଏକ ବଡ଼ ସମସ୍ୟା ଭାବେ ଉଭା ହେବ। ଅତ୍ୟଧିକ କାକର ପଡ଼ିଲେ ମୁଠାରେ ବଲ୍‌କୁ ନିୟଂତ୍ରଣରେ ରଖିବାରେ ସ୍ପିନରଙ୍କ ପାଇଁ କଷ୍ଟସାଧ୍ୟ ହୋଇପାରେ।

କାକର ଯୋଗୁଁ ବୋଲରଙ୍କୁ ଅସୁବିଧାର ସାମ୍‌ନା କରିବାକୁ ପଡିବାକୁ ଥିଲା ବେଳେ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଷ୍ଟ୍ରୋକ୍‌ ଖେଳିବା ସହଜ ହେବ। ଏପରିସ୍ଥଳେ କାକର ସମସ୍ୟାକୁ ଦେଖି ଆମେ ଜଣେ ଅତିରିକ୍ତ ପେସର୍‌ କିମ୍ବା ସ୍ପିନର ଖେଳାଇବା ନିଷ୍ପତ୍ତି ନେବୁ। ‘‘କାକରର ମାତ୍ରାକୁ ଦେଖିବା ପରେ ପ୍ରଥମେ ବ୍ୟାଟିଂ କିମ୍ବା ବୋଲିଂ (ଟସ୍‌ ଜିତିଲେ) କରିବୁ ତାହା ମଧ୍ୟ ସ୍ଥିର କରିବୁ। ସେହିପରି କାକର ସମସ୍ୟା ହିଁ ଅତିରିକ୍ତ ପେସର୍‌ କିମ୍ବା ସ୍ପିନର ଖେଳାଇବାର ନିଷ୍ପତ୍ତି ନେବ’’ ବୋଲି ଷ୍ଟାର୍‌ ‌ସ୍ପୋର୍ଟସ ଅଫିସିଆଲ ବ୍ରଡ୍‌କାଷ୍ଟର ପାଇଁ ପୂର୍ବତନ ଭାରତୀୟ ୱିକେଟ୍‌ରକ୍ଷକ ଦୀପ ଦାସଗୁପ୍ତାଙ୍କ ସହ ବାର୍ତାଳାପ ବେଳେ କହିଛନ୍ତି ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ। ଶାସ୍ତ୍ରୀଙ୍କ କହିବା କଥା ହେଲା, ଭାରତୀୟ ଖେଳାଳିଙ୍କ ପାଇଁ ଆଇପିଏଲ୍‌ ଭଲ ପ୍ରସ୍ତୁତି ଥିଲା। ଭାରତୀୟ ଟି-୨୦ ବିଶ୍ବକପ୍‌ ଦଳର ଅଧିକାଂଶ ଖେଳାଳି ନିଜ ନିଜ ଫ୍ରାଞ୍ଚାଇଜ ପକ୍ଷରୁ ୨ ମାସ ଧରି ନିୟମିତ ଆଇପିଏଲ୍‌ ଖେଳିଛନ୍ତି। ତେଣୁ ସେମାନଙ୍କ ପାଇଁ ଅଧିକ ପ୍ରସ୍ତୁତିର ଆବଶ୍ୟକ ଥିବା ମୁଁ ଭାବୁନି। କେବଳ ଖେଳାଳିମାନେ ଏକାଠି ହେବା ଏବଂ ମିଳିତ ଭାବେ ନିଜ ନିଜ ପ୍ରଦର୍ଶନକୁ କାର୍ଯ୍ୟକାରୀ କରିବା ଏବେ ଆବଶ୍ୟକ ରହିଛି। ଖେଳାଳିମାନଙ୍କ ଉତ୍ସାହ ଏବଂ ଶକ୍ତି ହିଁ ବିଶ୍ବକପ୍‌ରେ ଭାରତକୁ ସହଜ ସ୍ଥିତିରେ ରଖିପାରିବ ବୋଲି ଶାସ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe