ଆରତୀଙ୍କ ହାତ ଛାଡ଼ିବେ ସେହବାଗ

Advertisment

ପୂର୍ବତନ ଭାରତୀୟ କ୍ରିକେଟର୍‌ ‌ବୀରେନ୍ଦ୍ର ସେହବାଗ ଓ ତାଙ୍କ ପତ୍ନୀ ଆରତୀ ଅଲୱାତଙ୍କ ୨୦ ବର୍ଷର ବୈବାହିକ ଜୀବନରେ ଅନ୍ତ ଘଟିବାକୁ ଯାଉଛି। ସେହବାଗ ଛାଡ଼ପତ୍ର ଲାଗି କୋର୍ଟରେ ଆବେଦନ କରିଥିବା ନେଇ ଶୁଣାଯାଉଛି।

ପୂର୍ବତନ ଭାରତୀୟ କ୍ରିକେଟର୍‌ ‌ବୀରେନ୍ଦ୍ର ସେହବାଗ ଓ ତାଙ୍କ ପତ୍ନୀ ଆରତୀ ଅଲୱାତଙ୍କ ୨୦ ବର୍ଷର ବୈବାହିକ ଜୀବନରେ ଅନ୍ତ ଘଟିବାକୁ ଯାଉଛି। ସେହବାଗ ଛାଡ଼ପତ୍ର ଲାଗି କୋର୍ଟରେ ଆବେଦନ କରିଥିବା ନେଇ ଶୁଣାଯାଉଛି।

00

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର୍‌ ‌ବୀରେନ୍ଦ୍ର ସେହବାଗ ଓ ତାଙ୍କ ପତ୍ନୀ ଆରତୀ ଅଲୱାତଙ୍କ ୨୦ ବର୍ଷର ବୈବାହିକ ଜୀବନରେ ଅନ୍ତ ଘଟିବାକୁ ଯାଉଛି। ସେହବାଗ ଛାଡ଼ପତ୍ର ଲାଗି କୋର୍ଟରେ ଆବେଦନ କରିଥିବା ନେଇ ଶୁଣାଯାଉଛି। ୨୦୦୪ରେ ବିବାହବନ୍ଧନରେ ଆବଦ୍ଧ ହୋଇଥିବା ଏହି ଦମ୍ପତି ଇନ୍‌ଷ୍ଟାଗ୍ରାମ୍‌ରେ ଉଭୟ ଉଭୟଙ୍କୁ ଅନ୍‌ଫଲୋ କରି ସାରିଛନ୍ତି। ଫଳରେ ଉଭୟଙ୍କ ସମ୍ପର୍କରେ ଥିବା ଫାଟ ଲୋକଲୋଚନକୁ ଆସିଛି। 

ଏପରିକି ଉଭୟ କିଛିଦିନ ହେବ ଅଲଗା ରହୁଥିଲା ବେଳେ ସେହବାଗ ଛାଡ଼ପତ୍ର ଲାଗି ଆବେଦନ କରିଥିବା ନେଇ ସେମାନଙ୍କ ନିକଟତମ ସୂତ୍ରରୁ ଖବର ମିଳୁଛି। ‌ବୀରେନ୍ଦ୍ର ଓ ଆରତୀ ୨୦୦୭ରେ ଆର୍ଯ୍ୟବୀର ଏବଂ ୨୦୧୦ରେ ବେଦାନ୍ତର ପିତାମାତା ହେବାର ଗୌରବ ପାଇଥିଲେ। ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କରେ ଫାଟ ଥିବା ଗତ ଦୀପାବଳି ସମୟରେ ପ୍ରଶଂସକମାନେ ଅନୁମାନ କରିଥିଲେ। ବୀରେନ୍ଦ୍ର ଦୁଇ ପୁଅଙ୍କ ସହ ଫଟୋ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ହେଲେ ଆରତୀଙ୍କୁ ଏହି ଫଟୋରେ ଦେଖିବାକୁ ମିଳି ନଥିଲା। ହେଲେ ଉଭୟ ଛାଡ଼ପତ୍ର ନେଇ କୌଣସି ଆନୁଷ୍ଠାନିକ ସୂଚନା ଦେଇନାହାନ୍ତି। ସୂଚନାଯୋଗ୍ୟ ଯେ ୨୦୦୦ରେ ଉଭୟଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଥିଲା। ୨୦୦୪ରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ବାସଭବନଠାରେ ଆରତୀଙ୍କ ହାତ ଧରିଥିଲେ ସେହବାଗ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe