ଧୋନି ଆମ ପରାମର୍ଶ ନେଉନଥିଲେ: ସେହବାଗ

ଧୋନି ଆମ ପରାମର୍ଶ ନେଉନଥିଲେ: ସେହବାଗ

India Today

ନୂଆଦିଲ୍ଲୀ: ବର୍ତମାନର ଭାରତୀୟ ଦଳରୁ ଖେଳାଳିଙ୍କୁ ବାଦ୍‌ ଦେବା ପ୍ରସଙ୍ଗରେ ନିଆଯାଉଥିବା ନିଷ୍ପତ୍ତିକୁ ପୂର୍ବତନ ଖେଳାଳି ବୀରେନ୍ଦ୍ର ସେହବାଗ ସମାଲୋଚନା କରିଛନ୍ତି। ବିନା ଆଲୋଚନାରେ ଏଭଳି କରାଯାଉଥିବାରୁ ସେହବାଗ ଅସନ୍ତୋଷ ପ୍ରକାଶ କରିବା ସହିତ ତାଙ୍କ ସମୟରେ ମଧ୍ୟ ଏଭଳି ହେଉଥିଲା ବୋଲି ବଡ଼ ଖୁଲାସା କରିଛନ୍ତି। ଆମ ସମୟରେ ମହେନ୍ଦ୍ର ସିଂହ ଧୋନି ମଧ୍ୟ ଡ୍ରେସିଂ ରୁମ୍‌ରେ ଖେଳାଳିଙ୍କ ସହ କୌଣସି ଯୋଗାଯୋଗ ନ କରି ଅଦଳ ବଦଳ କରୁଥିଲେ। ୨୦୧୨ ମସିହାରେ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ବେଳେ ଶୀର୍ଷ ୩ ଖେଳାଳି ମନ୍ଥର କ୍ଷେତ୍ରରକ୍ଷକ ଥିବାରୁ ଅଦଳବଦଳ କରାଯାଇଥିଲା। ଏହି କଥା ଆମେ ଗଣମାଧ୍ୟମରୁ ଜାଣିବାକୁ ପାଇଥିଲୁ। ସେ ଏସବୁ କଥା କେବେ ଡ୍ରେସିଂ ରୁମ୍‌ରେ ଆମକୁ କହିନଥିଲେ ବୋଲି ସେହବାଗ ପ୍ରକାଶ କରିଛନ୍ତି। ସେହି ତ୍ରିରାଷ୍ଟ୍ରୀୟରେ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହବାଗ, ଗୌତମ ଗମ୍ଭୀରଙ୍କ କ୍ରମରେ ଅଦଳ ବଦଳ କରାଯାଇଥିଲା। ତଥାପି ଆମ ସମୟରେ ଅଧିନାୟକ ଖେଳାଳିଙ୍କ ସହ ଆଲୋଚନା କରୁଥିଲେ। ଏବେ ବିରାଟ କୋହଲି ସେଭଳି କରୁଛନ୍ତି କି ନା ମୁଁ ଜାଣିନି। କିନ୍ତୁ ଏସିଆ କପ୍‌ ପାଇଁ ଦଳର ନେତୃତ୍ବ ନେଇଥିବା ବେଳେ ରୋହିତ ଶର୍ମା ଖେଳାଳିଙ୍କ ସହ ଆଲୋଚନା କରୁଥିଲେ ବୋଲି ମୁଁ ଶୁଣିଛି।

ଋଷଭ ପନ୍ତ୍‌ଙ୍କୁ ଦଳରେ ରଖାଯାଇଥିଲେ ମଧ୍ୟ ଖେଳାଯାଉ ନଥିବାରୁ ସେହବାଗ ଏଭଳି କହିଥିଲେ। ଜଣକୁ ବସାଇ‌ ଦେଲେ ସେ କିଭଳି ରନ୍‌ କରିବ? ସଚିନ ତେନ୍ଦୁଲକରଙ୍କୁ ବି ବସାଇଥିଲେ ସେ ରନ୍‌ କରି ପାରିନଥାନ୍ତେ! ଆପଣ ଯଦି ଭାବୁଛନ୍ତି ପନ୍ତ୍‌ ମ୍ୟାଚ୍‌ ବିଜେତା ତେବେ ତାଙ୍କୁ ଖେଳାଇବା ଉଚିତ୍। ତାଙ୍କୁ ବାଦ୍ ଦିଆଯାଉଛି କାରଣ ସେ ସ୍ଥିର ପ୍ରଦର୍ଶନ ଦେଇନାହାନ୍ତି? ବୋଲି ସେହବାଗ ପ୍ରଶ୍ନ କରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ପନ୍ତ୍‌ ମସ୍ତିଷ୍କାଘାତର ଶିକାର ହେବା ପରଠାରୁ କେଏଲ୍‌ ରାହୁଲ୍‌ ୱିକେଟକ୍ଷକ ବ୍ୟାଟସମ୍ୟାନ୍ ଭାବେ ଦ୍ବୈତ ଭୂମିକା ତୁଲାଇ ଆସୁଛନ୍ତି। ଏହା ଦଳ ପାଇଁ ସୁଫଳ ଦେଉଥିବାରୁ ପନ୍ତ୍‌ଙ୍କ ପ୍ରତ୍ୟାବର୍ତନ ନେଇ ମଧ୍ୟ ପ୍ରଶ୍ନ ଉଠିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe