ସେହବାଗଙ୍କ ଜନ୍ମଦିନରେ ଛୁଟିଲା ଶୁଭେଚ୍ଛାର ସୁଅ

ମନ୍ଥର ବ୍ୟାଟିଂ ପାଇଁ ଧୋନିଙ୍କୁ ଟ୍ରୋଲ୍ କଲେ ସେହବାଗ

ନୂଆଦିଲ୍ଲୀ: ବିଶ୍ବ କ୍ରିକେଟର୍ ଅନ୍ୟତମ ବିସ୍ଫୋରକ ବ୍ୟାଟସମ୍ୟାନ୍ ବୀରେନ୍ଦ୍ର ସେହବାଗ ଆଜି ୪୧ ତମ ଜନ୍ମଦିନ ପାଳନ କରୁଛନ୍ତି । ‌ଜୀବନର ଏହି ମାଇଲଖୁଣ୍ଟ୍‌ ଦିବସରେ ସେହବାଗଙ୍କ ନିକଟକୁ ‌ଶୁଭେଚ୍ଛାର ସୁଅ ଛୁଟିଛି । ଭିଭିଏସ ଲକ୍ଷ୍ମଣ, ମୟଙ୍କ ଅଗ୍ରୱାଲ, ବିସିସିଆଇ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।


ସେହବାଗଙ୍କୁ ଭିଭିଆନ୍ ରିଚାର୍ଡସଙ୍କ ପୀଢ଼ୀର ଆଧୁନିକ କ୍ରିକେଟର୍ ବୋଲି ଦର୍ଶାଇଥିଲେ ହରଭଜନ ସିଂହ। ସେହବାଗ ଅନ୍ତର୍ଜାତୀୟ କ୍ରିକେଟରେ ମୋଟ ୧୭,୨୫୩ ରନ୍ ସ୍କୋର କରିବା ସହିତ ଭାରତର ପ୍ରଥମ ଟେଷ୍ଟ୍ ତ୍ରିଶତକହାସଲକାରୀ ଏବଂ ସଚିନଙ୍କ ପରେ ଦ୍ବିତୀୟ ଦିନିକିଆ ଦ୍ବିଶତକ ହାସଲକାରୀ। ଟେଷ୍ଟରେ ୬ ଥର ୨୦୦ ରନ୍ ଅତିକ୍ରମ କରିଥିବା ସେହବାଗ ୨ ଥର ତ୍ରିଶତକ ଅର୍ଜନ କରିବାର କୀର୍ତିମାନ ରଖିଛନ୍ତି। ତାଙ୍କ ବ୍ୟାଟରୁ ୨୩ ଟେଷ୍ଟ୍ ଏବଂ ୧୫ ଦିନିକିଆ ଶତକ ଦେଖିଥିଲେ ଭାରତୀୟ ପ୍ରଶଂସକ। ଏହି ଅବସରରେ ବିସିସିଆଇ ତାଙ୍କର ଏକ ଖାସ ମୁହୂର୍ତ୍ତକୁ ନିଜ ଟ୍ୱିଟରରେ ପୋଷ୍ଟ କରିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe