ପାକିସ୍ତାନକୁ ସେହବାଗଙ୍କ ସମାଲୋଚନା, ଭାରତୀୟ ସେନାକୁ ନୀରଜଙ୍କ ସମର୍ଥନ

Advertisment

ଭାରତ ଓ ପାକିସ୍ତାନ ମଧ୍ୟରେ ସଂପ୍ରତି ଚାଲିଥିବା ଉତ୍ତେଜନାକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର୍‌ ବୀରେନ୍ଦ୍ର ସେହବାଗ ପାକିସ୍ତାନ କାର୍ଯ୍ୟକଳାପକୁ ସମାଲୋଚନା କରିଛନ୍ତି। ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନର ସେନା ଦ୍ୱାରା ଅନାବଶ୍ୟକ ଆକ୍ରମଣକୁ ସେ କଡ଼ା ନିନ୍ଦା କରିଛନ୍ତି।

ଟେଲରଙ୍କ ପାଇଁ ଆଧାର ମାଗିଲେ ସେହବାଗ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ସଂପ୍ରତି ଚାଲିଥିବା ଉତ୍ତେଜନାକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର୍‌ ବୀରେନ୍ଦ୍ର ସେହବାଗ ପାକିସ୍ତାନ କାର୍ଯ୍ୟକଳାପକୁ ସମାଲୋଚନା କରିଛନ୍ତି। ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନର ସେନା ଦ୍ୱାରା ଅନାବଶ୍ୟକ ଆକ୍ରମଣକୁ ସେ କଡ଼ା ନିନ୍ଦା କରିଛନ୍ତି। ଏକ୍ସ ପୃଷ୍ଠାରେ ସେହବାଗ ଲେଖିଛନ୍ତି, ‘‘ଯୁଦ୍ଧ ପାକିସ୍ତାନ ବାଛିଛି। ଆମ ସେନା ଏହାର ଦୃଢ଼ ଜବାବ ଦେଇଛି। ଏହାକୁ କେବେ ପାକିସ୍ତାନ ଭୁଲି ପାରିବନି’’।

ସେହିପରି ଅଲିମ୍ପିକ୍ସ ବିଜେତା ଜାଭ୍‌ଲିନ୍‌ ଫିଙ୍ଗାଳି ନୀ‌ରଜ ଚୋପ୍ରା ଭାରତୀୟ ସେନାଙ୍କୁ ପ୍ରଶଂସା କରିବା ସହ ସାହସ ଦେବାକୁ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି। ସେ ଲେଖିଛନ୍ତି, ‘‘ଆମେ ଆମର ସାହସୀ ଭାରତୀୟ ସେନା ପାଇଁ ଗର୍ବିତ। ‌ସେମାନେ ଆମ ଦେଶ ପାଇଁ ଆତଙ୍କବାଦୀଙ୍କ ସହ ଲଢ଼ୁଛନ୍ତି। ଏବେ ଆମର କାର୍ଯ୍ୟ ହେଉଛି, ଏହି ସମୟରେ ଦେଶର ସୁରକ୍ଷା ଦୃଷ୍ଟିରୁ ସମସ୍ତ ନିୟମ ମାନିବା। ଜୟ ହିନ୍ଦ୍‌ ଜୟ ଭାରତ, ଜୟ ହିନ୍ଦ୍‌ କି ସେନା’’। ପୂର୍ବତନ ଭାରତୀୟ କ୍ରିକେଟର୍‌ ପ୍ରଜ୍ଞାନ ଓଝା, ହରଭଜନ ସିଂହ ଓ କ୍ରିଷ୍ଣମାଚାରୀ ଶ୍ରୀକାନ୍ତ ‘ଏକ୍ସ’ରେ ଲେଖାଲେଖି ଭାରତୀୟ ସେନାକୁ ସହଯୋଗ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe