Telegraph India
ନୂଆଦିଲ୍ଲୀ: କରୋନା ମହାମାରୀ ସଙ୍କଟ ଭିତରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବିସ୍ଫୋରକ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହବାଗ ଦିନଦରିଦ୍ରଙ୍କ ପାଇଁ ଦେବଦୂତ ଭାବେ ଉଭା ହୋଇଛନ୍ତି। ନୂଆଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳର କରୋନା ସଂକ୍ରମିତଙ୍କୁ ସେହବାଗ ନିଜ ଦାତବ୍ୟ ସଂଗଠନ ‘ବୀରେନ୍ଦ୍ର ସେହବାଗ ଫାଉଣ୍ଡେସନ୍’ ମାଧ୍ୟମରେ ୫୧,୦୦୦ ରନ୍ଧା ଖାଦ୍ୟ ପୁଡ଼ିଆ (ମିଲ୍) ଯୋଗାଇ ସାରିଲେଣି। ଆଗକୁ ମଧ୍ୟ ଏହି ଧାରା ଜାରି ରଖିବେ ବୋଲି ଟ୍ବିଟ୍ କରି ଜଣାଇଛନ୍ତି ନଜଫ ଗଡ଼ର ନବାବ ଭାବେ ପରିଚିତ ସେହବାଗ।
ଶନିବାର କରିଥିବା ଟ୍ବିଟ୍ରେ ସେ ଲେଖିଛନ୍ତି ଯେ ଯଦି ଆପଣଙ୍କ ପରିବାରର କେହି କରୋନା ସଂକ୍ରମିତ ହୋଇଥା’ନ୍ତି ଏବଂ ଆପଣ ରନ୍ଧା ଖାଦ୍ୟର ଆବଶ୍ୟକତା କରୁଛନ୍ତି, ତାହାଲେ ଆମେ ଆପଣଙ୍କ ଘରେ ଏହାକୁ ପହଞ୍ଚାଇବାକୁ ଚେଷ୍ଟା କରିବୁ। ତା’ସହ ତାଙ୍କ ସହ ଯୋଗାଯୋଗ କରିବାର ଠିକଣା ମଧ୍ୟ ବୀରୁ ପ୍ରଦାନ କରିଛନ୍ତି। ସେହିଭଳି ଅନ୍ୟୂନ ୧୦୦ ଲୋକଙ୍କ ପାଇଁ ଖାଇବା ରାନ୍ଧି ପାରୁଥିବା ରୋଷେୟା ନିଯୁକ୍ତି ପାଇଁ ମଧ୍ୟ ସେ ବିଜ୍ଞାପନ ଦେଇଛନ୍ତି। ନିଜ ଚିରାଚରିତ ଶୈଳୀରେ ସେ ଆହୁରି ଲେଖିଛନ୍ତି ଯେ ପରିସ୍ଥିତି ଯାହା ବି ହେଉ ପଛେ, ଭଲ ଜିନିଷର ଯୋଗାଣ ଅଟକିବା କଥା ନୁହେଁ।
Follow Us