ଅନେକଙ୍କୁ ଅଜଣା: ଧୋନି ନୁହଁ, ଅଧିନାୟକ ପାଇଁ ସେହବାଗ ଥିଲେ ସିଏସ୍‌କେର ପ୍ରଥମ ପସନ୍ଦ

Advertisment
ଅନେକଙ୍କୁ ଅଜଣା: ଧୋନି ନୁହଁ, ଅଧିନାୟକ ପାଇଁ ସେହବାଗ ଥିଲେ ସିଏସ୍‌କେର ପ୍ରଥମ ପସନ୍ଦ

India Today

ଚେନ୍ନାଇ: ଆଇପିଏଲ୍‌ର ପ୍ରଥମ ସଂସ୍କରଣ ପୂର୍ବର ଏକ ଅନାଲୋଚିତ କାହାଣୀ ଉପରୁ ପରଦା ହଟାଇଛନ୍ତି ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ)ର ପୂର୍ବତନ ଖେଳାଳି ତଥା ଭାରତୀୟ ବ୍ୟାଟ୍ସମ୍ୟାନ୍‌ ସୁବ୍ରମଣ୍ୟମ ବଦ୍ରିନାଥ। ମହେନ୍ଦ୍ର ସିଂହ ଧୋନିଙ୍କୁ ଅଧିନାୟକ ନିଯୁକ୍ତ କରାଯିବା ପୂର୍ବରୁ ବୀରେନ୍ଦ୍ର ସେହବାଗଙ୍କୁ ଚେନ୍ନାଇ ସୁପର୍‌ କିଙ୍ଗ୍ସ ଅଧିନାୟକ ନିଯୁକ୍ତ କରିବା କଥା ଚିନ୍ତା କରିଥଲା। ୧୨ ବର୍ଷ ପରେ ଧୋନି-ସିଏସ୍‌କେ କିନ୍ତୁ ଏଭଳି ସଂଯୁକ୍ତ ଓ ଦୃଢ଼ ଯେ କେହି ବିଶ୍ବାସ କରିପାରୁନଥିବେ। ଧୋନି ସର୍ବଦା ଚେନ୍ନାଇକୁ ଦ୍ବିତୀୟ ଘର କହିଥା’ନ୍ତି, ଏହାକୁ ବି କେହି ଯୁକ୍ତିହୀନ କରିପାରିବେ ନାହିଁ। ଆଇପିଏଲ୍‌ ଇତିହାସରେ ବି ଏଭଳି କୌଣସି ଖେଳାଳି ନାହାନ୍ତି ଯିଏ ଧୋନିଙ୍କ ଭଳି ଚର୍ଚା, ପ୍ରଭାବ ଓ ପତିଆରା ପକାଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ପରେ ଦ୍ବିତୀୟ ସଫଳ ଦଳ ଭାବେ ୩ ଥର ବିଜେତା ଏବଂ ୫ ଥର ଉପବିଜେତା ରହିଛି ଦଳ।

ପ୍ରଥମ ସଂସ୍କରଣ ପୂର୍ବର ‌ସେହି କାହାଣୀକୁ ମନେ ପକାଇ ବଦ୍ରିନାଥ କହିଥିଲେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ପ୍ରଥମେ ବୀରେନ୍ଦ୍ର ସେହବାଗଙ୍କୁ ଅଧିନାୟକ କରିବାକୁ ଚାହୁଥିଲା କିନ୍ତୁ ଏହି ପୂର୍ବତନ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଦିଲ୍ଲୀ ଡେୟାର୍ ‌ଡେଭିଲ୍ସ ପାଇଁ ଖେଳିବାକୁ ପସନ୍ଦ କରିଥିଲେ। ସେହବାଗ ନିଜେ ମନା କରିଦେବା ପରେ ନିଲାମିରେ ଧୋନିଙ୍କୁ ସେ ବର୍ଷର ସର୍ବାଧିକ ୬ କୋଟିରେ କିଣିଥିଲା ସିଏସ୍‌କେ। ଏହାର ପୂର୍ବ ବର୍ଷ ଧୋନିଙ୍କ ନେତୃତ୍ବରେ ଭାରତ ଦକ୍ଷିଣ ଆଫ୍ରିକାରେ ଟି-୨୦ ବିଶ୍ବକପ୍‌ ଜିତିଥାଏ। ତାଙ୍କୁ କିଣିବା ଦ୍ବାରା ସିଏସ୍‌କେ ଗୋଟିଏ ଗୁଳିରେ ତନିଟି ପକ୍ଷୀ ଶିକାର କରିବା ଭଳି ହୋଇଥିଲା। ଅଧିନାୟକ, ବ୍ୟାଟସମ୍ୟାନ୍‌ ଓ ୱିକେଟ୍‌ରକ୍ଷକ ଭାବେ ସେ ଦଳକୁ ସଫଳତାର ଶୀର୍ଷରେ ପହଞ୍ଚାଇଥିଲେ ବୋଲି ବଦ୍ରିନାଥ ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe