ଶୁକ୍ରବାର ଇଡେନ୍ ଗାର୍ଡେନ୍ସରେ, ସେଲ୍‌ଫି ରାଜା ସୌରଭ

Advertisment
ଶୁକ୍ରବାର ଇଡେନ୍ ଗାର୍ଡେନ୍ସରେ, ସେଲ୍‌ଫି ରାଜା ସୌରଭ

The Statesman

କୋଲକାତା: ଶୁକ୍ରବାର ଇଡେନ୍ ଗାର୍ଡେନ୍ସରେ ଭାରତ-ବାଲାଦେଶ ପ୍ରଥମ ଦିବା-ରାତ୍ର ଟେଷ୍ଟ୍ ଆରମ୍ଭ ହୋଇଛି। ଏହି ଟେଷ୍ଟ୍ ପାଇଁ ସବୁଠାରୁ ଅଧିକ ଶ୍ରେୟ ବିସିସିଆଇର ନୂତନ ଅଧ୍ୟକ୍ଷ ତଥା ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଯାଉଛି। ବିରାଟ କୋହଲିଙ୍କୁ ମନାଇବା ଓ ବାଂଲାଦେଶ କ୍ରିକେଟ୍ ସଂଘକୁ ରାଜି କରାଇବାରେ ଗାଙ୍ଗୁଲି ସବୁଠାରୁ ବଡ଼ ଭୂମିକା ତୁଲାଇଥିଲେ। ଏହି ଅବସରରେ ଷ୍ଟାଡିୟମ୍‌ରେ ଉପସ୍ଥିତ ଥିବା କ୍ରିକେଟ୍‌ପ୍ରେମୀଙ୍କ ସହ ଗାଙ୍ଗୁଲି ଉଠାଇଥିବା ଏକ ସେଲ୍ଫିକୁ ଟ୍ବିଟ୍ କରିଥିଲେ, ଯାହା ଇଣ୍ଟରନେଟ୍‌ରେ ରାଜୁତି କରିଛି। ‘ଗୋଲାପି ବଲ୍ ଟେଷ୍ଟ୍ ପାଇଁ ଇଡେନ୍‌ରେ ଆକର୍ଷଣୀୟ ପରିବେଶ’ ଲେଖିବା ସହିତ ଗାଙ୍ଗୁଲି ଏହି ଟ୍ବିଟ୍‌କୁ ବିସିସିଆଇ ଓ ଜୟ ଶାହାଙ୍କୁ ଟ୍ୟାଗ୍ କରିଥିଲେ। ଗାଙ୍ଗୁଲିଙ୍କ ଏହି ଟ୍ବିଟ୍‌କୁ ୫୦ ହଜାରରୁ ଅଧିକ ଲାଇକ୍ ମିଳିସାରିଥିବା ବେଳେ ୪ ହଜାରରୁ ଅଧିକ ଲୋକ ରିଟ୍ବିଟ୍ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe