ଟ୍ବେଣ୍ଟି-୨୦ ବିଶ୍ବକପ୍‌: ଭାଗ୍ୟ ଓ ବର୍ଷା ବଳରେ ସେମିଫାଇନାଲ୍‌

Advertisment
ଟ୍ବେଣ୍ଟି-୨୦ ବିଶ୍ବକପ୍‌: ଭାଗ୍ୟ ଓ ବର୍ଷା ବଳରେ ସେମିଫାଇନାଲ୍‌

Cricket Australia

ସିଡ୍‌ନି: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସେମିଫାଇନାଲ୍‌ ପର୍ଯ୍ୟାୟ ବୁଧବାରଠୁ ଆରମ୍ଭ ହେବ। ହେଲେ ଏପର୍ଯ୍ୟନ୍ତ ଏହି ପ୍ରତିଯୋଗିତାରେ ସେଭଳି ଚମତ୍କାର ମ୍ୟାଚ୍‌ ଦେଖିବାକୁ ମିଳିନି। ଦଳଗୁଡ଼ିକ ସେମିଫାଇନାଲ୍‌ରେ ପହଞ୍ଚିବାରେ ଭାଗ୍ୟ ପ୍ରମୁଖ ରହିଛି। ଏଥିସହ ବର୍ଷା ମଧ୍ୟ ଉଭୟ ଗ୍ରୁପ୍‌ର ସମୀକରଣ ବଦଳାଇଥିଲା। ଶେଷରେ ଭାଗ୍ୟ ଓ ବର୍ଷାର ସହାୟତାରେ ଇଂଲଣ୍ଡ, ଭାରତ, ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ସେମିଫାଇନାଲ୍‌ରେ ପ୍ରବେଶ କରିଥିଲେ।

ଇଂଲଣ୍ଡ
ଆଫ୍‌ଗାନିସ୍ତାନକୁ ହରାଇ ଅଭିଯାନ ଆରମ୍ଭ କରିଥିଲା ଇଂଲଣ୍ଡ। ହେଲେ ପଡ଼ୋଶୀ ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ବର୍ଷା ହେବାରୁ ଦଳ ଡକ୍‌ୱର୍ଥ-ଲୁଇସ (ଡିଏଲ୍‌ଏସ୍‌) ‌ପଦ୍ଧତିରେ ୫ ରନ୍‌ରେ ହାରିଥିଲା ଏହି ୨୦୧୦ ବିଜେତା ଦଳ। ଏହା ପର ମ୍ୟାଚ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ଥିଲା। ବର୍ଷା ଯୋଗୁଁ ଏହି ମ୍ୟାଚ୍‌ ବାତିଲ ହୋଇଯାଇଥିଲା। ଫଳରେ ଦଳକୁ ବଡ଼ ବ୍ୟବଧାନ ସହ ପରବର୍ତୀ ଦୁଇ ମ୍ୟାଚ୍‌ ଜିତିବାର ଆବଶ୍ୟକ ଥିଲା। ନ୍ୟୁଜିଲାଣ୍ଡକୁ ୨୦ ରନ୍‌ ଏବଂ ଶ୍ରୀଲଙ୍କାକୁ ହରାଇବାରୁ ଦଳ ୭ ପଏଣ୍ଟ ଓ +୦.୪୭୩ ରନ୍‌ ରେଟ୍‌ ସହ ଗ୍ରୁପ୍‌ର ଦ୍ବିତୀୟ ସ୍ଥାନ ଅଧିକାର କରିଥିଲା ଏବଂ ଅଷ୍ଟ୍ରେଲିଆ ନକ୍‌ଆଉଟ୍‌ ହୋଇଥିଲା।

ଭାରତ
ଭାରତ ମଧ୍ୟ ସହଜରେ ନକ୍‌ଆଉଟ୍‌‌ ରାଉଣ୍ଡରେ ପହଞ୍ଚିନଥିଲା। ପାକିସ୍ତାନକୁ ୪ ୱିକେଟ୍‌ ଏବଂ ନେଦରଲାଣ୍ଡ୍ସକୁ ହରାଇ ଦମ୍‌ଦାର ଅଭିଯାନ ଆରମ୍ଭ କରିଥିଲା। ‌ଏହାପରେ ଦକ୍ଷିଣ ଆଫ୍ରିକାଠୁ ହାରିଯାଇଥିଲା ଏହି ଦଳ। ହେଲେ ବର୍ଷା ବାଧାପ୍ରାପ୍ତ ବାଂଲାଦେଶ ବିପକ୍ଷ ମ୍ୟାଚ୍‌କୁ ୧୭ ରନ୍‌ (ଡିଏଲ୍‌ଏସ୍‌)ରେ ଜିତି ସୁବିଧାରେ ରହିଥିଲା ଭାରତ। ସୁପର ୧୨ର ଶେଷ ମ୍ୟାଚ୍‌ରେ ଜିମ୍ବାୱେକୁ ହରାଇ ଶେଷ ୪ ଦଳରେ ସାମିଲ ହୋଇଥିଲା।

ପାକିସ୍ତାନ
ଏହି ପ୍ରତିଯୋଗିତାରୁ ବାଦ୍‌ ପଡ଼ିବାର ଦ୍ବାରରେ ପହଞ୍ଚିଥିଲା ପାକିସ୍ତାନ। ଭାଗ୍ୟ ବଳ ଏହି ଦଳକୁ ସେମିଫାଇନାଲ୍‌ରେ ପହଞ୍ଚାଇଥିଲା। ନିଜର ପ୍ରଥମ ଦୁଇ ମ୍ୟାଚ୍‌ରେ ଯଥାକ୍ରମେ ଭାରତଠୁ ୪ ୱିକେଟ୍‌ ଏବଂ ଦୁର୍ବଳ ଦଳ ଜିମ୍ବାୱେଠୁ ୧ ରନ୍‌ରେ ହାରିବା ପରେ ଦଳ ସଙ୍କଟରେ ପଡ଼ିଥିଲା। କିନ୍ତୁ ଏହାପରେ ନେଦରଲାଣ୍ଡ୍ସ ଓ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ୪ ପଏଣ୍ଟ୍‌ ହାସଲ କରି ସେମି ଆଶା ଉଜ୍ଜୀବିତ ରଖିଥିଲା। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାକୁ ଅପ୍ରତ୍ୟାଶିତ ଭାବେ ନେଦରଲାଣ୍ଡ୍ସ ହରାଇ ଦେବା ଏହି ଦଳର ଆଶାକୁ ଆହୁରି ବଢ଼ାଇଥିଲା। ବାଂଲାଦେଶ ବିପକ୍ଷ ଶେ‌ଷ ମ୍ୟାଚ୍‌ କ୍ବାର୍ଟର ଫାଇନାଲ୍‌ ସଦୃଶ ହୋଇଥିଲା। ଏଥିରେ ପାକିସ୍ତାନ ଜିତି ସେମି ସ୍ଥାନ ନିଶ୍ଚିତ କରିଥିଲା।

ନ୍ୟୁଜିଲାଣ୍ଡ
ଆୟର୍ଲାଣ୍ଡକୁ ହରାଇବା ପରେ ନ୍ୟୁଜିଲାଣ୍ଡ ପ୍ରଥମ ଦଳ ଭାବେ ସେମିଫାଇନାଲ୍‌ରେ ପହଞ୍ଚିଥିଲା। ଏହି ବିଜୟ ନ୍ୟୁଜିଲାଣ୍ଡ (୭ ପଏଣ୍ଟ)କୁ ଗ୍ରୁପ୍‌ର ଶୀର୍ଷରେ ପହଞ୍ଚାଇଥିଲା। ଆଫ୍‌ଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ବର୍ଷାରେ ଧୋଇଯିବା ପୂର୍ବରୁ ଏହି ଦଳ ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କାକୁ ହରାଇଥିଲା। ଏହା ପରେ ଇଂଲଣ୍ଡଠୁ ୨୦ ରନ୍‌ରେ ହାରିଯାଇଥିଲା। ହେଲେ ଆୟର୍ଲାଣ୍ଡକୁ ହରାଇ ‌ଭଲ ରନ୍‌ ରେଟ୍‌ (+୨.୧୧୩)ରେ ଦଳ ସେମି ସ୍ଥାନ ପକ୍କା କରିଥିଲା। ଆରମ୍ଭରୁ ବଡ଼ ବିଜୟ ହିଁ ନ୍ୟୁଜିଲାଣ୍ଡକୁ ବଞ୍ଚାଇଥିଲା। ବର୍ଷା ଯୋଗୁଁ ମ୍ୟାଚ୍‌ ବାତିଲ ଓ ଇଂଲଣ୍ଡ ବିପକ୍ଷ ପରାଜୟ ଦଳ ଉପରେ ପ୍ରଭାବ ପକାଇ ପାରିନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe