ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍ଆଇଏଚ୍ ସିରିଜ ଫାଇନାଲ୍ସର ସେମିଫାଇନାଲ୍ ଲାଇନ ଅପ୍ ବୁଧବାର ଚୂଡ଼ାନ୍ତ ହେବ। ୮ ଦଳୀୟ ଏହି ପ୍ରତିଯୋଗିତାରେ ଆୟୋଜକ ଭାରତ ସହ ଆମେରିକା ନିଜ ନିଜ ପୁଲ୍ରେ ଶୀର୍ଷ ସ୍ଥାନ ଦଖଲ କରି ସିଧାସଳଖ ସେମିଫାଇନାଲ୍ ସ୍ଥାନ ପକ୍କା କରିସାରିଛନ୍ତି। ତେବେ ଉଭୟ ପୁଲ୍ର ଦ୍ବିତୀୟ ଓ ତୃତୀୟ ଦଳ କ୍ରସ ଓଭର ଦେଇ ସେମିଫାଇନାଲ୍ରେ ପହଞ୍ଚିବେ। ବୁଧବାରର ପ୍ରଥମ କ୍ରସ୍ ଓଭରରେ ପୁଲ୍ ବି’ର ଦ୍ବିତୀୟ ଦଳ ଜାପାନ୍ ଓ ପୁଲ୍ ଏ’ର ତୃତୀୟ ଦଳ ପୋଲାଣ୍ଡ ମୁହାଁମୁହିଁ ହେବାକୁ ଯାଉଥିଲା ବେଳେ ଦ୍ବିତୀୟ କ୍ରସ୍ ଓଭରରେ ପୁଲ୍ ଏ’ର ଦ୍ବିତୀୟ ଦଳ ରୁଷିଆ ଭେଟିବ ପୁଲ୍-ଏ’ର ତୃତୀୟ ଦଳ ଦକ୍ଷିଣ ଆଫ୍ରିକାକୁ। ଏହା ପୂର୍ବରୁ ସପ୍ତମ ସ୍ଥାନ ପାଇଁ ଉଭୟ ପୁଲର ଶେଷ ଦଳ ଉଜ୍ବେକିସ୍ତାନ ଓ ମେକ୍ସିକୋ ମୁହାଁମୁହିଁ ହେବେ। ଶୁକ୍ରବାରର ପ୍ରଥମ ସେମିଫାଇନାଲ୍ରେ ପ୍ରଥମ କ୍ରସ୍ ଓଭରର ବିଜୟୀ ଦଳକୁ ଭେଟିବ ଅାମେରିକା। ସେହିପରି ଦ୍ବିତୀୟ ସେମିଫାଇନାଲ୍ରେ ଆୟୋଜକ ଭାରତକୁ ଭେଟିବ ଦ୍ବିତୀୟ କ୍ରସ୍ ଓଭରର ବିଜେୟୀ ଦଳ। ସେମିଫାଇନାଲ୍ ପୂର୍ବରୁ କ୍ରସ୍ ଓଭରର ପରାଜିତ ଦଳ ମଧ୍ୟରେ ପଞ୍ଚମ ସ୍ଥାନ ପାଇଁ ମ୍ୟାଚ୍ ଖେଳାଯିବ।
ସେମି ଲାଇନ୍ ଅପ୍ ଚୂଡ଼ାନ୍ତ ଆଜି
Advertisment
Follow Us