ବରିଷ୍ଠରେ ଆୟୂଷ ଓ କନିଷ୍ଠରେ ଅନେ୍ଵଷ ବିଜେତା

Advertisment

ଆଇଏସ୍‌ ଚେସ୍‌ ପ୍ରତିଯୋଗିତା

ଆଇଏସ୍‌ ଚେସ୍‌ ପ୍ରତିଯୋଗିତା

ବରିଷ୍ଠରେ ଆୟୂଷ ଓ କନିଷ୍ଠରେ ଅନେ୍ଵଷ ବିଜେତା

କଟକ: ସାଧାରଣତନ୍ତ୍ର ଦିବସ ଅବସରରେ ସ୍ଥାନୀୟ କଲେଜଛକସ୍ଥିତ ଆଇଏସ୍‌ ଚେସ୍‌ କେନ୍ଦ୍ରରେ ଏକ ଦିବସୀୟ ଚେସ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ୫ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାର ବରିଷ୍ଠ ବର୍ଗରେ ଆୟୂଷ ଆରିୟନ୍‌ ମହାପାତ୍ର ବିଜେତା ହୋଇଥିଲା ବେଳେ ଓମ୍‌ ପ୍ରସାଦ ପାଣି, ଶୂୟାଂସୁ ସାମନ୍ତରାୟ, ପ୍ରତ୍ୟାଶା ଜେନା, ଅଭିଜ୍ଞାନ ମହାନ୍ତି, ଜୀବନଜ୍ୟୋତି, କ୍ରିଷ୍ଣା କୁମାର, ଆଶିଶ ସାହୁ, ପୁନ୍ୟପ୍ରଦୀପ ଲେଙ୍କା, ଜ୍ଞାନ ଜ୍ୟୋତି ସିଂହ ଯଥାକ୍ରମେ ଦ୍ୱିତୀୟରୁ ଦଶମ ସ୍ଥାନ ଅଧିକାର କରିଥିଲେ। ସେହିପରି କନିଷ୍ଠରେ ଅନେ୍ଵଷ ଅର୍ଚ୍ଚିତ ବିଜେତା ହୋଇଥିଲା ବେଳେ ଜ୍ୱଳନ୍ତ ସାହୁ, ମୃତ୍ୟୁଞ୍ଜୟ ମଣ୍ଡଳ, ଶ୍ରୀପଞ୍ଚମ ସାହୁ, ଜୟ ଅରବିନ୍ଦ ଲେଙ୍କା, ଅର୍ଚ୍ଚିତା ପାତ୍ର, ଅଜିତ ଲେଙ୍କା, ଦେବାଂଶ ମଲ୍ଲିକ, ଇଶାନ୍ତ ପ୍ରଧାନ, ପ୍ରୀତମ୍‌ ଘୋଷ ଯଥାକ୍ରମେ ପ୍ରଥମ ୧୦ ମଧ୍ୟରେ ରହିଥିଲେ। କେନ୍ଦ୍ର ନିର୍ଦେଶକ ମାନସ ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଆଇନୀଜୀବୀ ପ୍ରଶାନ୍ତ ନାୟକ ମୁଖ୍ୟ ଅତିଥି, ସମାଜସେବୀ ଅଭୟ କୁମାର ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଆନ୍ତର୍ଜାତିକ ଆର୍ବିଟର ତାପସ ମହାନ୍ତି, ଶଙ୍କର ରାଓ, ସୌମ୍ୟ ସାହୁ, ପ୍ରଭାତ ଶତପଥୀ, ଭେଙ୍କଟ ରାଓ ପ୍ରମୁଖ ପ୍ରତିଯୋଗିତା ପରିଚାଳନା କରିଥିଲେ। ୫୦ ପ୍ରଶିକ୍ଷାର୍ଥୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe