ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ଖେଳିବେନି ସେରେନା

Advertisment
ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ଖେଳିବେନି ସେରେନା

ମେଲ୍‌ବର୍ନ: ୨୩ ଥର ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜୟିନୀ ଆମେରିକା ଲଳନା ସେରେନା ଓ୍ଵିଲିୟମ୍ସ ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ଅଷ୍ଟ୍ରେଲିଆନ୍‌ ଓପନ୍‌ରୁ ଓହରି ଯାଇଛନ୍ତି। ପ୍ରଥମ ସନ୍ତାନ ଜନ୍ମ ଦେବା ପରେ ପୂର୍ବ ଶକ୍ତି ହ୍ରାସ ପାଇଥିବାରୁ ଶୁକ୍ରବାର ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହେଲି ବୋଲି ସେରେନା କହିଛନ୍ତି। ମୋ ପ୍ରଶିକ୍ଷକ ମୋତେ ପ୍ରତିଯୋଗିତାରେ ଭାଗ ନେବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଆହୁରି ଅଧିକ ଅଭ୍ୟାସ ଦରକାର ବୋଲି ଅନୁଭବ କରିଥିଲି। ଅଭ୍ୟାସ ପରେ କୋର୍ଟକୁ ଫେରିବି ବୋଲି ସେରେନା କହିଛନ୍ତି। ସନ୍ତାନ ଜନ୍ମ ଦେବା ପରେ ସେରେନା ପ୍ରଥମ ଥର ଲାଗି ଗତ ମାସରେ ଆବୁଧାବି ପ୍ରଦର୍ଶନୀ ମ୍ୟାଚ୍‌ ଖେଳିଥିଲେ। ଏଥିରେ ଫ୍ରେଞ୍ଚ୍‌ ଓପନ୍‌ ବିଜୟିନୀ ଜେଲିନା ଓଷ୍ଟାପେଙ୍କୋଙ୍କଠୁ ହାରି ଯାଇଥିଲେ। ସେରେନା ଶେଷ ଥର ଲାଗି ଅଷ୍ଟ୍ରେଲିଆନ୍‌ ଓପନ୍‌ ଖେଳି ଟ୍ରଫି କବ୍‌ଜା କରିଥିଲେ। ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହେବାକୁଥିବା ପ୍ରଥମ ଗ୍ରାଣ୍ଡ୍‌ସ୍ଲାମ୍‌ ପ୍ରତିଯୋଗିତାରେ ମଧ୍ୟ ବ୍ରିଟେନ୍‌ ତାରକା ଆଣ୍ଡି ମରେ ଏବଂ ଜାପାନର କେଇ ନିସିକୋରିଙ୍କୁ ଦେଖିବାକୁ ମିଳିବନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe