ସାକାରିଙ୍କଠୁ ହାରିଲେ ସେରେନା

Advertisment
ୟୁଏସ୍‌ ଓପନ୍‌ ପରେ ଅବସର ନେବେ ସେରେନା

khas khabar

ନ୍ୟୁୟର୍କ: ଆମେରିକାରେ ଚାଲିଥିବା ୱେଷ୍ଟର୍ଣ୍ଣ ଆଣ୍ଡ ସଦର୍ଣ୍ଣ ଓପନ ଟେନିସ୍‌ ପ୍ରତିଯୋଗିତାରେ ମଙ୍ଗଳବାର ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ୨୩ ଥରର ଗ୍ରାଣ୍ଡସ୍ଲାମ୍‌ ବିଜେତା ସେରେନା ୱିଲିୟମ୍ସଙ୍କୁ ବିଶ୍ବର ୨୧ନମ୍ବର ମାନ୍ୟତାପ୍ରାପ୍ତ ମାରିଆ ସାକାରି ୫-୭, ୭-୬, ୬-୧ରେ ହରାଇଛନ୍ତି। ପ୍ରଥମ ସେଟ୍‌ରେ ସେରେନ୍‌ ୫-୨ରେ ଆଗୁଆ ଥିବାବେଳେ ସାକାରି ଏହାକୁ ବରାବର କରିଦେଇଥିଲେ। ତେବେ ସେ‌ରେନା ତୁରନ୍ତ ପ୍ରତ୍ୟାବର୍ତ୍ତନ କରି ସେଟ୍‌କୁ ନିଜ ପକ୍ଷରେ କରିପାରିଥିଲେ। ହେଲେ ଦ୍ବିତୀୟ ସେଟ୍‌ରେ ସେରେନା ଆରମ୍ଭରୁ ୩-୧ରେ ପଛୁଆ ରହିଯାଇଥିଲେ। କିନ୍ତୁ ଟାଇବ୍ରେକରରେ ସାକାରି ସେଟ୍‌କୁ ନିଜ ନାମରେ କରପାରିଥିଲେ। ନିର୍ଣ୍ଣାୟକ ସେଟ୍‌ରେ ସେରେନାଙ୍କୁ ଚାପରେ ରଖି ସାକାରି ୫-୦ରେ ଅଗ୍ରଣୀ ନେଇ ୬-୧ରେ ସେଟ୍‌ ଜିତିବା ସହ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିଲେ। ତେବେ ଭଲ ଖେଳିନଥିଲେ ବି ଫଳାଫଳକୁ ନେଇ ସେ ସନ୍ତୁଷ୍ଟ ଥିବା ସାକାରି ମ୍ୟାଚ ପରେ ପ୍ରତିକ୍ରିୟା ରଖିଛନ୍ତି। କ୍ବାର୍ଟରରେ ସାକାରିଙ୍କ ମୁକାବିଲା ଜୋହାନା କୋଣ୍ଟାଙ୍କ ସହିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe