ଟେନିସ୍‌ ଷ୍ଟାର ସେରେନା ଓ୍ଵିଲିୟମ୍‌ସଙ୍କ ବିବାହ ଉତ୍ସବ ଦେଖିଲେ ନିଜର ଅଢ଼େଇ ବର୍ଷର ଝିଅ

ନିଜଠୁ ୨ବର୍ଷ ବଡ଼ ଏଲେକ୍ସିସଙ୍କ ସହ ୨୦୧୫ରୁ ଡେଟ୍‌ କରୁଥିଲେ ସେରେନା

ଟେନିସ୍‌ ଷ୍ଟାର ସେରେନା ଓ୍ଵିଲିୟମ୍‌ସଙ୍କ ବିବାହ ଉତ୍ସବ ଦେଖିଲେ ନିଜର ଅଢ଼େଇ ବର୍ଷର ଝିଅ

ନୂଆଦିଲ୍ଲୀ: ଟେନିସ ଷ୍ଟାର ସେରେନା ଓ୍ଵିଲିୟମ୍‌ସ ନିଜ ପୁରୁଷ ବନ୍ଧୁ ଏଲେକ୍ସିସ୍‌ ଓହନିୟନଙ୍କୁ ଗତ ନଭେମ୍ବର ୧୬ରେ ବିିବାହ କରିଛନ୍ତି। ଏଲେକ୍ସିସ ହେଉଛନ୍ତି ଜଣେ ବ୍ୟବସାୟୀ। ସେ ହେଉଛନ୍ତି, କମ୍ପାନି ‘ରେଡିକଟ୍‌’ର ପ୍ରତିଷ୍ଠାତା। ସେରେନା ଓ ଏଲେକ୍ସିସଙ୍କ ବିବାହ ଉତ୍ସବରେ ନିଜର ଅଢ଼େଇ ବର୍ଷର ଝିଅ ମଧ୍ୟ ଉପସ୍ଥିତ ଥିଲେ। ଏହା ସହିତ ଉତ୍ସବରେ ଆମେରିକୀୟ ଟିଭି ରିୟଲିଟି ଷ୍ଟାର କିମ କାଦସିୟନ, ସିଙ୍ଗର ବେୟୋସ, ଟେନିସ ଖେଳାଳି କେରୋଲିନା ମଧ୍ୟ ଉପସ୍ଥିତ ଥିଲେ। େଓ୍ଵଡିଙ୍ଗ ବ୍ୟୁଟି ଏଣ୍ଡ ବିଷ୍ଟ ଥିମରେ ହୋଇଥିବା ବିବାହ ଗାଣ୍ଡ େଓ୍ଵଡିଙ୍ଗ ନ୍ୟୁ ଆରିଲିୟନ୍ସରେ ସମ୍ପନ୍ନ ହୋଇଥବା କାର୍ଯ୍ୟକ୍ରମରେ ୨୫୦ରୁ ଅଧିକ ଅତିଥି ସାମିଲ ଥିଲେ।

୩୬ ବର୍ଷିଅ ସେରେନା ଓ୍ଵିଲିୟମ୍‌ସ ଓ ଏଲେକ୍ସିସଙ୍କ ଗତ ବର୍ଷ ଡିସେମ୍ବରରେ ନିବନ୍ଧ ହୋଇଥିଲା କିନ୍ତୁ ୨ ବର୍ଷ ହେବ ଡେଟିଂ କରୁଥିଲେ।

ବିବାହରେ ମୋବାଇ ମନା ଥିଲା

publive-image
ସେରେନା ଓ୍ଵିଲିୟମସ୍‌ ଓ ଏଲେକ୍ସିସଙ୍କ ବିବାହରେ ଅତିଥିମାନେ ମୋବାଇ ନେଇ ନଥିଲେ। କାରଣ ପୂର୍ବରୁ ବିବାହ ମହୋତ୍ସବରେ ମୋବାଇଲ ନିଷିଦ୍ଧ କରାଯାଇଥିଲା। ଏହାର ମୂଳ ଉଦ୍ଦେଶ୍ୟ ଥିଲା ଯେ, ବିବାହର ଫଟୋ ବାହାରକୁ ନଯାଉ। ଏହି ଅବସରରେ ଅତିଥିଙ୍କୁ ସ୍ମୃତି ଚିହ୍ନ ମୂଳକ ସ୍ୱର୍ଣ୍ଣ ଟ୍ରଫି ପ୍ରଦାନ କରାଯାଇଥିଲା।

ସେରେନାଙ୍କ କ୍ୟାରିୟର

publive-image
ବର୍ଷ ୨୦୦୨ରୁ ୨୦୧୭ ମଧ୍ୟରେ ୮ଥର ବିଶ୍ୱର ଏକ ନମ୍ବର ଟେନିସ ପ୍ଲେୟାର ଥିଲେ ସେରେନା। ତାଙ୍କର ବିଶ୍ୱ ର‍୍ୟାକିଂ ହେଉଛି। ୨୨। ବର୍ତମାନ ପର୍ଯ୍ୟନ୍ତ ତାଙ୍କ ପାଖରେ ସବୁଠାରୁ ଅଧିକ ଗ୍ରାଣ୍ଡ ସ୍ଲାମ ଟାଇଟଲ (ସିଙ୍ଗିଲ, ଡବଲ୍ସ ଓ ମିକ୍ସ ଡବଲ୍ସ) ରହିଛି। ସେରେନା ୩୯ ଗ୍ରାଣ୍ଡ ସ୍ଲାମ ଟାଇଟଲ ଜିତିଛନ୍ତି। ଏଥିରେ ୨୩ ସିଙ୍ଗିଲ, ୧୪ ମହିଳା ଡବଲ୍ସ ଓ ୨ ମିକ୍ସ ସାମିଲ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe