ଇଟାଲିଆନ୍‌ ଓପନ୍‌ରୁ ଓହରିଲେ ସେରେନା, ଥିମ୍‌ ଓ ଭେରେଭ୍‌ ମଧ୍ୟ ଖେଳିବେନି

Advertisment
ଇଟାଲିଆନ୍‌ ଓପନ୍‌ରୁ ଓହରିଲେ ସେରେନା, ଥିମ୍‌ ଓ ଭେରେଭ୍‌ ମଧ୍ୟ ଖେଳିବେନି

Inquirer Sports - INQUIRER.net

ନ୍ୟୁୟର୍କ: ଗୋଇଠିଜନିତ ସମସ୍ୟା ଯୋଗୁଁ ସେରେନା ୱିଲିୟମ୍‌ସ ଆଗାମୀ ଇଟାଲିଆନ୍‌ ଓପନ୍‌ରୁ ଓହରି ଯାଇଛନ୍ତି। ୟୁଏସ୍‌ ଓପନ୍‌ରେ ଖେଳୁଥିଲା ବେଳେ ଆଜାରେଙ୍କାଙ୍କ ବିପକ୍ଷ ସେମିଫାଇନାଲ୍‌ରେ ସେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ। ମ୍ୟାଚ୍‌ ଅବସରରେ ସେ ମଧ୍ୟ ଡାକ୍ତରି ଚିକିତ୍ସା ପାଇଁ ସମୟ ନେଇଥିଲେ। ଏପରିକି ସେ ମଧ୍ୟ ସେମିଫାଇନାଲ୍‌ ହାରିଯାଇଥିଲେ। ଫଳରେ ରୋମ୍‌ରେ ୪ ଥର ବିଜୟିନୀ ସେରେନା ଆଗାମୀ ସଂସ୍କରଣରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ମେ’ ମାସରେ ପ୍ରକୃତରେ ଆୟୋଜିତ ହେବାକୁ ଥିବା ଇଟାଲିଆନ୍‌ ଓପନ୍‌ କରୋନା ମହାମାରୀ ଯୋଗୁଁ ଘୁଞ୍ଚିଯାଇଥିଲା। ଏହି ପ୍ରତିଯୋଗିତା ସୋମବାରଠାରୁ ଆରମ୍ଭ ହୋଇଛି।

ଅନ୍ୟପକ୍ଷରେ ୟୁଏସ୍‌ ଓପନ୍‌ର ଦୁଇ ଫାଇନାଲିଷ୍ଟ ଡୋମିନିକ୍‌ ଥିମ୍‌ ଏବଂ ଆଲେକ୍‌ଜାଣ୍ଡର ଭେରେଭ୍‌ ମଧ୍ୟ ଇଟାଲିଆନ୍‌ ଓପନ୍‌ ପୁରୁଷ ବର୍ଗରୁ ଓହରି ଯାଇଛନ୍ତି। ସେମାନଙ୍କ ସହିତ ସେମିଫାଇନାଲ୍‌ ହାରିଥିବା ଡାନିଲ ମେଡ୍‌ଭେଡେଭ୍‌ ମଧ୍ୟ ଓହରି ଯାଇଛନ୍ତି। ତେବେ ୟୁଏସ୍‌ ଓପନ୍‌ରୁ ଓହରି ଯାଇଥିବା ସ୍ପେନ୍‌ ତାରକା ରାଫେଲ ନାଦାଲ ୭ ମାସର ବିରତି ପ‌ରେ ଇଟାଲିଆନ୍‌ ଓପନ୍‌ ଜରିଆରେ କୋର୍ଟକୁ ଫେରୁଛନ୍ତି। ସେ ରୋମ୍‌ରେ ରହି ବହୁଦିନ ହେଲା ଅଭ୍ୟାସ ଚଳାଇଛନ୍ତି। ୟୁଏସ୍‌ ଓପନ୍‌ ଅଧାରୁ ଦୁର୍ଭାଗ୍ୟବଶତଃ ଅଯୋଗ୍ୟ ଘୋଷିତ ହୋଇଥିବା ସର୍ବିୟା ତାରକା ନୋଭାକ୍‌ ଜୋକୋଭିକ୍‌ ମଧ୍ୟ ଇଟାଲିଆନ୍‌ ଓପନ୍‌ ଖେଳିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe