ଶୃଙ୍ଖଳା ବିଜୟର ସ୍ୱାଦ ମିଳିପାରେ:କଭର ଡ୍ରାଇଭ୍‌/ସୌରଭ ଗାଙ୍ଗୁଲି

Advertisment
ଶୃଙ୍ଖଳା ବିଜୟର ସ୍ୱାଦ ମିଳିପାରେ:କଭର ଡ୍ରାଇଭ୍‌/ସୌରଭ ଗାଙ୍ଗୁଲି

ଜୋହାନେସବର୍ଗରେ ମନୋବଳ ବୃଦ୍ଧିକାରୀ ବିଜୟ ସହ ଗୋଲାପୀ ଦିନିକିଆରେ ଦକ୍ଷିଣ ଆଫ୍ରିକା ନିଜ ଅପରାଜେୟ ଧାରାକୁ ଅତୁଟ ରଖିଲା। ଶନିବାରର ବର୍ଷା ସେମାନଙ୍କ ଜୀବନକୁ ସହଜ କରିଦେଲା ବୋଲି ସବୁବେଳେ ପ୍ରଶ୍ନ ହେବ। ମୁଁ ଭାବୁଛି ଏହା ସତ ମଧ୍ୟ। ଓଭର ସଂଖ୍ୟା ବ୍ୟତିତ ବର୍ଷା ହିଁ ଭାରତୀୟ ଖେଳାଳିଙ୍କ ପାଇଁ ସବୁକିଛି କଷ୍ଟକର କରିଦେଲା। ବିଶେଷ କରି ସ୍ପିନରମାନେ ନିଜ ସ୍ୱାଭାବିକ ବୋଲିଂ କରି ପାରି ନଥିଲେ। ଏହା ବି ନୁହେଁ ଯେ ପ୍ରଥମ ତିନିଟି ଦିନିକିଆରେ ଭାରତୀୟ ସ୍ପିନରମାନେ ବଲ୍‌କୁ ଖେଳି ନପାରିବା ଭଳି ଘୂରାଇ ଥିଲେ। ବରଂ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌ ଅତ୍ୟନ୍ତ ଦୁର୍ବଳ ବ୍ୟାଟିଂ କରି ସେମାନଙ୍କୁ ୨୧ ଓ୍ଵିକେଟ୍‌ ଉପହାର ଦେଇଥିଲେ। ଶନିବାର ପିଚ୍‌ ଉପରେ ପଡ଼ିଥିବା ପାଣି ପାଇଁ ବଲ୍‌ ଖସିଥିଲା ଏବଂ ଏହା ହିଁ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନଙ୍କୁ ସୁହାଇଥିଲା।

ଏବି ଡିଭିଲିୟର୍ସ ଫେରିବା ମଧ୍ୟ ଘରୋଇ ଖେଳାଳିଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇଥିଲା। ସେ ଅଧିକ ରନ୍‌ କରି ନଥାଇ ପାରନ୍ତି। ହେଲେ ମଧ୍ୟକ୍ରମରେ ତାଙ୍କ ଉପସ୍ଥିତି ଦକ୍ଷିଣ ଆଫ୍ରିକା ପାଇଁ ବେଶ୍‌ ଫାଇଦା ଦେଇଥିଲା। ସ୍ପିନରଙ୍କୁ ବସାଇ କେବଳ ଦ୍ରୁତ ବୋଲରଙ୍କୁ ଖେଳାଇବା ନିଷ୍ପତ୍ତି ମଧ୍ୟ ଦକ୍ଷିଣ ଆଫ୍ରିକା ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଥିଲା। ଭାରତୀୟମାନେ କିନ୍ତୁ ଏଥିନେଇ ବିଶେଷ ଚିନ୍ତିତ ହେବା ଦରକାର ନାହିଁ। ସେମାନେ ଭଲ କ୍ରିକେଟ୍‌ ଖେଳୁଛନ୍ତି। ପୋର୍ଟଏଲିଜାବେଥ୍‌ରେ ଶୃଙ୍ଖଳା ବିଜୟର ସ୍ୱାଦ ଚାଖି ପାରନ୍ତି। ଶିଖର ଧାଓ୍ଵନ ଓ ବିରାଟ କୋହଲି ବ୍ୟାଟ୍‌ରେ ସେମାନଙ୍କ ଆଧିପତ୍ୟ ଜାରି ରଖିଛନ୍ତି। ଭଲ କଥା ହେଲା ସେମାନେ ବ୍ୟାଟିଂ କରୁଥିଲା ବେଳେ ରନ୍‌ ହାର ପୂରା ସୁସ୍ଥ ରହିଥାଏ। ଏମାନେ ସଅଳ ଆଉଟ୍‌ ହୋଇଗଲେ ଅନ୍ୟମାନଙ୍କୁ ପାଳି ଆଗକୁ ନେବାକୁ ପଡ଼ିବ। ଜୋହାନେସବର୍ଗରେ ଶେଷ ୧୫ ଓଭରରେ କିନ୍ତୁ ଏଭଳି ହୋଇ ନଥିଲା। ଭାରତୀୟ ସ୍ପିନର ଶନିବାର ଭଲ କଲେନି। ହେଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନଙ୍କ ସଟ୍‌ ଚୟନ ଶୃଙ୍ଖଳାର ବଳକା ମ୍ୟାଚ୍‌କୁ ଅଧିକ ରୋମାଞ୍ଚଭରା କରିବ। ପୋର୍ଟଏଲିଜାବେଥରେ ପାରମ୍ପରିକ ଭାବେ ବଡ଼ ସ୍କୋର ଦେଖିବାକୁ ମିଳି ନଥାଏ। ଦକ୍ଷିଣ ଆଫ୍ରିକା ପାଇଁ ଏହି ମ୍ୟାଚ୍‌ର ଗୁରୁତ୍ୱ ଅଧିକ। (ଗେମପ୍ଲାନ୍‌)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe