ରଣଜୀ ଟ୍ରଫିରେ ୭ ଓଡ଼ିଆଙ୍କ ପଦାର୍ପଣ

Advertisment
ରଣଜୀ ଟ୍ରଫିରେ ୭ ଓଡ଼ିଆଙ୍କ ପଦାର୍ପଣ

ଭୁବନେଶ୍ବର : ନିକଟରେ ଶେଷ ହୋଇଥିବା ରଣଜୀ ଟ୍ରଫିର ଲିଗ୍‌ ପର୍ଯ୍ୟାୟରେ ଓଡ଼ିଶା ବିଜୟ ସହ ଅଭିଯାନ ଶେଷ କରିଛି। ଦଳ ଖେଳିଥିବା ମୋଟ ୭ ମ୍ୟାଚ୍‌ରୁ ୨ ପରାଜୟ ଓ ୪ ଅମୀମାଂସିତ ପ୍ରଶଂସକଙ୍କୁ ନିରାଶ କରିଥିଲା। କିନ୍ତୁ ଶେଷ ମ୍ୟାଚ୍‌ରେ ବେଙ୍ଗଲକୁ ହରାଇ ଓଡ଼ିଶା ସାନ୍ତ୍ବନା ପାଇଥିଲା। ତେବେ ଚଳିତ ରଣଜୀ ଋତୁରେ ଓଡ଼ିଶା ପାଇଁ ସବୁଠୁ ରୋଚକ ଘଟଣା ହେଉଛି ଉକ୍ତ ୭ ମ୍ୟାଚ୍‌ ପାଇଁ ୨୪ ଜଣ ଖେଳାଳି ମନୋନୀତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨୨ ଜଣ ଖେଳିପାରିଥିଲେ। କେବଳ ଶେଷ ମ୍ୟାଚ୍‌ ପାଇଁ ମନୋନୀତ ପ୍ରବୀଣ ଲୁହା ଓ ନବାଗତ ସୁମିତ ମହାରଣା ଖେଳିବାରୁ ବଞ୍ଚିତ ହୋଇଛନ୍ତି।

ଏହାବାଦ୍‌ ଚଳିତ ଋତୁରେ ୮ ନବାଗତଙ୍କ ମଧ୍ୟରୁ ୭ ଜଣ ରଣଜୀ ପଦାର୍ପଣ କରିଥିଲେ। ସେମାନଙ୍କ ମଧ୍ୟରୁ କେବଳ କାର୍ତ୍ତିକ ବିଶ୍ବାଳ, ପ୍ରୟାସ ସିଂହ ଓ ସୁନୀଲ ରାଉଳ ସବୁଠୁ ସଫଳ ହୋଇପାରିଥିଲେ। ଏମାନଙ୍କୁ ଛାଡ଼ିଦେଲେ ରାକେଶ ପଟ୍ଟନାୟକ, ତରଣୀ ସା’, ସୌରଭ କାନୋଜିଆ, ସ୍ବସ୍ତିକ ସାମଲଙ୍କ ପ୍ରଦର୍ଶନ ଆଖିଦୃଶିଆ ହୋଇପାରି ନଥିବାରୁ ସେମାନଙ୍କୁ ଶେଷ ଭାଗ ଆଡ଼କୁ ସୁଯୋଗ ମିଳିନଥିଲା। ସୂର୍ଯ୍ୟକାନ୍ତ ପ୍ରଧାନ ଯଦିଓ ସବୁଠୁ ଅଧିକ ୱିକେଟ୍‌ ନେଇଛନ୍ତି, କିନ୍ତୁ ଶେଷ ୩ ମ୍ୟାଚ୍‌ରେ ଖେଳିଥିବା ସୁନୀଲ ୧୯ ୱିକେଟ୍‌ ନେଇଥିଲା ବେଳେ ଦୁଇଥର ୫ ୱିକେଟ୍‌ ସଫଳତା ‌ପାଇଥିଲେ। ବସନ୍ତ ମଧ୍ୟ ସୁନୀଲଙ୍କୁ ତାଙ୍କର ବିକଳ୍ପ ବୋଲର ଭାବେ ବିବେଚିତ କରିସାରିଛନ୍ତି। କାର୍ତ୍ତିକ ଓ ପ୍ରୟାସଙ୍କ ବ୍ୟାଟ୍‌ରୁ ଶତକ ଆସିଥିଲା ବେଳେ ସେମାନେ ନିଜ ଚୟନର ଯଥାର୍ଥତା ଦେଖାଇପାରିଛନ୍ତି। ତେବେ ଏହି ଋତୁରେ ଶାନ୍ତନୁ ମିଶ୍ରଙ୍କ ଅପରାଜିତ ଦ୍ବିଶତକ ସହ ବସନ୍ତ ମହାନ୍ତିଙ୍କ ୪୦୦ ପ୍ରଥମ ଶ୍ରେଣୀ ୱିକେଟ୍‌ ମାଇଲ୍‌ଖୁଣ୍ଟ ଅତିକ୍ରମ ଅନ୍ୟତମ ଆକର୍ଷଣ ଥିଲା।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe