ସେଭିଲା ଜିତିଲା ଷଷ୍ଠ ୟୁରୋପା ଲିଗ୍‌ ଟ୍ରଫି

Advertisment
ସେଭିଲା ଜିତିଲା ଷଷ୍ଠ ୟୁରୋପା ଲିଗ୍‌ ଟ୍ରଫି

The Indian Express

କୋଲୋନ୍‌: ସେଭିଲା ଷଷ୍ଠ ଥର ପାଇଁ ୟୁରୋପା ଲିଗ୍‌ ବିଜେତା ‌ହୋଇଛି। ଶୁକ୍ରବାର ଉତ୍କଣ୍ଠାପୂର୍ଣ୍ଣ ଫାଇନାଲ୍‌ରେ ଇଣ୍ଟର ମିଲନ୍‌କୁ ୩-୨ ଗୋଲ୍‌ରେ ପରାସ୍ତ କରି ଟ୍ରଫି କରାୟତ୍ତ କରିନେଇଛି। ଉଭୟ ଦଳ ୨-୨ ସ୍ଥିତିରେ ଥିଲା ବେଳେ ଡିଫେଣ୍ଡର ଡିଏଗୋ କାର୍ଲୋସ୍‌ଙ୍କ ଏକ କିକ୍‌କୁ ଇଟାଲି ଦଳ ସେଭିଲାର ଅଗ୍ରଣୀ ‌ସ୍କୋରର୍‌ ରୋମେଲୁ ଲୁକାକୁ ଇଣ୍ଟର ମିଲନ୍‌ ଗୋଲ୍‌ରକ୍ଷକ ୟାସିନେ ବୋନୋଙ୍କୁ ଚକ୍‌ମା ଦେଇ ଗୋଲ୍‌ପୋଷ୍ଟ ଭିତରକୁ ପଠାଇଦେଇ ଦଳକୁ ଚିତାକର୍ଷକ ବିଜୟ ଭେଟି ଦେଇଥିଲେ। ଆମେ ବିଜୟର ହକ୍‌ଦାର ଥିଲୁ ବୋଲି ମ୍ୟାଚ୍‌ ଶେଷରେ କହିଥିଲେ ସେଭିଲା ଦଳର ଅଧିନାୟକ ଜେସସ୍‌ ନଭାସ୍‌।

କରୋନା ମହାମାରୀ ପରବର୍ତୀ ପ୍ରଥମ ୟୁରୋପୀୟ ଫାଇନାଲ୍‌ ବନ୍ଦ ଦ୍ବାର ପଛପଟେ ଖେଳାଯାଇଥିଲା। ଆଉ ଏହି ପ୍ରତି‌ଯୋଗିତା ଲୁକାକୁଙ୍କ ପାଇଁ ସ୍ମରଣୀୟ ରହିବ। ସେ କ୍ରମାଗତ ୧୧ ମ୍ୟାଚ୍‌ରେ ଗୋଲ୍‌ କରିଥିଲେ। ଏଥି ସହିତ ଲୁକାକୁ ମଧ୍ୟ ପୂର୍ବତନ ବ୍ରାଜିଲ ଷ୍ଟ୍ରାଇକର ରୋନାଲ୍‌ଡୋଙ୍କ ନାମରେ ଥିବା କ୍ଲବ୍‌ ରେକର୍ଡ (ଗୋଟିଏ ଋତୁରେ ଇଣ୍ଟର ମିଲନ୍‌ ପାଇଁ ୩୪ ଗୋଲ୍‌)ର ସମକକ୍ଷ ହୋଇଛନ୍ତି। ପୁଣି ସେଭିଲା ମଧ୍ୟ ୧୪ ବର୍ଷ ମଧ୍ୟରେ ଷଷ୍ଠ ଥର ୟୁରୋପା ଲିଗ୍‌ ଟ୍ରଫି ଜିତି କୀର୍ତିମାନକୁ ଆଗକୁ ବଢ଼ାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe