ବ୍ଲକ୍ କରିପାରିବେ; ପାକ୍ କ୍ରିକେଟର ଅଭିନେତ୍ରୀଙ୍କୁ ମେସେଜ୍ କରିବା ପ୍ରସଙ୍ଗ ଉପରେ ଏଭଳି କହିଲେ ଶାଦବଙ୍କ ବୟାନ

Advertisment

କିଛି ମାସ ତଳେ କିଛି ପାକ୍ ଅଭିନେତ୍ରୀ ଅଭିଯୋଗ କରିଥିଲେ ଯେ, ପାକ୍ କ୍ରିକେଟର ସେମାନଙ୍କୁ ମେସେଜ କରୁଛନ୍ତି। ଏବେ ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି କ୍ରିକେଟର ଶାଦବ ଖାନ୍।

କିଛି ମାସ ତଳେ କିଛି ପାକ୍ ଅଭିନେତ୍ରୀ ଅଭିଯୋଗ କରିଥିଲେ ଯେ, ପାକ୍ କ୍ରିକେଟର ସେମାନଙ୍କୁ ମେସେଜ କରୁଛନ୍ତି। ଏବେ ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି କ୍ରିକେଟର ଶାଦବ ଖାନ୍।

tshadabk

ନୂଆଦିଲ୍ଲୀ: କିଛି ମାସ ତଳେ ପାକ୍ ଅଭିନେତ୍ରୀ ଅଭିଯୋଗ କରିଥିଲେ ଯେ, ପାକ୍ କ୍ରିକେଟର ସେମାନଙ୍କୁ ମେସେଜ କରୁଛନ୍ତି। ଏବେ ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି କ୍ରିକେଟର ଶାଦବ ଖାନ୍। ପାକିସ୍ତାନ କ୍ରିକେଟର ଶାଦବ ଖାନ ଦାବି କରିଛନ୍ତି ଯେ ଅନେକ ସମୟରେ ଚର୍ଚ୍ଚିତ ହେବା ପରେ କିଛି ଅଭିନେତ୍ରୀ କଥାକୁ ଅତିରଞ୍ଜିତ କରନ୍ତି।

"ଅଧିକାଂଶ ଅଭିନେତ୍ରୀ ଦାବି କରନ୍ତି ଯେ ପାକ୍ କ୍ରିକେଟରମାନେ ସୋସିଆଲ ମିଡିଆରେ ସେମାନଙ୍କୁ ମେସେଜ୍ ପଠାନ୍ତି। ତେବେ ଆପଣ କେବେ କୌଣସି ଅଭିନେତ୍ରୀଙ୍କୁ ମେସେଜ୍ କରିଛନ୍ତି କି?" ଜିଓ ନ୍ୟୁଜରେ "ହସନା ମନା ହେ" ସୋ' ସମୟରେ ଜଣେ ପ୍ରଶଂସକ ଶାଦବଙ୍କୁ ଏହି ପ୍ରଶ୍ନ ପଚାରିଥିଲେ।

ଉତ୍ତରରେ ସେ କହିଥିଲେ "ଯଦି କ୍ରିକେଟରମାନେ ମେସେଜ୍ ପଠାନ୍ତି, ତେବେ ଏଥିରେ ଭୁଲ କ'ଣ ? ସମସ୍ତଙ୍କ ପାଖରେ ବ୍ଲକ୍ କରିବାର ବିକଳ୍ପ ଅଛି। ତେଣୁ ଯଦି କାହାକୁ ମେସେଜ ପସନ୍ଦ ନ ଆସୁଛି ତେବେ ସେ ଉତ୍ତର ଦିଅନ୍ତୁ ନାହିଁ। କିନ୍ତୁ, ଅଭିନେତ୍ରୀମାନଙ୍କଠାରୁ ମଧ୍ୟ ଉତ୍ତର ମିଳେ ଏବଂ ସେମାନେ ମଧ୍ୟ କଥା ହେବକୁ ଆଗ୍ରହ ଦେଖାନ୍ତି।"

ସେ ଆହୁରି କହିଛନ୍ତି ଯେ, "ଆମେ କିଛି ଭିଡିଓ ଦେଖିଛୁ ଯେଉଁଥିରେ ଘଟଣାଗୁଡ଼ିକୁ ଅତିରଞ୍ଜିତ କରାଯାଇଛି। କିନ୍ତୁ ଏହା ସେପରି ହୁଏ ନାହିଁ। କିଛି ଅଭିନେତ୍ରୀ ଚର୍ଚ୍ଚାରେ ରହିବା ପାଇଁ ଏହା କରନ୍ତି। ଏକ ଟୁର୍ଣ୍ଣାମେଣ୍ଟ କିମ୍ବା ବିଶ୍ୱକପ୍ ସମୟରେ ଏପରି ଜିନିଷ ବାହାରକୁ ଆସେ। କାରଣ ସମସ୍ତେ ଏହା ଉପରେ ନଜର ରଖନ୍ତି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe