ଟେଷ୍ଟ୍‌ ଶୃଙ୍ଖଳାରୁ ବାଦ୍‌ ପଡ଼ିବେ ସାହା

Advertisment
ଟେଷ୍ଟ୍‌ ଶୃଙ୍ଖଳାରୁ ବାଦ୍‌ ପଡ଼ିବେ ସାହା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ଯୁବ ଓ୍ଵିକେଟ୍‌ ରକ୍ଷକ ରିଦ୍ଧିମାନ ସାହା ଆଘାତ ଜନିତ ସମସ୍ୟାରୁ ସଂପୂର୍ଣ୍ଣ ଭାବେ ମୁକୁଳି ପାରି ନାହାନ୍ତି। ସେଥିପାଇଁ ଅଗଷ୍ଟ ପହିଲାରୁ ଆରମ୍ଭ ହେଉଥିବା ଇଂଲଣ୍ଡ ବିପକ୍ଷ ବହୁ ପ୍ରତୀକ୍ଷିତ ଟେଷ୍ଟ ଶୃଙ୍ଖଳାରୁ ସେ ବାଦ୍‌ ପଡ଼ିବାର ଆଶଙ୍କା ବଢ଼ି ଯାଇଛି। ସନରାଇଜର୍ସ ହାଇଦ୍ରାବାଦ ତରଫରୁ ଚଳିତ ବର୍ଷର ଆଇପିଏଲ୍‌ ଖେଳୁଥିଲା ବେଳେ ସାହାଙ୍କ ବାମ ହାତ ବୁଢ଼ା ଆଙ୍ଗୁଠିରେ ଜୋରଦାର ଆଘାତ ଲାଗିଥିଲା। ଫଳରେ ସେ ଏହି ଲୋକପ୍ରିୟ ଟେ୍ଵଣ୍ଟି-୨୦ ପ୍ରତିଯୋଗିତାର ଦ୍ୱିତୀୟାର୍ଧ ସହ ଆଫଗାନିସ୍ତାନ ବିପକ୍ଷ ଏକମାତ୍ର ଟେଷ୍ଟରେ ଖେଳି ପାରି ନଥିଲେ। ସାହା ଜୁଲାଇ ଶେଷ ସୁଦ୍ଧା ଠିକ୍‌ ହୋଇଯିବେ ବୋଲି ବିସିସିଆଇ ଆଶା ପ୍ରକାଶ କରିଥିଲା। ହେଲେ ଏହା ସମ୍ଭବ ହେଲା ଭଳି ମନେ ହେଉନାହିଁ। ତାମିଲନାଡୁ ଓ୍ଵିକେଟ୍‌ ରକ୍ଷକ ଦୀନେଶ କାର୍ତିକ ତାଙ୍କ ସ୍ଥାନ ନେବାର ସମ୍ଭାବନା ଅଧିକ ରହିଛି। ଟେଷ୍ଟ ଶୃଙ୍ଖଳା ପାଇଁ ଭାରତୀୟ ଦଳର ଘୋଷଣା ମଙ୍ଗଳବାରର ଶେଷ ଦିନିକିଆ ମ୍ୟାଚ୍‌ ପରେ ହେବାର ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe