Hindustan Times
ମୁମ୍ବାଇ: ଗତକାଲି ଭାରତ-ପାକିସ୍ତାନ ମ୍ୟାଚରେ ଭାରତ ବିଜୟୀ ହେବା ପରେ ପୂର ଦେଶ ବିଜୟ ଉତ୍ସବ ମନାଇବାରେ ବ୍ୟସ୍ତ। ଏହି ବିଜୟ ପାଇଁ କେବଳ କ୍ରିକେଟର୍ ନୁହଁନ୍ତି ବରଂ ସବୁ କ୍ଷେତ୍ରର ଲୋକେ ବେଶ୍ ଖୁସି ମନାଉଛନ୍ତି। ଭାରତର ବିଜୟରେ ନିଜର ଖୁସି ବ୍ୟକ୍ତ କରିଛନ୍ତି ସୁପର୍ଷ୍ଟାର୍ ଶାହାରୁଖ୍ ଖାନ୍। ପାକିସ୍ତାନ ବିପକ୍ଷରେ ଭାରତ ଖେଳିଥିବା ମ୍ୟାଚ୍ରେ ବିରାଟ କୋହଲିଙ୍କ କମାଲ୍ ପ୍ରଦର୍ଶନ କିଙ୍ଗ୍ ଖାନ୍ଙ୍କୁ ଖୁବ୍ ପସନ୍ଦ ଆସିଛି। ଭାରତୀୟ ଟିମ୍ ଜିତିବା ପରେ ଶାହାରୁଖ ନିଜର ଉତ୍ସାହ ପ୍ରକାଶ କରିଛନ୍ତି। ଏହାସହ ସେ କୋହଲିଙ୍କ ପ୍ରଶଂସା ବି କରିଛନ୍ତି।
ଯେ ଏକ ଟ୍ବିଟ୍ କରି ଭାରତୀୟ ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ସେ ଆହୁରି ବି କହିଛନ୍ତି ଯେ ହାପି ଦୀପାବଳି ଏବେ ଆରମ୍ଭ ହେଲା। ସେ ତାଙ୍କ ଟ୍ବିଟ୍ରେ ଲେଖିଛନ୍ତି, ‘କ୍ରିକେଟର୍ ଏକ ବଢ଼ିଆ ଗେମ୍ ଦେଖି ମନ ଖୁସି ହେଲା। ଭାରତୀୟ ଟିମ୍କୁ ଦେଖିବାକୁ ଜିତିବାର ଦେଖିବା ଯେତିିକି ମଜାଦାର୍ ଥିଲା ବିରାଟଙ୍କ ବ୍ୟାଟିଂ ବି ସେତିକି। ତାଙ୍କୁ ହସିବା ଓ କାନ୍ଦିବାର ଦେଖି ଉତ୍ସାହିତ ହେଲି। ହାପି ଦିୱାଲି ଏବେ ଆରମ୍ଭ ହେଲା।’
Follow Us