ସଦାବଙ୍କ କୀର୍ତ୍ତିମାନ: ଗୋଟିଏ ମ୍ୟାଚ୍‌ରେ ଶତକ, ୨ ହ୍ୟାଟ୍ରିକ ଓ ୧୦ ୱିକେଟ୍‌

ସଦାବଙ୍କ କୀର୍ତ୍ତିମାନ: ଗୋଟିଏ ମ୍ୟାଚ୍‌ରେ ଶତକ, ୨ ହ୍ୟାଟ୍ରିକ ଓ ୧୦ ୱିକେଟ୍‌

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍‌ ସଂଘ ଆନୁକୂଲ୍ୟରେ ଆୟୋଜିତ ଏକ ପ୍ରତିଯୋଗିତାରେ ବୁଧବାର ବିରଳ କୀର୍ତ୍ତିମାନ ଦେଖିବାକୁ ମିଳିଛି। ଜଣେ ବେଙ୍ଗାଲୁରୁ ସ୍କୁଲ୍‌ ଛାତ୍ର ଶାହାନ ସଦାବ ଗୋଟିଏ ମ୍ୟାଚ୍‌ରେ ଶତକ, ୨ ହ୍ୟାଟ୍ରିକ ସହ ୧୦ ୱିକେଟ୍‌ ଅକ୍ତିଆର କରିଛନ୍ତି। ୧୪ ବର୍ଷରୁ କମ୍‌ ବିଟିଆର୍‌ ପ୍ରତିଯୋଗିତା (ଗ୍ରୁପ୍‌-୧-୩ ଡିଭିଜନ)ରେ ସେ ଏହି ଅଲ୍‌ରାଉଣ୍ଡ ସଫଳତା ପାଇଥିଲେ। ତାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ବଳରେ ଶ୍ରୀରାମ ଗ୍ଲୋବାଲ ସ୍କୁଲ୍‌ ୩୮୫ ରନ୍‌ର ବଡ଼ ବ୍ୟବଧା‌ନରେ ଫ୍ରିଡମ୍‌ ଇଣ୍ଟରନ୍ୟାସ୍‌ନାଲ ସ୍କୁଲ୍‌କୁ ମାତ୍‌ ଦେଇଥିଲା।

ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀରାମ ଗ୍ଲୋବାଲ ସ୍କୁଲ୍‌ ସଦାବ (୧୧୫ ରନ୍‌, ୮୮ ବଲ୍‌)ଙ୍କ ଶତକ ବଳରେ ୫୦ ଓଭରରେ ୩ ୱିକେଟ୍‌ ହରାଇ ୩୯୯ ରନ୍‌ କରିଥିଲା। ଜବାବରେ ଫ୍ରିଡମ୍‌ ଇଣ୍ଟରନ୍ୟାସ୍‌ନାଲ ସ୍କୁଲ୍‌ ୭ ଓଭରରେ ୧୪ ରନ୍‌ରେ ଅଲ୍‌ଆଉଟ୍‌ ‌ହୋଇଯାଇଥିଲା। ଶତକୀୟ ପାଳି ଖେଳିଥିବା ସଦାବ ବୋଲିଂ ଓପନ୍‌ କରିଥିଲେ। ୪ ଓଭର ବୋଲିଂ କରି ସେ ଡବଲ୍‌ ହ୍ୟାଟ୍ରିକ ସହ ୮ ରନ୍‌ ବ୍ୟୟ କରି ଫ୍ରିଡମ୍‌ ଇଣ୍ଟରନ୍ୟାସ୍‌ନାଲ ସ୍କୁଲ୍‌ର ୧୦ଟି ଯାକ ୱିକେଟ୍‌ ଝାଡ଼ି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe