୧୧ବର୍ଷ ହେଲାଣି ବନ୍ଦ ଥିବା କାମ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁରୋଧ କଲେ ଆଫ୍ରିଦି

Advertisment
୧୧ବର୍ଷ ହେଲାଣି ବନ୍ଦ ଥିବା କାମ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁରୋଧ କଲେ ଆଫ୍ରିଦି

ନୂଆଦିଲ୍ଲୀ: ୧୧ବର୍ଷ ହେଲାଣି ବନ୍ଦ ଥିବା କାମ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କଲେ ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଦେଖିବାକୁ କ୍ରିକେଟ ପ୍ରେମୀମାନେ ଉତ୍ସାହିତ ଥାନ୍ତି। କିନ୍ତୁ ରାଜନୈତିକ ତିକ୍ତତା ହେତୁ ୧୧ବର୍ଷ ହେଲାଣି ଏହି ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ୍ ହୋଇନାହିଁ। କେବଳ ଆଇସିସି ଟୁର୍ନାମେଣ୍ଟରେ ଭାରତ ଏବଂ ପାକିସ୍ତାନର ଦଳ ମୁହାଁମୁହିଁ ହୋଇଛନ୍ତି।

କିନ୍ତୁ ବର୍ତ୍ତମାନ ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି ଏହି ପ୍ରସଙ୍ଗରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରିଛନ୍ତି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ୍ ପାଇଁ ଅନୁମତି ଦିଆଯାଉ ବୋଲି ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁରୋଧ କରିଛନ୍ତି।

ସୂଚନା ମୁତାବକ, ଲିଜେଣ୍ଡ ଲିଗ୍ କ୍ରିକେଟ୍ (ଏଲଏଲ୍ସି) ଟୁର୍ନାମେଣ୍ଟ କତାରର ଦୋହାରେ ଖେଳାଯାଇଥିଲା। ଏହାର ଫାଇନାଲ ସୋମବାର ହୋଇଥିବା ବେଳେ ଆଫ୍ରିଦିଙ୍କ ଅଧିନାୟକତ୍ବରେ ଏସିଆ ଲାୟନ୍ସ, ୱାର୍ଲ୍ଡ ଜଏଣ୍ଟକୁ ୭ୱିକେଟରେ ପରାସ୍ତ କରି ଟ୍ରଫି ଜିତିଥିଲା। ଟୁର୍ନାମେଣ୍ଟ ଜିତିବା ପରେ ଆଫ୍ରିଦି ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିଲେ।

ଜାତୀୟ ଗଣମାଧ୍ୟମ ଇଣ୍ଡିଆନ ଏକ୍ସପ୍ରେସକୁ ସାକ୍ଷାତକାର ଦେଇ ସେ କହିଥିଲେ, 'ଦୁଇ ଦେଶ (ଭାରତ-ପାକିସ୍ତାନ) ମଧ୍ୟରେ ଦ୍ୱିପାକ୍ଷିକ ସିରିଜ୍ ହେବାକୁ ଅନୁମତି ଦେବା ପାଇଁ ମୁଁ ଶ୍ରୀ ମୋଦୀଙ୍କୁ ଅନୁରୋଧ କରୁଛି।'

ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ଉପରେ ଆଫ୍ରିଦି କହିଥିଲେ ଯେ, 'ଯଦି ଆମେ କାହା ସହିତ ବନ୍ଧୁତା କରିବାକୁ ଚାହୁଁଛୁ ଏବଂ ସେ ଆମ ସହିତ କଥା ବି ହେଉନାହାନ୍ତି, ତେବେ ଆମେ ଏହି ପ୍ରସଙ୍ଗରେ କ’ଣ କରିପାରିବା?'

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe