ବିଶ୍ବକପ୍‌ ଟି-୨୦: ଭାରତଠୁ ହାରିବା ପରେ ବିଚଳିତ ହେଲା ପାକିସ୍ତାନ, ନୋ’ ବଲ୍‌କୁ ନେଇ ଅମ୍ପାୟାରଙ୍କ ଉପରେ ବିରକ୍ତି ପ୍ରକାଶ କଲେ ଶୋଏବ୍‌-ରମୀଜ୍‌

ବିଶ୍ବକପ୍‌ ଟି-୨୦: ଭାରତଠୁ ହାରିବା ପରେ ବିଚଳିତ ହେଲା ପାକିସ୍ତାନ, ନୋ’ ବଲ୍‌କୁ ନେଇ ଅମ୍ପାୟାରଙ୍କ ଉପରେ ବିରକ୍ତି ପ୍ରକାଶ କଲେ ଶୋଏବ୍‌-ରମୀଜ୍‌

Photo: Aaj Tak

ମେଲବର୍ଣ୍ଣ: ଟି-୨୦ ବିଶ୍ବକପ୍‌-୨୦୨୨ ଶୃଙ୍ଖଳାରେ ରବିବାର ଭାରତୀୟ ଟିମ୍‌ ନିଜର ପ୍ରଶଂସକଙ୍କୁ ଦୀପାବଳି ଭେଟି ଦେଇଛି। ରୋହିତ ଶର୍ମାଙ୍କ ଟିମ୍‌ ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ପାକିସ୍ତାନକୁ ୪ ୱିକେଟରେ ପରାସ୍ତ କରିଛି। ଏହି ରୋମାଞ୍ଚକର ବିଜୟର ନାୟକ ଥିଲେ ପୂର୍ବତନ ଅଧିନାୟ ବିରାଟ କୋହଲି। ତାଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ଦିଆଯାଇଥିଲା।

ଏହି ମ୍ୟାଚ୍‌ର ଶେଷ ଓଭର ରୋମାଞ୍ଚକର ଥିଲା। କାରଣ ଏହି ଓଭରରେ ଏକ ନୋ ବଲ୍‌ ଖେଳର ଦିଗ ପରିବର୍ତ୍ତନ କରିଦେଇଥିଲା। ପାକିସ୍ତାନୀ ପ୍ରଶଂସକଙ୍କ କହିବା ଅନୁସାରେ ଏହା ନୋ’ ବଲ୍‌ ନଥିଲା। ତାଙ୍କ କହିବା ଅନୁସାରେ ବଲ୍‌ଟି କାନ୍ଧରୁ ତଳକୁ ଥିଲା। କିନ୍ତୁ ଫିଲ୍ଡ ଅମ୍ପାୟାର ଏହାକୁ ନୋ’ ବଲ୍‌ ଦେଇଥିଲେ। ସମାଲୋଚକଙ୍କ ମଧ୍ୟରେ ପାକିସ୍ତାନୀ ଟିମ୍‌ର ପୂର୍ବତନ ଦ୍ରୁତ ବୋଲର ଶୋଏବ୍‌ ଅଖତାର ମଧ୍ୟ ସାମିଲ ଅଛନ୍ତି। ସେ କୋହଲିଙ୍କ ଏକ ଫଟୋ ସେୟାର କରି କହିଛନ୍ତି, ଏହି ବଲ୍‌ ଫେୟାର ଡେଲିଭରି ଥିଲା। କିନ୍ତୁ ପ୍ରଶଂସକ ତୁରନ୍ତ ଏହାର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହି ବଲ୍‌ କାନ୍ଧ ଉପର ଦେଇ ଯାଉଥିଲା।

ନୋ’ ବଲ୍‌ ନେଇ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି)ର ଅଧ୍ୟକ୍ଷ ରମୀଜ ରାଜା କହିଛନ୍ତି ଏହା ଏକ କ୍ଲାସିକ୍‌ ମ୍ୟାଚ୍‌ ଥିଲା। ଆପଣ କିଛି ଜିତିବେ, ଆଉ କିଛି ହାରିବେ। ପାକିସ୍ତାନ ଟିମ୍‌ ବ୍ୟାଟ୍‌ ଓ ବଲ୍‌ରେ ଏହାଠାରୁ ଅଧିକ ଭଲ କରିପାରିବ ନାହିଁ। ଏହି ଉଦ୍ୟମ ପାଇଁ ଗର୍ବ କରୁଛି।

ଭାରତୀୟ ଟିମ୍‌କୁ ଶେଷ ଓଭରରେ ମ୍ୟାଚ୍‌ ଜିତିବା ପାଇଁ ୧୬ ରନ୍‌ର ଆବଶ୍ୟକତା ଥିଲା। ପାକିସ୍ତାନୀ ଅଧିନାୟକ ବାବର ଆଜମ ସେହି ସମୟରେ ସ୍ପିନର ମହମ୍ମଦ ନୱାଜଙ୍କୁ ବୋଲିଂ କରିବାକୁ କହିଥିଲେ। ଅମ୍ପାୟାର ଓଭରର ୪ର୍ଥ ବଲ୍‌ଟି କାନ୍ଧ ଉପର ଦେଇ ଯାଇଥିବାରୁ ନୋ’ ବଲ୍‌ ଦେଇଥିଲେ। ଏହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଥିଲା। କାରଣ ଏହି ବଲ୍‌କୁ କୋହଲି ଛକା ମାରିଥିଲେ। ମାତ୍ର ଶେଷ ଓଭରରେ ନୱାନ ୨ଟି ୱିକେଟ୍‌ ନେଇଥିଲେ। କିନ୍ତୁ ନୋ’ ବଲ୍‌ ଖେଳର ଦିଗ ପରିବର୍ତ୍ତନ କରିଦେଇଥିଲା।

ସୂଚନାଯୋଗ୍ୟ, ମ୍ୟାଚରେ ପାକିସ୍ତାନ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା। ଟିମ୍‌ ୮ଟି ୱିକେଟ ହରାଇ ୧୫୯ ରନ୍‌ କରିଥିଲା। ଅର୍ଶଦୀପ ସିଂହ ଓ ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଟିମ୍‌ ପାଇଁ ଭଲ ବୋଲିଂ କରିଥିଲେ। ଉଭୟ ବୋଲର ୩-୩ ୱିକେଟ୍‌ ନେଇଥିଲେ। ପାକିସ୍ତାନୀ ଟିମ୍‌ ପାଇଁ ଶାନ ମସୂଦ ସର୍ବାଧିକ ୫୨ ରନ୍‌ କରିଥିଲେ। ଇଫିତଖାର ଅହମଦ ୩୪ଟି ବଲ୍‌ ଖେଳି ୫୧ ରନ୍‌ ସଂଗ୍ରହ କରିଥିଲେ। ୧୬୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଦେଖାଯାଇଥିଲା। ଟିମ ୭ ଓଭରରେ ୩୧ ରନ୍‌ ସଂଗ୍ରହ କରି ୪ଟି ୱିକେଟ ହରାଇ ସାରିଥିଲା। କିନ୍ତୁ ବିରାଟ କୋହଲି (ଅପରାଜିତ ୮୨ ରନ୍‌) ଓ ହାର୍ଦ୍ଦିକ ପାଣ୍ଡ୍ୟା (୩୭ ବଲ୍‌ରୁ ୪୦ ରନ୍‌)ଙ୍କ ଶତକୀୟ ଭାଗିଦାରୀ ବଳରେ ଭାରତ ୪ ୱିକେଟ ହରାଇ ମ୍ୟାଚ୍‌ ଜିତିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe