ସେହବାଗଙ୍କୁ ଚିହ୍ନି ନାହାନ୍ତି ସାକିବ୍‌

Advertisment
ସେହବାଗଙ୍କୁ ଚିହ୍ନି ନାହାନ୍ତି ସାକିବ୍‌

ବ୍ୟକ୍ତିଗତ ପ୍ରଦର୍ଶନକୁ ନେଇ କିଛି ମାସ ଧରି ସମାଲୋଚିତ ହୋଇଆସୁଥିବା ବାଂଲାଦେଶର ପୂର୍ବତନ ଅଧିନାୟକ ସାକିବ୍‌ ଅଲ୍‌ ହାସନ ଗୁରୁବାର ନେଦରଲାଣ୍ଡ୍‌ସ ବିପକ୍ଷ ମ୍ୟାଚ୍‌ରେ ସମସ୍ତଙ୍କୁ ଚୁପ୍‌ କରିଦେଇଛନ୍ତି। ଏପରିକି ସାମ୍ବାଦିକ ସମ୍ମିଳନୀରେ ଯେତେବେଳେ ତାଙ୍କୁ ଭାରତର ପୂର୍ବତନ କ୍ରିକେଟର୍‌ ବୀରେନ୍ଦ୍ର ସେହବାଗଙ୍କ ସମାଲୋଚନା ବିଷୟରେ ପ୍ରଶ୍ନ କରାଯାଇଥିଲା, ସେତେବେଳେ ସେହବାଗ କିଏ ବୋଲି ସାକିବ ପାଲଟା ପ୍ରଶ୍ନ କରିଥିଲେ। ସାକିବ୍‌ ଗୁରୁବାର ୪୬ ବଲ୍‌ରୁ ୬୪ ରନ୍‌ର ଅପରାଜିତ ପାଳି ଖେଳି ବାଂଲାଦେଶକୁ ଏକ ଲଢୁଆ ସ୍କୋରରେ ପହଞ୍ଚାଇଥିଲେ। କିନ୍ତୁ ପୂର୍ବରୁ ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ତାଙ୍କର ଦୁର୍ବଳ ପ୍ରଦର୍ଶନକୁ ଦେଖି ସେହବାଗ ସମାଲୋଚନା କରି ଏହି ଫର୍ମାଟ୍‌ ଛାଡ଼ିଦେବାକୁ ପରାମର୍ଶ ଦେଇଥିଲେ।

ସେହବାଗଙ୍କ କହିବାନୁସା‌ରେ, ଗତ ବିଶ୍ବକପ୍‌ରେ ସାକିବ୍‌ଙ୍କ ପ୍ରଦର୍ଶନକୁ ଦେଖିବା ପରେ ତାଙ୍କୁ ଆଉ ଟ୍ବେଣ୍ଟି-୨୦ ଫର୍ମାଟ୍‌ ପାଇଁ ଚୟନ କରାଯିବା ଠିକ୍‌ ହେବ ନାହିଁ। ସେ ଅବସର ନେଇଯିବା ଉଚିତ। ଜଣେ ବରିଷ୍ଠ ଖେଳାଳି ହୋଇଥିଲା ବେଳେ ଦଳର ଅଧିନାୟକ ଭାବେ କାମ କରିସାରିଛନ୍ତି। କିନ୍ତୁ ନିଜ ପ୍ରଦର୍ଶନକୁ ନେଇ ଲଜ୍ଜିତ ଅନୁଭବ କରିବା ଉଚିତ। ତେଣୁ ଆଗକୁ ଆସି ନିଜ ଅବସର ସଂକ୍ରାନ୍ତରେ ଘୋଷଣା କରନ୍ତୁ ବୋଲି ସେହବାଗ କହିଥିଲେ। ଏହି ମନ୍ତବ୍ୟ ଉପରେ ସାକିବ୍‌ ସାମ୍ବାଦିକ ସମ୍ମିଳନୀରେ ସେହବାଗ୍‌ କିଏ ବୋଲି ପ୍ରଶ୍ନ କରିବା ସହିତ ଜଣେ ଖେଳାଳି କେବେ ବି କୌଣସି ପ୍ରଶ୍ନର ଜବାବ ରଖିବାକୁ ଆସି ନଥାଏ। ଦଳ ପାଇଁ ବ୍ୟାଟିଂ କରିବା ଓ ଦଳ ପାଇଁ କିଛି ଅବଦାନ ଦେବା ଜଣେ ଖେଳାଳିର କର୍ତ୍ତବ୍ୟ। ଯଦି ସେ ଜଣେ ବୋଲର ହୋଇଥାନ୍ତି, ଭଲ ବୋଲିଂ କରିବା ତାଙ୍କ କର୍ତ୍ତବ୍ୟ ହେବା ଉଚିତ। ଯଦି କ୍ଷେତ୍ରରକ୍ଷକ ହୋଇଥାନ୍ତି, ତାହେଲେ ୱିକେଟ୍‌ ତ ଭାଗ୍ୟରେ ଥିଲେ ମିଳିବ। ତେଣୁ କାହାକୁ ଉତ୍ତର ଦେବାକୁ ମୋ ପାଖରେ କିଛି ନାହିଁ। ଜଣେ ଖେଳାଳି ଭାବେ ଜଣଙ୍କୁ କିଛି ଅବଦାନ ଦେବାକୁ ହେବ। କିନ୍ତୁ ଯେତେବେଳେ କିଛି ଅବଦାନ ଦେଇ ହେବନି, ସେତେବେଳେ ଆଲୋଚନା ହେବା ସ୍ବାଭାବିକ। ତେଣୁ ଏହାକୁ ଖରାପ ଅର୍ଥରେ ନେବିନି ବୋଲି ସାକିବ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe