Cricket bat and ball on green grass of cricket pitch
କଟକ: ଧାନବାଦଠାରେ ଚାଲିଥିବା ୧୯ ବର୍ଷରୁ କମ୍ ବିନୁ ମଙ୍କଡ଼ ଟ୍ରଫି ଦିନିକିଆରେ ଓଡ଼ିଶା ସୋମବାର ପୂର୍ବାଞ୍ଚଳର ଶକ୍ତିଶାଳୀ ଦଳ ବେଙ୍ଗଲଠୁ ଲଜ୍ଜାଜନକ ଭାବେ ପରାସ୍ତ ହୋଇଛି। ଓଡ଼ିଶା ମାତ୍ର ୭୫ ରନ୍ କରିଥିଲାବେଳେ ବେଙ୍ଗଲ ଏହାକୁ ୧୫ ଓଭରରେ ବିନା କୌଣସି ଓ୍ଵିକେଟ ନ ହରାଇ ୧୦ ଓ୍ଵିକେଟ୍ରେ ଜିତିଯାଇଥିଲା। ଓଡ଼ିଶା ଟସ୍ ଜିତି ବ୍ୟାଟିଂ କରିଥିଲାବେଳେ ମାନସ ରଂଜନ ନାୟକ ୧୩, କ୍ଷମାସାଗର ବଳ ୨୪, କ୍ରୀଷ୍ଣା ପଲାଇ ୧୧ ରନ୍ କରିଥିଲେ। ଅନ୍ୟମାନେ ଦୁଇଅଙ୍କ ସ୍ପର୍ଶ କରିବାରେ ବିଫଳ ହୋଇଥିଲେ। ବେଙ୍ଗଲର ଅଭିଜିତ୍ ୫, ରୋଶନ ସିଂହ, ସୁରଜ ଜୈସ୍ୱାଲ, କରନ୍, କୌଶିକ୍ ମାଇତି ଗୋଟିଏ ଲେଖାଏଁ ଓ୍ଵିକେଟ ପାଇଥିଲେ। ୭୬ ରନ୍ର ବିଜୟ ଲକ୍ଷ୍ୟକୁ ବେଙ୍ଗଲ ୧୪.୪ ଓଭରରେ ହାସଲ କରିଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ସୌରଭ ପଲ୍ ୫୬* ଓ ଦିଗନ୍ତ ନିଓଗି ୧୬* ରନ୍ କରି ଦଳକୁ ଜିତାଇଥିଲେ।
Follow Us