ଫିଟ୍‌ନେସ୍‌ ଟେଷ୍ଟରେ ବିଫଳ ହେବା ପରେ ଭାରତୀୟ ଟେଷ୍ଟ ଦଳରୁ ବାଦ୍‌ ପଡ଼ିଲେ ମହମ୍ମଦ ସାମି

Advertisment
ଫିଟ୍‌ନେସ୍‌ ଟେଷ୍ଟରେ ବିଫଳ ହେବା ପରେ ଭାରତୀୟ ଟେଷ୍ଟ ଦଳରୁ ବାଦ୍‌ ପଡ଼ିଲେ ମହମ୍ମଦ ସାମି

www.financialexpress.com

ନୂଆଦିଲ୍ଲୀ : ଆଫ୍‌ଗାନିସ୍ଥାନ ବିରୋଧରେ ହେବାକୁ ଥିବା ଟେଷ୍ଟ ସିରିଜ୍‌ ପାଇଁ ସୋମବାର ଅନୁଷ୍ଠିତ ଫିଟନେସ୍‌ ଟେଷ୍ଟରେ ବିଫଳ ହେବା ପରେ ଫାଷ୍ଟ୍‍ ବୋଲର ମହମ୍ମଦ ସାମିଙ୍କୁ ଭାରତୀୟ ଟେଷ୍ଟ ଦଳରୁ ବାଦ ଦିଆଯାଇଛି। ଏବେ ତାଙ୍କ ବଦଳରେ ଦିଲ୍ଲୀର ଫାଷ୍ଟ ବୋଲର ନବଦୀପ ସାଇନିଙ୍କୁ ଟେଷ୍ଟ ଟିମରେ ସାମିଲ୍‌ କରାଯାଇଛି । ଘରୋଇ ସର୍କିଟରେ ନବଦୀପଙ୍କ ପ୍ରଦର୍ଶନ ପ୍ରଶଂସନୀୟ ଥିବାରୁ ତାଙ୍କୁ ଏଥି ପାଇଁ ଚୟନ କରାଯାଇଥିବା ଜଣାପଡ଼ିଛି । ନବଦୀପ ଆସନ୍ତା ମାସରେ ହେବାକୁ ଥିବା ଆଫ୍‌ଗାନିସ୍ଥାନ ବିରୋଧୀ ଟେଷ୍ଟରେ ଭାରତର ପ୍ରତିନିଧିତ୍ୱ କରିବେ। ସେ ଏ ପର୍ଯ୍ୟନ୍ତ ସେ ୩୧ଟି ପ୍ରଥମ ଶ୍ରେଣୀୟ ମ୍ୟାଚ୍‌ ଖେଳି ୯୬ଟି ଓ୍ଵିକେଟ୍‌ ନେଇଥିବା ଜଣାପଡ଼ିଛି ।

publive-image CricTracker.com

ବଙ୍ଗାଲୁରୁରର ଏନ୍‌ସିଏରେ ମହମ୍ମଦ ସାମିଙ୍କ ଫିଟ୍‌ନେସ୍‌ ଟେଷ୍ଟ କରାଯାଇଥିବା ବେଳେ ସେ ଅସଫଳ ହେବାରୁ ତାଙ୍କ ବଦଳରେ ନବଦୀପ ସାଇନିଙ୍କୁ ନିଆଯାଇଛି ବୋଲି ବିସିସିଆଇ ତରଫରୁ କୁହାଯାଇଛି । ବର୍ତ୍ତମାନ ଫିଟ୍‌ନେସ୍‌ ଟେଷ୍ଟ ପାଇଁ ବେଞ୍ଚମାର୍କ ୧୬.୧ ଥିବା ବେଳେ ବେଙ୍ଗାଲୁରୁରେ କରାଯାଇଥିବା ଫିଟ୍‌ନେସ୍‌ ଟେଷ୍ଟରେ ୧୮ସ୍କୋର କରି ସବୁଠାରୁ ଆଗରେ ଅଛନ୍ତି ହାର୍ଦ୍ଦିକ୍‌ ପାଣ୍ଡ୍ୟା ଏବଂ କରନ୍‌ ନାୟର । କେବଳ ମହମ୍ମଦ ସାମି ନୁହଁନ୍ତି ବ୍ୟାଟ୍ସମ୍ୟାନ୍‌ ସଞ୍ଜୁ ସାମ୍‌ସନ ମଧ୍ୟ ଫିଟ୍‌ନେସ ଟେଷ୍ଟରୁ ବାଦ୍‌ ପଡ଼ିଥିବା ଜଣା ପଡ଼ିଛି । ତାଙ୍କ ବଦଳରେ ୧୯ ବର୍ଷରୁ କମ ପୂର୍ବତନ ଭାରତୀୟ ଅଧିନାୟକ ଇଶାନ କିଶନଙ୍କୁ ନିଆଯାଇଥିବା ଜଣାପଡ଼ିଛି । ସୂଚନା ମୁତାବକ, କିଛି ଦିନ ତଳେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥିଲେ ସାମି । ତାଙ୍କ ସ୍ତ୍ରୀ ଘରୋଇ ହିଂସାର ଆରୋପ ଲଗାଇବା ପରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ ସାମି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe