ୱର୍ନଙ୍କ ପ୍ରସ୍ତାବ: ଲମ୍ବା ବାଉଣ୍ଡାରି, ବୋଲରଙ୍କୁ ୫ ଓଭର

Advertisment
ପାଣ୍ଡ୍ୟା ଟେଷ୍ଟ୍ ଦଳରେ ରହିବା ଉଚିତ: ୱର୍ନ

News18.com

ଦୁବାଇ : କ୍ରିକେଟ୍‌ର ସବୁଠୁ ଛୋଟ ତଥା ଫଟାଫଟ୍‌ ଫର୍ମାଟ୍‌ ଟ୍ବେଣ୍ଟି-୨୦କୁ ଆହୁରି ଉନ୍ନତ ଓ ଲୋକପ୍ରିୟ କିପରି କରାଯାଇପାରିବ ସେନେଇ ଅଷ୍ଟ୍ରେଲୀୟ ସ୍ପିନ୍‌ କିଂବଦନ୍ତି ଏବଂ ରାଜସ୍ଥାନ ରୟାଲ୍‌ସର ମେଣ୍ଟର ସେନ୍‌ ୱର୍ନ ଶୁକ୍ରବାର କେତେକ ପ୍ରସ୍ତାବ ବାଢ଼ିଛନ୍ତି। ପୁଣି ଚତୁର୍ଥ ଦିନ ଶେଷ ହୋଇଥିବା କୌଣସି ଟେଷ୍ଟ୍‌ ମ୍ୟାଚ୍‌ର ପିଚ୍‌କୁ ଟ୍ବେଣ୍ଟି-୨୦ ମ୍ୟାଚ୍‌ ପାଇଁ ବ୍ୟବହାର କରାଗଲେ ତାହା ବୋଲରଙ୍କୁ ଫାଇଦା ଦେବ ବୋଲି ମଧ୍ୟ ପ୍ରସ୍ତାବ ଦେଇଛନ୍ତି। ଟ୍ବିଟରର ସହାୟତା ନେଇ ୱର୍ନ ତିନିଟି ପରିବର୍ତନର ପ୍ରସ୍ତାବ ଦେଇଛନ୍ତି। ସେଥିରେ ସେ ଲେଖିଛନ୍ତି ଏହି ତିନି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଟ୍ବେଣ୍ଟି-୨୦ କ୍ରିକେଟ୍‌ ଉନ୍ନତି ଘଟିବ।

ତାଙ୍କ ପ୍ରସ୍ତାବ ମଧ୍ୟରେ ପ୍ରଥମଟି ହେଲା, ପ୍ରତି ଭେନ୍ୟୁରେ ବାଉଣ୍ଡାରିଗୁଡ଼ିକ ଯେତେ ବଡ଼ରୁ ବଡ଼ ହୋଇପାରିବ ଏବଂ ଛୋଟ ଗ୍ରାଉଣ୍ଡରେ ଲମ୍ବା ସମୟ ପାଇଁ ଆଉଟ୍‌ ଫିଲ୍‌ଡରେ ଘାସ ରଖିବା ଦରକାର। ଦ୍ବିତୀୟରେ ପ୍ରତି ବୋଲରଙ୍କୁ ୪ ଓଭର ନୁହେଁ ଅତି ବେଶୀରେ ୫ ଓଭର ବୋଲିଂ ଦିଆଯାଉ। ତୃତୀୟ ତଥା ଶେଷ ପ୍ରସ୍ତାବ ହେଲା ଟ୍ବେଣ୍ଟି-୨୦ ପିଚ୍‌ ନିଶ୍ଚିତ ଭାବେ ୪ ଦିନରେ ଶେଷ ହୋଇଥିବା ଟେଷ୍ଟ୍‌ ମ୍ୟାଚ୍‌ ପିଚ୍‌ ହେବା ଉଚିତ। ପିଚ୍‌ ଯେଭଳି ଫ୍ଲାଟ୍‌ ନଥିବ ଏବଂ କେବଳ ଛକା ବର୍ଷା ନୁହେଁ ବରଂ ବ୍ୟାଟ୍‌ ଓ ବଲ୍‌ ମଧ୍ୟରେ ଭଲ ପ୍ରତିଦ୍ବନ୍ଦ୍ବିତା ହେବା ଉଚିତ ବୋଲି ୱର୍ନ କହିଛନ୍ତି। ବିଶେଷକରି ଛୋଟ ଫର୍ମାଟ୍‌ର କ୍ରିକେଟ୍‌ ବ୍ୟାଟ୍‌ସମ୍ୟାନ୍‌ଙ୍କ ଖେଳ ହେବାକୁ ଯାଉଥିଲା ବେଳେ ୱର୍ନଙ୍କ ଏହି ମନ୍ତବ୍ୟ ଗୁରୁତ୍ବ ବହନ କରୁଛି।

ୱର୍ନଙ୍କ କହିବା କଥା ଏପର୍ଯ୍ୟନ୍ତ ଶେଷ ହୋଇଥିବା ୧୩ଟି ମ୍ୟାଚ୍‌ରେ ପିଚ୍‌ଗୁଡ଼ିକ ବୋଲରଙ୍କ ତୁଳନାରେ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଅଧିକ ସହାୟକ ହୋଇଛି। ବୋଲରମାନଙ୍କ ପାଇଁ ୱିକେଟ୍‌ ଦଖଲ କରିବା କଷ୍ଟକର ହୋଇପଡ଼ୁଛି। ୟୁଏଇରେ ଏପରିକି ସାର୍‌ଜାରେ ଛୋଟ ପଡ଼ିଆ ଯୋଗୁଁ ସେମାନଙ୍କୁ ଚତୁଃର୍ଦିଗକୁ ବ୍ୟାଟ୍‌ସମ୍ୟାନ୍‌ମାନେ ପ୍ରହାର କରୁଛନ୍ତି। ଦଳଗୁଡ଼ିକ ମଧ୍ୟ ୨୦୦ ବା ତା’ଠୁ ଅଧିକ ସ୍କୋର୍‌କୁ ଦୁଇ ଥର ସହଜରେ ପିଛା କରିପାରିଛନ୍ତି। ଏଥିପାଇଁ ଛୋଟ ବାଉଣ୍ଡାରୀ ଏବଂ ମ୍ୟାଚ୍‌ର ପ୍ରଥମ ୬ ଓଭର ପଡ଼ିଆ କଟକଣାକୁ ଧନ୍ୟବାଦ ଦେଇଛନ୍ତି ୱର୍ନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe