ସନ୍ତୋଷ ସ୍ମାରକୀ କ୍ରିକେଟ୍‌ ଆରମ୍ଭ:ଆଇଆର୍‌ସି ଓ ବ୍ଲୁ ମୁନ୍‌ ଜିତିଲେ

Advertisment
ମହାବୀର କପ୍‌ ଫାଇନାଲରେ ରାଇଜିଂ

ଭୁବନେଶ୍ୱର: ରସୁଲଗଡ଼ ଜିଜିପି କଲୋନୀରେ ରସୁଲଗଡ଼ କ୍ରିକେଟ୍‌ କ୍ଲବ୍‌ ପକ୍ଷରୁ ୧୮ତମ ସନ୍ତୋଷ ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତା ରବିବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଭୁବନେଶ୍ୱରର ଆଇଆର୍‌ସି ଏବଂ କଟକର ବ୍ଲୁ ମୁନ୍‌ ଦଳ ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ୍‌ରେ ଆଇଆର୍‌ସି ୫ ଓ୍ଵିକେଟ୍‌ରେ କଟକର ବିସିସିକୁ ପରାସ୍ତ କରିଥିଲା। ମନୋଜ ଦାଶ (୧୭ ବଲ୍‌ରୁ ୪୮ ରନ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଦ୍ୱିତୀୟ ଲିଗ୍‌ ମ୍ୟାଚ୍‌ରେ କଟକର ବ୍ଲୁ ମୁନ୍‌ ଦଳ ଭୁବନେଶ୍ୱରର ସମର ସେଟ୍‌କୁ ୨୯ ରନରେ ପରାସ୍ତ କରିଥିଲା। ସୌମ୍ୟରଂଜନ ମହାନ୍ତି (୨୪ ବଲ୍‌ରୁ ୫୨ ରନ୍‌) ଅର୍ଧଶତକୀୟ ପାଳି ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଶ୍ରୀଧର ବଳିଆରସିଂହ, ସମ୍ବିତ ପାଇକରାୟ, ରାକେଶ ବଳିଆରସିଂହ ମ୍ୟାଚ୍‌ ପରିଚାଳନା କରିଥିଲେ। ଆଶୁତୋଷ ସମାନ୍ତରାୟ, ବୁଦ୍ଧ ପ୍ରକାଶ ମହାପାତ୍ର, ଅମରେଶ ପତ୍ରୀ ପ୍ରମୁଖ ଅତିିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe