ସନ୍ତୋଷ ଟ୍ରଫି ଚୂଡ଼ାନ୍ତ ପର୍ଯ୍ୟାୟ: ଆରମ୍ଭରୁ ଓଡ଼ିଶା ହାରିଲା

Advertisment
ସନ୍ତୋଷ ଟ୍ରଫି ଚୂଡ଼ାନ୍ତ ପର୍ଯ୍ୟାୟ: ଆରମ୍ଭରୁ ଓଡ଼ିଶା ହାରିଲା

କଟକ: ପଞ୍ଜାବ ଲୁଧିଆନାସ୍ଥିତ ଗୁରୁନାନକ ଷ୍ଟାଡିୟମରେ ସନ୍ତୋଷ ଟ୍ରଫି ଚୂଡ଼ାନ୍ତ ପର୍ଯ୍ୟାୟ ଆରମ୍ଭ ହୋଇଛି। ପ୍ରଥମ ମୁକାବିଲାରେ ଓଡ଼ିଶା ୨-୩ ଗୋଲ୍‌ରେ ମେଘାଳୟଠୁ ପରାଜିତ ହୋଇଛି। ମ୍ୟାଚ୍‌ର ସପ୍ତମ ମିନିଟ୍‌ରେ ଚନ୍ଦ୍ର ମୁଦୁଲି ପ୍ରଥମ ଗୋଲ୍‌ ଦେଇ ଓଡ଼ିଶାକୁ ଅଗ୍ରଣୀ ଦେଇଥିଲେ। ହେଲେ ୪୦ତମ ମିନିଟ୍‌ରେ ମେଘାଳୟର ରାଇକୁତ ଶିଶା ବୁଆମ ଓ ପ୍ରଥମାର୍ଧର ଅତିରିକ୍ତ ସମୟ (୪୫+୨)ରେ ଏନେସଟର ଦୁଇଟି ଗୋଲ୍‌ ସ୍କୋର କରି ଓଡ଼ିଶାକୁ ପଛକୁ ଠେଲିଥିଲେ। ତେବେ ୫୪ ମିନିଟ୍‌ରେ ପ୍ରଶାନ୍ତ ଶ୍ରୀହରି ମ୍ୟାଚ୍‌କୁ ବରାବର କରିବାରେ ସଫଳ ହୋଇଥିଲେ। ୭୨ତମ ମିନିଟ୍‌ରେ ମେଘାଳୟର ରାଇକୁତଙ୍କ ବ୍ୟକ୍ତିଗତ ଦ୍ବିତୀୟ ଗୋଲ୍‌ ଓଡ଼ିଶାକୁ ହରାଇବାରେ ସକ୍ଷମ ହୋଇଥିଲା। ୧୩ ତାରିଖରେ ଓଡ଼ିଶା ଦ୍ବିତୀୟ ମ୍ୟାଚ୍‌ରେ ସର୍ଭିସେସ୍‌କୁ ଭେଟିବ। ଏଥି ପୂର୍ବରୁ ଫେବ୍ରୁଆରିରେ ଅନୁଷ୍ଠିତ ପୂର୍ବାଞ୍ଚଳ ଯୋଗ୍ୟତା ପର୍ଯ୍ୟାୟରେ ଓଡ଼ିଶା ୨-୧ରେ ଝାଡ଼ଖଣ୍ତକୁ ଓ ୩-୦ ଗୋଲ୍‌ରେ ଛତିଶଗଡ଼କୁ ହରାଇ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରବେଶ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe