ସନ୍ତୋଷ ଟ୍ରଫି:ଆତ୍ମଘାତୀ ଗୋଲ୍‌ରେ ହାରିଲା ଓଡ଼ିଶା

Advertisment
ସନ୍ତୋଷ ଟ୍ରଫି:ଆତ୍ମଘାତୀ ଗୋଲ୍‌ରେ ହାରିଲା ଓଡ଼ିଶା

ଭୁବନେଶ୍ୱର: କୋଲ୍‌କାତାରେ ଆରମ୍ଭ ହୋଇଥିବା ସନ୍ତୋଷ ଟ୍ରଫି ଅନ୍ତଃରାଜ୍ୟ ଜାତୀୟ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଚୂଡାନ୍ତ ପର୍ଯ୍ୟାୟରେ ଓଡ଼ିଶା ପରାଜୟରୁ ଅଭିଯାନ ଆରମ୍ଭ କରିଛି। ରୁଦ୍ର ପ୍ରତାପ ପ୍ରଧାନଙ୍କ ଆତ୍ମଘାତୀ ଗୋଲ୍‌ କାରଣରୁ ପଞ୍ଜାବ ବିପକ୍ଷ ଏହି ପ୍ରଥମ ମ୍ୟାଚ୍‌ରୁ ଓଡ଼ିଶା ପଏଣ୍ଟ୍‌ ଅର୍ଜନରୁ ବଞ୍ଚିତ ହୋଇଛି। ପଞ୍ଜାବ ୨-୧ ଗୋଲ୍‌ରେ ଜିତି ସମ୍ପୂର୍ଣ୍ଣ ପଏଣ୍ଟ୍‌ ସହ ଅଭିଯାନ ଆରମ୍ଭ କରିଛି। ରବୀନ୍ଦ୍ର ସରୋବର ଗ୍ରାଉଣ୍ଡ୍‌େରେ ଅନୁଷ୍ଠିତ ମଙ୍ଗଳବାରର ମ୍ୟାଚ୍‌ ପ୍ରଥମାର୍ଧ ଗୋଲଶୂନ୍ୟ ରହିଥିଲା। ଦ୍ୱିତୀୟାର୍ଧର ୬୨ତମ ମିନିଟ୍‌ରେ ରାଜେଶ ନାୟକଙ୍କଠାରୁ ପାଇଥିବା ଏକ ସୁନ୍ଦର ପାସ୍‌ରୁ ଅର୍ପଣ ଲାକ୍ରା ଗୋଲ୍‌ରେ ପରିଣତ କରି ଦେଇଥିଲେ। ଓଡ଼ିଶା ଖୁସୀ କିନ୍ତୁ ଅଧିକ ସମୟ ରହି ନ ଥିଲା। ୬୯ତମ ମିନିଟ୍‌ରେ ଏକ କର୍ନର କିକ୍‌ରୁ ଆସିଥିବା ବଲ୍‌କୁ ସରବଜିତ ମୁଣ୍ଡ ଜରିଆରେ ଗୋଲ୍‌ ମୁହାଁ କରି ମ୍ୟାଚ୍‌କୁ ୧-୧ ସ୍ତରକୁ ନେଇ ଆସିଥିଲେ। ୮୧ତମ ମିନିଟ୍‌ରେ କିନ୍ତୁ ରୁଦ୍ର ପ୍ରତାପ ପ୍ରଧାନଙ୍କ ଦୁର୍ଭାଗ୍ୟଜନକ ଆତ୍ମଘାତୀ ଗୋଲ୍‌ ଓଡ଼ିଶା ପରାଜୟର କାରଣ ହୋଇଥିଲା। ଓଡ଼ିଶା ଗୁରୁବାର ପରବର୍ତୀ ମ୍ୟାଚ୍‌ରେ ମିଜୋରାମ ସହିତ ଖେଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe